1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କଣ ନଖା ବା ନଖ ଭାଙ୍ଗିବାକୁ ନେଇ ଚିନ୍ତିତ କି ? ପଢ଼ନ୍ତୁ ପୂରା ଖବର...

ସୁନ୍ଦର ନଖ ଝିଅମାନଙ୍କ ହାତର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ସେଥିପାଇଁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ଲମ୍ବା ଓ ସୁନ୍ଦର ଦେଖାଯାଉ। ଆପଣ ଦେଖିଥିବେ ଛୋଟ ନଖ ଅପେକ୍ଷା ଲମ୍ବା ନଖରେ ନେଲପଲିସ୍ ଲଗାଇଲେ ତାହା ଅଧିକ ସୁନ୍ଦର ଦିଶେ। ତେଣୁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ସୁନ୍ଦର ଦିଶୁ । ବିଭିନ୍ନ ନଖର ଆକାର ଦ୍ୱାରା ଜାଣନ୍ତୁ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ।

Priyambada Rana
Priyambada Rana
Nail diseases chart: Pictures, symptoms, and treatments

Nail diseases chart: Pictures, symptoms, and treatments

ସୁନ୍ଦର ନଖ ଝିଅମାନଙ୍କ ହାତର ସୌନ୍ଦର୍ଯ୍ୟ ବଢ଼ାଇଥାଏ। ସେଥିପାଇଁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ଲମ୍ବା ଓ ସୁନ୍ଦର ଦେଖାଯାଉ। ଆପଣ ଦେଖିଥିବେ ଛୋଟ ନଖ ଅପେକ୍ଷା ଲମ୍ବା ନଖରେ ନେଲପଲିସ୍(Nail Polish) ଲଗାଇଲେ ତାହା ଅଧିକ ସୁନ୍ଦର ଦିଶେ। ତେଣୁ ପ୍ରାୟ ସବୁ ଝିଅ ଚାହାଁନ୍ତି ଯେ ତାଙ୍କ ନଖ ସୁନ୍ଦର(Beautiful Nail) ଦିଶୁ । ବିଭିନ୍ନ ନଖର ଆକାର ଦ୍ୱାରା ଜାଣନ୍ତୁ ବିଭିନ୍ନ ପ୍ରକାର ରୋଗର ଲକ୍ଷଣ ।

ଯଦି ନଖରେ କଳା ଦାଗ କିମ୍ବା କଳା ଲାଇନ୍ ଦେଖାଯାଏ ତେବେ ଏହା ମେଲନାମା ସ୍କିନ୍ କ୍ୟାନସରର ଏକ ଲକ୍ଷଣ ହୋଇପାରେ। ଅନେକ କମ୍ ଲୋକ ଜାଣନ୍ତି ଯେ ନଖରେ ମଧ୍ୟ ଚର୍ମ କ୍ୟାନସରର ଲକ୍ଷଣ ଜନ୍ମ ନେଇପାରେ। ଏପରି କ୍ଷେତ୍ରରେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍।

ନଖ ଚର୍ମ କ୍ୟାନସର(Skin Cancer)ର ଲକ୍ଷଣ :

– ନଖ ସହଜରେ ଭାଙ୍ଗିଯିବା

–  ନଖ ଆଖପାଖରେ ରକ୍ତସ୍ରାବ

– ନଖରେ ହାଲୁକା ବ୍ରାଉନ୍ କିମ୍ବା କଳା ଦାଗ।

– ନଖ ଶୀଘ୍ର ବଢ଼ିବା

ନଖରେ ଧଳା ଲାଇନ୍ କିମ୍ବା ଡଟସ୍ : ଯଦି ଆପଣଙ୍କ ନଖରେ ଧଳା ଲାଇନ୍ କିମ୍ବା ଡଟସ୍ ପଡ଼ିଛି ତେବେ ଏହା ଖରାପ ସ୍ୱାସ୍ଥ୍ୟ,ଲିଭର ରୋଗ,ଅନ୍ତ୍ରରେ ସମସ୍ୟା,କ୍ୟାଲସିୟମ୍ ଅଭାବ ଏବଂ ହୃଦ ରୋଗର ସଙ୍କେତ ହୋଇପାରେ। ଅନେକ ଥର ଅଧିକ ମ୍ୟାନିକ୍ୟୋର-ପେଡିକ୍ୟୋର କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇପାରେ କିନ୍ତୁ ଏହାକୁ ହାଲୁକାଭାବେ ନେବାର ଭୁଲ୍ କରନ୍ତୁ ନାହିଁ।

ହଳଦିଆ ନଖ : ଯଦି ନଖର ରଙ୍ଗ ହାଲୁକା ହଳଦିଆ ତେବେ ଏହା ଆନିମିଆ,ହୃଦରୋଗ,କୁପୋଷଣ ଏବଂ ଲିଭର ସମ୍ବନ୍ଧୀୟ ରୋଗର ସଙ୍କେତ। ଏହା ବ୍ୟତୀତ ଫଙ୍ଗସ୍ ଇନଫେକ୍ସନ୍ ଯୋଗୁଁ ପୂରା ନଖ ହଳଦିଆ ହୋଇଯାଇଥାଏ।

ଅଧା ଧଳା ଏବଂ ଅଧା ଗୋଲାପି ନଖ : ନଖର ରଙ୍ଗ ଅଧା ଗୋଲାପି ଏବଂ ଅଧା ଧଳା ଦେଖାଗଲେ ବୃକକ୍ ରୋଗ ଏବଂ ସୋରିଆସିସର ସଙ୍କେତ ଦେଇଥାଏ।ନାଲି ନଖ : ନଖର ରଙ୍ଗ ଗଭୀର ଲାଲ ହୋଇଥିଲେ ଏହା ଉଚ୍ଚ ରକ୍ତଚାପର ସଙ୍କେତ ଦେଇଥାଏ।

ନୀଳ ନଖ : ନଖର ରଙ୍ଗ ନୀଳ ପଡ଼ିବା ଫୁସଫୁସରେ ସଂକ୍ରମଣ, ନିମୋନିଆ କିମ୍ବା ହୃଦ ରୋଗକୁ ଇଶାରା କରିଥାଏ। ଶରୀରରେ ଅକ୍ସିଜେନର ସଞ୍ଚାର ଠିକ୍ ଢଙ୍ଗରେ ନ ହେବା ଦ୍ୱାରା ମଧ୍ୟ ନଖର ରଙ୍ଗ ନୀଳ ପଡ଼ିବାକୁ ଲାଗିଥାଏ।

ଉପର ଆଡ଼କୁ ଉଠାଣିଆ ନଖ : ନଖ ଯଦି ଉପର ଆଡ଼କୁ ଉଠି ଥିବ ତେବେ ଫୁସଫୁସ୍ ଏବଂ ଅନ୍ତରେ ଫୁଲା ହୋଇପାରେ।

ଚାମୁଚ ଭଳି ଢ଼ଳି ରହିଥିବା ନଖ : ଏହି ସଙ୍କେତ ଆନୁବଂଶିକ ରୋଗ ଯୋଗୁଁ ଦେଖାଯାଇଥାଏ। ଆଇରନର ଅଭାବ କିମ୍ବା ଆନିମିଆ,ହୃଦରୋଗ,ଆଙ୍ଗୁଠିରେ ରକ୍ତ ଠିକଭାବେ ନ ପହଞ୍ଚିବା କିମ୍ବା ହାଇପର ଥାଇରଏଡର କାରଣ ମଧ୍ୟ ହୋଇପାରେ।

ସରକାରଙ୍କ ନୂଆ ଯୋଜନା, ଏବେ ଆପଣ ମାଗଣାରେ ଦେଖିପାରିବେ ଟିଭି

Skin Care Tips:ପ୍ରତିଦିନ ମୁହଁରେ ଲଗାନ୍ତୁ ଦହି, ପିମ୍ପଲ୍ ଓ ଟ୍ୟାନିଂ ଭଳି ସମସ୍ୟା ହେବ ଦୂର

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments