ପ୍ରତ୍ୟେକ ଭାରତୀୟଙ୍କ ଘରେ ଅଦାର ବ୍ୟବହାର ପ୍ରତିଦିନ ହୋଇଥାଏ । ସମସ୍ତ ଖାଦ୍ୟ ପ୍ରସ୍ତୁତ ରୁ ଆରମ୍ଭ କରି ଚା’ରେ ବ୍ୟବହାର କରାଯାଏ ଏହାକୁ l ଥଣ୍ଡା ସିଜିନରେ ଇମ୍ୟୁନିଟି ବୁଷ୍ଟ କରିବାକୁ ଏବଂ ଓ ସର୍ଦ୍ଦି-କାଶରୁ ମୁକ୍ତି ପାଇବା ପାଇଁ ଅଦା ଅଧିକ ବ୍ୟବହାର କରାଯାଇଥାଏ । ଅଦାରେ ରହିଥିବା ଔଷଧୀୟ ଗୁଣ ସ୍ବାସ୍ଥ୍ୟ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ । କିନ୍ତୁ, ମାନେ ରଖିବା ଉଚିତ ଯେ ଅଧିକ ମାତ୍ରାରେ ଅଦାର ବ୍ୟବହାର ଆମର ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ତେଣୁ ଅଦାର ସେବନ କରିବା ପୂର୍ବରୁ ଏହାର ପାର୍ଶ୍ବପ୍ରତିକ୍ରିୟା ବିଷୟରେ ଜାଣିବା ଆବଶ୍ୟକ ।
ଗ୍ୟାସ ସମସ୍ୟା:
ଅଧିକ ଅଦା ସେବନ କରିବା ଦ୍ୱାରା ପେଟରେ ଗ୍ୟାସ ସୃଷ୍ଟି ହୋଇପାରେ । ଯାହାକୁ ଅଧିକ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ଗ୍ୟାସ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଅଦା ଅଧିକ ମାତ୍ରାରେ ସେବନ କରନ୍ତୁ ନାହିଁ l
ରକ୍ତ ପତଳା ହେବା ସମସ୍ୟା ହୋଇପାରେ:
ଅଧିକ ମାତ୍ରାରେ ଅଦା ସେବନ କରିବା ଦ୍ୱାରା ଆମ ଶରୀରର ରକ୍ତକୁ ପତଳା କରିବା ଦିଗରେ କାମ କରେ ଏହା । ଏହି କାରଣରୁ କୌଣସି ସ୍ଥାନରେ ଆଘାତ ଲାଗିଲେ ରକ୍ତ ଜମାଟ ଶୀଘ୍ର ସୃଷ୍ଟି ହୋଇ ପାରିନଥାଏ । ଯାହାଦ୍ୱାରା ଶରୀରରୁ ଅଧିକ ରକ୍ତ ସ୍ରାବ ହୋଇଥାଏ l
ଗର୍ଭଧାରଣ:
ଗର୍ଭବତୀ ମହିଳାମାନେ କମ୍ ଅଦା ଖାଇବା ଉଚିତ । ଅଧିକ ଅଦା ସେବନ କରିବା ଫଳରେ ଗର୍ଭଧାରଣରେ ବିପଦ ସୃଷ୍ଟି ହୋଇଥାଏ । ଏହି ସମୟରେ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟକ l
ଲୋ ବ୍ଲଡ ପ୍ରେସର ସମସ୍ୟା:
ଯେଉଁ ବ୍ୟକ୍ତିଙ୍କ ଠାରେ ଲୋ ବ୍ଲଡ ପ୍ରେସର ସମସ୍ୟା ରହିଛି, ସେମାନେ କମ୍ ମାତ୍ରାରେ ଅଦା ଖାଇବା ଉଚିତ୍ । କାରଣ ରକ୍ତକୁ ପତଳା କରିବାର ଗୁଣ ଅଦାରେ ଅଧିକ ରହିଥାଏ । ଏପରି ସ୍ଥିତିରେ ଏହା ଲୋ ବ୍ଲଡ ପ୍ରେସରର ସମସ୍ୟାକୁ ଆହୁରି ଅଧିକ ବଢ଼ାଇପାରେ ।
ଡାଇବେଟିସ:
ଅଧିକ ଅଦା ଫଳରେ ଶରୀରରେ ଶୁଗର ସ୍ତର କମ୍ ହୋଇପାରେ । ଯେଉଁମାନଙ୍କର ଡାଇବେଟିସ ସ୍ତର କମ୍ ରହିଛି, ସେମାନେ ଅଧିକ ଅଦା ସେବନରୁ ଦୂରେଇ ରୁହନ୍ତୁ ।
ଚର୍ମ ସମସ୍ୟା:
ଆବଶ୍ୟକତା ଠାରୁ ଅଧିକ ଅଦା ଖାଇବା ଫଳରେ ଚର୍ମ ସମସ୍ୟା ହେବାର ସମ୍ଭାବନା ଅଧିକ । ଏହି କାରଣରୁ କୁଣ୍ଡିଆ, ଆଖି ଲାଲ କିମ୍ବା ଆଖି କୁଣ୍ଡାଇ ହେବା ସହିତ ଗଳା ସମ୍ବନ୍ଧୀୟ ସମସ୍ୟା ହୋଇପାରେ ଆପଣଙ୍କୁ । ସାଧାରଣ ଲୋକମାନେ ୧ ରୁ ୨ ଗ୍ରାମର ଅଦା ସେବନ କରିବା ଲାଭକାରୀ । ଅଦା ଖାଇବା ଏକ ଭଲ ଅଭ୍ୟାସ ହୋଇପାରେ କିନ୍ତୁ ଏହାର ଅତ୍ୟଧିକ ଉପଯୋଗରୁ ଆପଣ ଦୂରେଇ ରହିବା ଉଚିତ ।
READ MORE:
Share your comments