1. କୃଷି ଖବର

ଓଡ଼ିଶାରେ ଆରମ୍ଭ ହେଲା 5-G ସେବା, ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର..

ଓଡ଼ିଶାରେ ଏଣ୍ଟ୍ରି କଲା 5G ଯୁଗ। ଆଜି ରାଜଧାନୀରେ 5G ସେବାର ଶୁଭାରମ୍ଭ କରିଛନ୍ତି ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ପ୍ରାୟ ୫୧୦ଟି ଟାୱାର ଲାଗିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଟାୱାରରେ ୫G ସେବାର ଶୁଭାରମ୍ଭ କରାଯାଇଛି ।

Priyambada Rana
Priyambada Rana
5G Lunch Service Starts in Odisha

5G Lunch Service Starts in Odisha

ଓଡ଼ିଶାରେ ଏଣ୍ଟ୍ରି କଲା 5G  ଯୁଗ। ଆଜି ରାଜଧାନୀରେ 5G ସେବାର ଶୁଭାରମ୍ଭ କରିଛନ୍ତି  ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ(Ashwini Vaishnaw) ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan)। ରାଜ୍ୟରେ ପ୍ରାୟ ୫୧୦ଟି ଟାୱାର ଲାଗିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଟାୱାରରେ ୫G ସେବାର ଶୁଭାରମ୍ଭ କରାଯାଇଛି  । ୫ ଜି ସେବା ପାଇଁ ୨ ଟେଲିକମ ଅପରେଟର ଏୟାରଟେଲ ଓ ଜିଓକୁ ମିଳିଛି ଅନୁମତି । ପ୍ରଥମେ ଟ୍ୱିନ୍ ସିଟି ଭୁବନେଶ୍ୱର(Bhubaneswar) ଓ କଟକ(Cuttack)ରେ ସେବା ପାଇବେ ଉପଭୋକ୍ତା । ପରେ ରାଜ୍ୟର ଅନ୍ୟ ଅଞ୍ଚଳରେ ଏହି ସେବା ଉପଲବ୍ଧ ହେବ।ଡିସେମ୍ବର ୨୯ରେ ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଅଶ୍ୱିନୀ ବୈଷ୍ଣବ ଜାନୁଆରୀ ୨୬ ପୂର୍ବରୁ ଓଡିଶାରେ 5ଜି ସେବା ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ । ଜାନୁଆରୀ ୨୬ର ୨୧ ଦିନ ପୂର୍ବରୁ ଅର୍ଥାତ ଆଜି ଠାରୁ 5ଜି ସେବା ଆରମ୍ଭ ହେବାକୁ ଯାଇଛି ।

ଜାନୁୟାରୀ ୫ରେ କେନ୍ଦ୍ର ଦୂରସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାର ରାଜଧାନୀ ଭୁବନେଶ୍ୱର, କଟକରେ 5G ସେବା ଆରମ୍ଭ ହୋଇଛି । ଟେଲିକମ୍ କମ୍ପାନୀ, ଜିଓ ଏବଂ ଏୟାରଟେଲ୍ ଏହି ଅଞ୍ଚଳରେ 5G ନେଟୱାର୍କ ଯୋଗାଇବା ପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଉଭୟ କମ୍ପାନୀ ୫୦୦ରୁ ଅଧିକ ବେସ୍ ଟ୍ରାନ୍ସସିଭର୍ ଷ୍ଟେସନ୍ ସ୍ଥାପନ କରିଥିବା କୁହାଯାଉଛି ।

