1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଜାଣନ୍ତୁ ଅମୃତଭଣ୍ଡାର ଔଷଧିୟ ଗୁଣ..ଚମକାଇ ଦେବ ତ୍ୱଚା...

ଆମ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହାର ପ୍ରଭାବ ଶରୀର ଗଠନରେ ମଧ୍ୟ୍ୟ ପଡ଼ିଥାଏ। ଧୀରେ ଧୀରେ ଚର୍ମ(Skin)ର ସତେଜତା କମି ଆସିବା ସହ ସଂକୁଚିତ ହେବାକୁ ଲାଗିଥାଏ ।ସେହିପରି ମାଂସପେଶୀଗୁଡିକ ଦୃର୍ବଳ ହୋଇଆସିବା ସହ ଅସ୍ଥି ସବୁ ମଧ୍ୟ୍ୟ ଦୃଢ଼ତା ହରାଇ ବସିଥାନ୍ତି ।

Priyambada Rana
Priyambada Rana
Benefits of Unripe Green Papaya

Benefits of Unripe Green Papaya

ଆମ ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହାର ପ୍ରଭାବ ଶରୀର ଗଠନରେ ମଧ୍ୟ୍ୟ ପଡ଼ିଥାଏ। ଧୀରେ ଧୀରେ ଚର୍ମ(Skin) ସତେଜତା କମି ଆସିବା ସହ ସଂକୁଚିତ ହେବାକୁ ଲାଗିଥାଏ ।ସେହିପରି ମାଂସପେଶୀଗୁଡିକ ଦୃର୍ବଳ ହୋଇଆସିବା ସହ ଅସ୍ଥି ସବୁ ମଧ୍ୟ୍ୟ ଦୃଢ଼ତା ହରାଇ ବସିଥାନ୍ତି ।ଏହାର ମୁକାବିଲା ପାଇଁ ବ୍ୟୟସାପେକ୍ଷ ଔଷଧ କି ଖାଦ୍ୟ ପରିପୂରକ ଗ୍ରହଣ କରିବା ଅପେକ୍ଷା ଆବଶ୍ୟକ ଫଳ ଓ ପନିପରିବା ଖାଇବା ହିଁ ଆମକୁ ସତେଜ ଓ ଶକ୍ତ ରଖିପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି ।

ତେବେ ସବୁଠୁ ଆଶ୍ୱସ୍ତିର ବିଷୟ ହେଲା, ଦୀପ ତଳ ଅନ୍ଧାର ପରି ଆମେ ଅଣଦେଖା କରି ଚାଲୁଥିବା କିଛି ଫଳ ଓ ପନିପରିବା ହିଁ ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ଓ ପ୍ରତିଉପଚାରକ ବା ଆଣ୍ଟିଅକ୍ସିଡାଣ୍ଟ(Antioxidant) ଯୋଗାଇଥାଏ। ସେଥି ମଧ୍ୟରେ ଅତି ସହଜ ଓ ସୁବିଧାରେ ଉପଲବ୍ଧ ହେଉଛି ସର୍ବୋତ୍ତମ। ଅମୃତଭଣ୍ଡାରେ ଭିଟାମିନ ଏ, ବି, ସି, ଇ ଓ କେ ସମେତ ପୋଟାସିଅମ କ୍ୟାଲସିଅମ, ମ୍ୟାଗନେସିଏମ ଓ ଫସଫରସ ପରି ଖଣିଜ ପଦାର୍ଥ ପ୍ରଚୁର ପରିମାଣରେ ରହିଥାଏ। ତେଣୁ ନିୟମିତ କଞ୍ଚା ଅମୃତଭଣ୍ଡାକୁ ତରକାରୀରେ ସାମିଲ କରିବା ସହ ସକାଳ ଜଳଖିଆରେ ଦୁଇ ଖଣ୍ଡ ପାଚିଲା ଅମୃତଭଣ୍ଡା ଖାଇଲେ ଆମକୁ ଆବଶ୍ୟକ ଭିଟାମିନ ଓ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଯାହାକି ଆମ ଚର୍ମର ସତେଜତା ବଜାୟ ରଖିବାରେ ସାହାଯ୍ୟ କରିବା ସହ ତ୍ୱଚାକୁ ଉଜ୍ଜଳ ମଧ୍ୟ କରିଥାଏ ।

କଞ୍ଚା ଅମୃତଭଣ୍ଡା(Green Papaya)ରେ ଥିବା ପୋଷକ ତତ୍ତ୍ୱ ପାଚନ ଶକ୍ତିକୁ ସଠିକ ରଖିବାରେ ବେଶ ସହାୟକ ହୋଇଥାଏ। ଏଥିରେ ଫାଇବର ରହିଛି। ଯାହା କୋଷ୍ଠକାଠିନ୍ୟକୁ ଦୂର କରିଥାଏ। ପାଚନ ଶକ୍ତିକୁ ସୁସ୍ଥ ରଖିଥାଏ। ତେଣୁ ନିଜ ଖାଦ୍ୟରେ କଞ୍ଚା ଅମୃତଭଣ୍ଡା ନିଶ୍ଚୟ ସାମିଲ କରନ୍ତୁ।
ଏହାର ସେବନ ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ। ଫଳରେ ହୃଦୟଜନିତ ରୋଗ ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଦୂର ହୋଇଥାଏ।କଞ୍ଚା ଅମୃତଭଣ୍ଡା ପୋଷକ ତତ୍ତ୍ୱରେ ଭରପୁର। ଏଥିରେ ଭିଟାମିନ ବି, ସି, ଫାଇବର, ପୋଟାସିୟମ, ମେଗ୍ନେସିୟମରେ ଭରପୁର। ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।

କଞ୍ଚା ଅମୃତଭଣ୍ଡା ସେବନ ଦ୍ୱାରା ଓଜନ ହ୍ରାସ ହୋଇଥାଏ। ତେଣୁ ନିଜ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ।ମଧୁମେହ ରୋଗୀ କଞ୍ଚା ଅମୃତଭଣ୍ଡା ସେବନ କରିବା ବେଶ୍‌‌ ଲାଭକାରୀ। ଏହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।କଞ୍ଚା ଅମୃତଭଣ୍ଡାରେ ଭିଟାମିନ ଏ, ଆଣ୍ଟି-ଅକ୍ସିଡାଣ୍ଟର ଗୁଣ ରହିଛି। ଏହା ତ୍ୱଚାର ଅନେକ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ତ୍ୱଚାର ବ୍ରଣ, କୁଞ୍ଚନ ଆଦି ସମସ୍ୟାକୁ ଅମୃତଭଣ୍ଡା ଦୂର କରିଥାଏ।

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments