Health & Lifestyle

ଶୀତ ଦିନରେ କିପରି ନେବେ କେଶର ଯତ୍ନ ? ଆସନ୍ତୁ ଜାଣିବା.....

ପୁରୁଷ ହୁଅନ୍ତୁ ବା ମହିଳା ଆଜିକାଲି କେଶ ଝଡିବା ଏକ ମୁଖ୍ୟ ସମସ୍ୟା ପାଲଟିଲାଣି ସମସ୍ତଙ୍କ ପାଇଁ । ମୁଖ୍ୟତଃ ଶୀତ ଦିନେ କେଶ ଅଧିକ ପରିମାଣରେ ଝଡିଥାଏ ସମସ୍ତଙ୍କର । କେଶ ରେ ରୁପି ହୋଇଥାଏ ଯାହାକୁ ନେଇ ଚିନୀତ ରେ ପଡନ୍ତି ଯୁବପିଢ଼ି l ସାଧାରଣତଃ ଶୀତଦିନେ ଜଳବାୟୁ ଶୁଷ୍କ ରହିଥାଏ ଯାହା ଫଳରେ କେଶ ର ସମସ୍ୟା ଦେଖାଯାଏ ।

06 January, 2023 8:00 PM IST By: Tanushree Mahapatra

ପୁରୁଷ ହୁଅନ୍ତୁ ବା ମହିଳା ଆଜିକାଲି କେଶ ଝଡିବା ଏକ ମୁଖ୍ୟ ସମସ୍ୟା ପାଲଟିଲାଣି ସମସ୍ତଙ୍କ ପାଇଁ ( natural hair care tips ) । ମୁଖ୍ୟତଃ ଶୀତ ଦିନେ କେଶ ଅଧିକ ପରିମାଣରେ ଝଡିଥାଏ ସମସ୍ତଙ୍କର । କେଶ ରେ ରୁପି ହୋଇଥାଏ ଯାହାକୁ ନେଇ ଚିନୀତ ରେ ପଡନ୍ତି ଯୁବପିଢ଼ି l  ସାଧାରଣତଃ ଶୀତଦିନେ ଜଳବାୟୁ ଶୁଷ୍କ ରହିଥାଏ ଯାହା ଫଳରେ କେଶ ର ସମସ୍ୟା ଦେଖାଯାଏ । ଫଳରେ କେଶ ରୁକ୍ଷ, ଶୁଷ୍କ, କେଶ ତଳ ଫାଟିବା ଏବଂ ଝଡ଼ିବା ଭଳି ସମସ୍ୟା ଦେଖା ଦେଇଥାଏ । ଅଧିକାଂଶ ଲୋକ ଶୀତଦିନେ ତ୍ବଚାର ଯତ୍ନ ନିଅନ୍ତି କିନ୍ତୁ କେଶ ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।

ଶୀତଦିନେ ତ୍ବଚା ବ୍ୟତୀତ କେଶ ପ୍ରତି ମଧ୍ୟ ଧ୍ୟାନ ଦେବା ମଧ୍ୟ ନିହାତି ଆବଶ୍ୟକ । ଶୀତ ଦିନେ ତ୍ବଚା ସହ କେଶର ଆର୍ଦ୍ରତା ମଧ୍ୟ କମ୍ ହୋଇଯାଇଥାଏ । ଏହି କାରଣରୁ କେଶ ଶୁଷ୍କ ହେବା ସହ ସ୍କାଲପ ମଧ୍ୟ ଶୁଖିଯାଇଥାଏ ଯାହା ଦ୍ୱାରା କେଶ ନଷ୍ଟ ହୋଇଥାଏ ଏବଂ କେଶର ଘନତ୍ଵ ମଧ୍ୟ କମିଥାଏ । ହେଲେ କିଛି ଘରୋଇ ଉପାୟରେ ଆପଣ ନିଜ କେଶକୁ ସୁସ୍ଥ ଏବଂ ମଜବୁତ୍‌ ରଖିପାରିବେ । ତେବେ ଆସନ୍ତୁ ଜାଣିବା କଣ କଣ ବ୍ୟବହାର କଲେ ଶୀତ ଦିନରେ ଆପଣ ମାନେ କେଶର ଯତ୍ନ ନେଇ ପାରିବେ l

ଧୂଳି, ଧୂଆଁ, ପ୍ରଦୂଷଣ କେଶକୁ ଅଧିକ କ୍ଷତି ପହଞ୍ଚାଇଥାଏ । ତେଣୁ ଏସବୁ ପାଖରୁ କେଶକୁ ରକ୍ଷା କରିବା ପାଇଁ ଆପଣ ସ୍କାର୍ଫ ବ୍ୟବହାର କରନ୍ତୁ । ସପ୍ତାହକୁ ୨ରୁ ଅଧିକ ଥର କେଶ ଧୁଅନ୍ତୁ ନାହିଁ ଏହା ପ୍ରଭାବ ପକାଇଥାଏ କେଶ ଉପରେ । ଶୀତ ଦିନେ କେଶରେ ଅଧିକ କେମିକାଲ ଜିନିଷ ବ୍ୟବହାର କରନ୍ତୁ ନାହିଁ । କେଶ ଧୋଇବା ୧ ଘଣ୍ଟା ପୁର୍ବରୁ କେଶରେ ଅଣ୍ଡାର ଧଳା ଅଂଶ ବା ଦହି ଲଗାନ୍ତୁ । ଏହା ଦ୍ବାରା କେଶ ନରମ ହେବା ସହିତ କେଶ ଉପୁଡିବା ମଧ୍ୟ କମ୍ ହୋଇଥାଏ । କେଶର ଉଜ୍ଜଳତା ଫେରାଇ ଆଣିବାକୁ ବ୍ୟବହୃତ ଗ୍ରୀନ୍‌ ଚା’ ପାଉଚ୍‌ ଭଲ କାମ କରେ । ଏଥିପାଇଁ ପ୍ୟାନ୍‌ରେ କିଛି ଚା’ ପାଉଚକୁ ପାଣି ଦେଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାନ୍ତୁ । ପରେ ଏହାକୁ ଥଣ୍ଡା କରି ତୁଳା ସାହାଯ୍ୟରେ କେଶର ମୂଳ ଲଗାନ୍ତୁ । ପାଖାପାଖି ୧୦ ରୁ ୧୫ ମିନିଟ୍‌ ପରେ ଏହାକୁ ସାମ୍ପୋରେ ଧୋଇ ନିଅନ୍ତୁ । ଏହାଦ୍ୱାରା -କେଶ ନରମ ହେବା ସହ ଲମ୍ବା, କଳା ଓ କେଶ ର ଘନତ୍ଵ ହୋଇଥାଏ । ଲେମ୍ବୁ ଓ କଦଳୀ ରୁପିରୁ ମୁକ୍ତି ଦେଇଥାଏ । ତେଣୁ କେଶ ଧୋଇବା ପୂର୍ବରୁ କେଶରେ ଲେମ୍ବୁ ଓ କଦଳୀ ଲଗାନ୍ତୁ ।

ଶୀତଦିନେ କେଶ ଶୁଖାଇବା ପାଇଁ ଅଧିକାଂଶ ଲୋକେ ହେୟାର ଡ୍ରାଏରର ବ୍ୟବହାର କରନ୍ତି ଯାହା ଆଦୌ ଭଲ ନୁହଁ କେଶ ପାଇଁ । ବ୍ୟବହାର କରନ୍ତୁ ମାତ୍ର  କମ । କମ ବ୍ୟବହାର କରନ୍ତୁ। ପ୍ରାକୃତିକ ଉପାୟରେ ହିଁ କେଶକୁ ଶୁଖାନ୍ତୁ। ହେୟାର ଡ୍ରାଏରର ଅଧିକ ବ୍ୟବହାର ଦ୍ୱାରା କେଶ ମୂଳ ଦୁର୍ବଳ ହୋଇଥାଏ । ଶୀତଦିନେ ଅଲିଭ ଅଏଲକୁ ବ୍ୟବହାର ଦ୍ୱାରା କେଶ ଖୁବ ରେଶମୀ, ଘନ ହେବା ସହ ଝଡ଼ିବା ମଧ୍ୟ କମ ହୋଇଥାଏ। ୨ ଚାମଚ ଅଲିଭ ଅଏଲକୁ ଉଷୁମ କରି କେଶ ମୂଳରେ ଭଲ ଭାବେ ମାଲିସ କରନ୍ତୁ। କେଶ ପାଇଁ ଏହା ବେଶ ଲାଭଦାୟକ । ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ରାତିରେ ଲେମ୍ବୁ ରସ ଓ ନଡିଆ ତେଲକୁ ଅଳ୍ପ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏହାକୁ ରାତିସାରା ଲଗାଇ ରଖନ୍ତୁ। ଏହାପରେ ସକାଳେ ଉଠି କେଶ ସଫା କରି ଦିଅନ୍ତୁ । ଯଦି କେଶ ସଫା କରିଛନ୍ତି , ତେବେ ଏହାକୁ ଭଲ ଭାବେ ଶୁଖାଇ ବାନ୍ଧିବା ପରେ ଘରୁ ଯାଆନ୍ତୁ। ଶୀତଦିନେ ଏଭଳି କରିବା ଦ୍ୱାରା କେଶ ଶୁଷ୍କ ହୋଇନଥାଏ।

ଅଳ୍ପ ଉଷୁମ ପାଣିରେ ମହୁ ମିଶାଇ ଦିଅନ୍ତୁ। ସେହି ମିଶ୍ରଣକୁ ବ୍ରସ୍ ସାହାଯ୍ୟରେ ବା ଆଙ୍ଗୁଠି ଟିପରେ କେଶମୂଳରେ ଭଲ ଭାବରେ ଲଗାଇ ୨୦ ମିନିଟ୍ ପରେ ଉଷୁମ୍ ପାଣିରେ ଧୋଇଦିଅନ୍ତୁ। ଏହା ଏକ କଣ୍ଡିସନର୍ ଭଳି କାର୍ଯ୍ୟ କରିଥାଏ। ସେହିପରି ଗୋଟିଏ ଅଧପାଚିଲା କଦଳୀ, ଏକ ଚାମଚ ଲବଙ୍ଗ ଓ ଏକ ଚାମଚ ଅଲିଭ୍ ତେଲ ସହିତ ଅଧା କପ୍ ଦହିକୁ ଭଲ ଭାବରେ ଗ୍ରାଇଣ୍ଡିଂଗ କରିଦିଅନ୍ତୁ। ଯେପରିକି ଲବଙ୍ଗ ଭଲ ଭାବରେ ଗୁଣ୍ଡ ହୋଇ ସେଥିରେ ମିଶିଯିବ। ଏହି ମିଶ୍ରଣକୁ ଅଧଘଣ୍ଟା ମୁଣ୍ଡରେ ଲଗାଇ ରଖିବା ପରେ ଉଷୁମ ପାଣିରେ ଧୋଇଦିଅନ୍ତୁ। ଦେଖିବେ କେଶ ଚମକି ବାକୁ ଲାଗିବ। ସେହିପରି ରୂପି ସମସ୍ୟା ଦୂର କରିବା ପାଇଁ ଅଲିଭ୍ ତେଲ ଓ ଲବଙ୍ଗ ତେଲକୁ ଅଳ୍ପ ଉଷୁମ କରି ତାହାକୁ ମୁଣ୍ଡରେ ମାଲିସ୍ କରନ୍ତୁ। ଏହାଦ୍ବାରା କେଶ ନରମ ହୋଇଥାଏ। କେଶରେ ତେଲ ଲଗାନ୍ତୁ ନିଶ୍ଚୟ, କିନ୍ତୁ ଆବଶ୍ୟକତା ଠାରୁ ଅଧିକ ତେଲ ଲଗାନ୍ତୁ ନାହିଁ। କାରଣ ଅଧିକ ତେଲ ଲଗାଇ ବାହାରକୁ ଗଲେ କେଶରେ ଧୂଳି ଜମାଟ ବାନ୍ଧି ଅଧିକ ରୁପି ହୋଇଥାଏ ଓ ମୁଣ୍ଡ କୁଣ୍ଡେଇ ହେବା ସହ କେଶ ଝାଡିଥାଏ।

କଣ ନଖା ବା ନଖ ଭାଙ୍ଗିବାକୁ ନେଇ ଚିନ୍ତିତ କି ? ପଢ଼ନ୍ତୁ ପୂରା ଖବର...

ନାଚୁରାଲ ଉପାୟରେ କରନ୍ତୁ ହେୟାର କେୟାର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)