Jio 5G ସେବା ବ୍ୟବହାର ପାଇଁ ଗ୍ରାହକଙ୍କୁ Jio Welcome Offer ଦିଆଯାଉଛି । Jio Welcome Offer ହେଉଛି ଏକ ଇନଭାଇଟ୍-ଆଧାରିତ ଅଫର, ଯାହା କେବଳ କିଛି ୟୁଜର୍ସଙ୍କୁ ହିଁ ମିଳୁଛି । କମ୍ପାନୀ ଅନୁଯାୟୀ, ୟୁଜର୍ସମାନେ 1Gbps ଜିବିପିଏସ ସ୍ପିଡରେ ଅସୀମିତ ଡାଟା ପାଇପାରିବେ । ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ । ଅର୍ଥାତ ଯଦି ଆପଣ Jio Welcome ପାଇଛନ୍ତି । ତେବେ ଆପଣ ମାଗଣାରେ 5G ଇଣ୍ଟରନେଟ୍ ବ୍ୟବହାର କରିବାକୁ ସକ୍ଷମ ହେବେ । କମ୍ପାନୀ ନିଜର 5G ସେବାକୁ ପର୍ଯ୍ୟାୟକ୍ରମେ ବିସ୍ତାର କରୁଛି ।

ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୧ ରେ ଦିଲ୍ଲୀ, ଚଣ୍ଡୀଗଡ଼, ଗୁରୁଗ୍ରାମ, ଲକ୍ଷ୍ନୌ, ଅହମ୍ମଦାବାଦ, ଜାମନଗର, ଗାନ୍ଧିନଗର, କୋଲକାତା, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ ଓ ବେଙ୍ଗାଳୁରୁରେ ଏହି ସେବାର ଶୁଭାରମ୍ଭ ହୋଇଥିଲା । ତେବେ ୫G ଆସିବା ଦ୍ୱାରା କଣ ସବୁ ପରିବର୍ତ୍ତନ ଆସିବ ଆସନ୍ତୁ ନଜର ପକାଇବା ।   ୫G ଏକ ୱାୟରଲେସ୍ ବ୍ରଡବ୍ୟାଣ୍ଡ ସେବା । ଏହା ପ୍ରଚଳିତ ହେବା ପରେ ୟୁଜର ସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ।

ଭିଡିଓ ଗେମିଂ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ । ୟୁଟ୍ୟୁବରେ ଭିଡିଓ ବିନା ବଫରିଙ୍ଗରେ ଚାଲିବ । ୧୦-୨୦ ସେକେଣ୍ଡ ମଧ୍ୟରେ ଫିଲ୍ମ ଡାଉନଲୋଡ୍ ହେବ । ସେହିପରି ୪G ଏବଂ ୫G ମଧ୍ୟରେ ତୁଳନା କଲେ ଇଣ୍ଟରନେଟ୍ ସ୍ପିଡ ଠାରୁ ଡାଟା ଟ୍ରାନ୍ସଫରରେ ଆକାଶ ପାତାଳର ଫରକ ଆସିବ । ୪Gରେ ଅଡିଓ/ଭିଡିଓ ଲସ୍ ହେଉଥିବା ବେଳେ ୫Gରେ ବଫରିଙ୍ଗର ପ୍ରଶ୍ନ ନାହିଁ ।

ସେହିପରି ୪Gରେ ୧ ବର୍ଗ କିମିରେ ୪ ହଜାର ଡିଭାଇସ ଯୋଡ଼ା ହେଉଥିବା ବେଳେ ୫Gରେ ୧ ବର୍ଗ କିମିରେ ୧୦ ଲକ୍ଷ ଡିଭାଇସ ଡିଭାଇସ୍ ହୋଇପାରିବ । ଯେଉଁଥିପାଇଁ ବିକାଶର ରାସ୍ତାରେ ଭାରତର ସ୍ପିଡ୍ ନନଷ୍ଟପ ହେବା ନିଶ୍ଚିତ ।ଭାରତରେ ଆସିଥିବା ଡିଜିଟାଲ କ୍ରାନ୍ତି ପଛରେ ମୋଦି ସରକାରର ବଡ଼ ଭୂମିକା ରହିଛି । ଏବେ ୫G ଲଞ୍ଚ ପରେ ଦେଶ ନା କେବଳ ଆତ୍ମନିର୍ଭରତା କ୍ଷେତ୍ରରେ ବରଂ ବିଶ୍ବଗୁରୁ ହେବା ଦିଗରେ ବିରାଟ ପାଦ ବଢ଼ାଇଛି ।

ଜାଣନ୍ତୁ ଅମୃତଭଣ୍ଡାର ଔଷଧିୟ ଗୁଣ..ଚମକାଇ ଦେବ ତ୍ୱଚା...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments