1. କୃଷି ଖବର

ସରକାରଙ୍କ ନୂଆ ଯୋଜନା, ଏବେ ଆପଣ ମାଗଣାରେ ଦେଖିପାରିବେ ଟିଭି

ଜନତାଙ୍କ ସମର୍ଥନ ପାଇ ଶାସନ ଗାଦିରେ ବସୁଛନ୍ତି ରାଜନେତା । ତେଣୁ ଜନତାଙ୍କ ଛୋଟରୁ ବଡ଼ ସମସ୍ତ ଆବଶ୍ୟକତା ପୂରଣ କରିବା ସେମାନଙ୍କ କର୍ତ୍ତବ୍ୟ । ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଏବେ ଅତ୍ୟାବଶ୍ୟକକ ସାମଗ୍ରୀମାନ ମାଗଣାରେ ଯୋଗାଇ ଦେବା ଆରମ୍ଭ କରିଛନ୍ତି । ଆଗରୁ ଜନତାଙ୍କୁ ମାଗଣାରେ ଚାଉଳ, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଏବେ ମାଗଣାରେ ଡିସ୍ ଟିଭି ଯୋଗାଇ ଦେବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର ।

Priyambada Rana
Priyambada Rana
Free Dish TV Service to starts in India

Free Dish TV Service to starts in India

ଜନତାଙ୍କ ସମର୍ଥନ ପାଇ ଶାସନ ଗାଦିରେ ବସୁଛନ୍ତି ରାଜନେତା । ତେଣୁ ଜନତାଙ୍କ ଛୋଟରୁ ବଡ଼ ସମସ୍ତ ଆବଶ୍ୟକତା ପୂରଣ କରିବା ସେମାନଙ୍କ କର୍ତ୍ତବ୍ୟ । ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଏବେ ଅତ୍ୟାବଶ୍ୟକକ ସାମଗ୍ରୀମାନ ମାଗଣାରେ ଯୋଗାଇ ଦେବା ଆରମ୍ଭ କରିଛନ୍ତି । ଆଗରୁ ଜନତାଙ୍କୁ ମାଗଣାରେ ଚାଉଳ, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଏବେ ମାଗଣାରେ ଡିସ୍ ଟିଭି(Free Dish TV Service) ଯୋଗାଇ ଦେବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ଦୂରଦର୍ଶନ(Doordarshan) ଏବଂ ଅଲ ଇଣ୍ଡିଆ ରେଡିଓ(All India Radio) ଅବସ୍ଥା ସୁଧାରିବା ପାଇଁ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।

କେଉଁମାନେ ପାଇ ପାରିବେ ମାଗଣା ଡିସ୍ ?

କେନ୍ଦ୍ର ସରକାର(Central Government)ଙ୍କ ଯୋଜନା ଅନୁସାରେ ଦେଶର ସୁଦୂର, ସୀମାବର୍ତ୍ତୀ ଏବଂ ଆଦିବାସୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମାଗଣା ଡିସର ସୁବିଧା ଦିଆଯିବ। ସେହି ଅଞ୍ଚଳରେ ପ୍ରାୟ ୭ ଲକ୍ଷ ଲୋକଙ୍କ ଘରେ ମାଗଣା ଡିସ୍ ଲଗାଯିବ। ଏହି ଯୋଜନା ମାଧ୍ୟମରେ ଡିଟିଏଚକୁ ବିସ୍ତାର କରିବା କେନ୍ଦ୍ରର ଯୋଜନା ରହିଛି। ଏହା ସହିତ ପୁରୁଣା ଷ୍ଟୁଡିଓ ଉପକରଣ ଏବଂ ଓବି ଭ୍ୟାନ୍ କୁ ସଂପୂର୍ଣ୍ଣ ରୂପେ ବଦଳାଇବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।

ମାଗଣା ଡିସ୍ ଚିଭି ସେବା ପାଇଁ ଖର୍ଚ୍ଚ ହେବ କେତେ ?

ମୋଦୀ ସରକାରଙ୍କ ମନ୍ତ୍ରିମଣ୍ଡଳରେ ନିଷ୍ପତ୍ତି ନିଆଯାଇଛି ଯେ, ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓର ସ୍ଥିତି ସୁଧାରିବା ପାଇଁ ୨୫୩୯ କୋଟି ଟଙ୍କା ଖର୍ଚ୍ଚ ହେବ।

ଦୂରଦର୍ଶନ ଅଧିନରେ ୩୬ ଟି ଚ୍ୟାନେଲ୍ ଆସେ :-
ଏବେ ପ୍ରାୟ ୩୬ ଟି ଟିଭି ଚ୍ୟାନେଲ୍ ଦୂରଦର୍ଶନ୍ ଅଧୀନରେ ଆସୁଛି । ଏଥିମଧ୍ୟରୁ ୨୮ ଟି ଆଞ୍ଚଳିକ ଚ୍ୟାନେଲ ଏବଂ ଏଆଇଆରରେ ବର୍ତ୍ତମାନ ପ୍ରାୟ ୫୦୦ ପ୍ରସାରଣ କେନ୍ଦ୍ର ଅଛି ।

ସରକାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି :-
ଏହା ମଧ୍ୟ ଦେଶରେ ନିଯୁକ୍ତି ବୃଦ୍ଧି କରିବ ବୋଲି ସରକାର ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ଏହା ସହିତ ବିଷୟବସ୍ତୁର ଗୁଣବତ୍ତା ମଧ୍ୟ ଉନ୍ନତ ହେବ । ଦେଶରେ ଟିଭି, ରେଡିଓ ସମେତ ଅନେକ କ୍ଷେତ୍ରରେ ରୋଜଗାର ସୃଷ୍ଟି ହେବ, ଯେଉଁଥିପାଇଁ ଯୁବକମାନେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ପାଇବେ ।

ଭିଡିଓ ଗୁଣରେ ଉନ୍ନତି ହେବ :-
ଦୂରଦର୍ଶନରେ ବଡ ପରିବର୍ତ୍ତନ ସହିତ ସରକାର ଭିଡିଓ ଗୁଣରେ ମଧ୍ୟ ଉନ୍ନତି କରିବେ । ଏହା ସହିତ ପୁରୁଣା ଟ୍ରାନ୍ସମିଟରଗୁଡ଼ିକୁ ମଧ୍ୟ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସରକାର ଏହା କହିଛନ୍ତି ଯେ, ନୂଆ ଏଫଏମ ଟ୍ରାନ୍ସମିଟର ସ୍ଥାପନ କରାଯିବ ଏବଂ ପୁରୁଣା ଟ୍ରାନ୍ସମିଟରଗୁଡ଼ିକୁ ନବୀକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଓଡ଼ିଶାରେ ଆରମ୍ଭ ହେଲା 5-G ସେବା, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର..

କୃଷି ଜାଗରଣ ସଂସ୍ଥା ସହ ହାତ ମିଳାଇଲେ ବରିଷ୍ଠ ଆଇନିଜୀବି ବିଜୟ ସରଦାନା; ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି ଏଗ୍ରୀ-ଟକ୍ ସୋ’

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments