1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସ୍ୱାସ୍ଥ୍ୟ ପାଇଁ ଚିନାବାଦାମ

ପ୍ରାୟତଃ ବାଦାମ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । କିଛି ଲୋକ ଭାଜି ଖାଆନ୍ତି ତ ଆଉ କେହି କେହି ତେଲରେ ଛାଣି ଖାଇବାକୁ ଭଲପାଆନ୍ତି । କିନ୍ତୁ ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଦାମକୁ ସିଝାଇ ଖାଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ଅଟେ ।

Tanushree Mahapatra
Tanushree Mahapatra
Health benefits for peanuts

Health benefits for peanuts

ପ୍ରାୟତଃ ବାଦାମ ( peanut ) ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି ।  କିଛି ଲୋକ ଭାଜି ଖାଆନ୍ତି ତ ଆଉ କେହି କେହି ତେଲରେ ଛାଣି ଖାଇବାକୁ ଭଲପାଆନ୍ତି । କିନ୍ତୁ ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ବାଦାମକୁ ସିଝାଇ ଖାଇବା ସ୍ୱାସ୍ଥ୍ୟପାଇଁ ଲାଭଦାୟକ ଅଟେ  । ବାଦାମକୁ ସିଝାଇ ଖାଇବା ଦ୍ବାରା ଶରୀରରେ ରକ୍ତର ଅଭାବ ହୋଇନଥାଏ । ବର୍ଷା ହେଉ କି ଶୀତ ମହିଳା ସବୁବେଳେ ଚିନ୍ତା ରେ ଥାନ୍ତି ନିଜ ଚେହେରା ପାଇଁ l

ଏପରି କ୍ଷେତ୍ର ରେ ମହିଳା ମାନେ ବାଦାମ ର ସାହାରା ନେଇ ପାରିବେ l ବାଦାମ କ୍ୟାଲସିୟମ୍ ଥିବାରୁ ଆର୍ଥରାଇଟିସ୍ ରୋଗୀଙ୍କ ପାଇଁ ଔଷଧ ଭଳି କାମ କରେ। ଭିଟାମିନ ‘ସି’ ଓ ‘ଇ’ରେ ( vitamin E and C )  ଭରପୁର ଚିନାବାଦାମ ର ଫେସପ୍ୟାକ୍‌ ବେଷ୍ଟ କ୍ଲିଜିଂ ଭାବେ ପ୍ରମାଣିତ ହୋଇଥାଏ ।

ସେହିପରି ଫୁସ୍‌ଫୁସ୍‌ କ୍ୟାନ୍‌ସର ରୋକିବାରେ ଚିନାବାଦାମ ସହାୟତା କରିଥାଏ | ଚିନାବାଦାମରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ସହିତ ଅନ୍ୟ ପୋଷକ ତତ୍ତ୍ବ ଭରି ରହିଛି। ଏହାକୁ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳେ । ଶରୀରର ବିକାଶ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ । ଚିନାବାଦାମ କୋଲେଷ୍ଟରଲ ମାତ୍ରାକୁ ନିୟନ୍ତ୍ରିତ କରିଥାଏ | ଚିନାବାଦାମରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲସିୟମ ଏବଂ ଭିଟାମିନ୍‌ ଡି ରହିଛି । ଏହା ଏକ ପ୍ରାକୃତିକ ଓ ଶସ୍ତା ଡ୍ରାଏଫ୍ରୁଟ୍‌ ମଧ୍ୟ । ଏହାକୁ ଖାଇବା ଦ୍ବାରା ଶରୀର ର  ହାଡ଼ ଶକ୍ତ ହୋଇଥାଏ | ତେବେ ଚିନାବାଦାମର ନାଲି ଚୋପା ଖାଇବା କଥା ନୁହେଁ ବୋଲି ବିଶେଷଜ୍ଞ କୁହନ୍ତି |       

ଏହାସହ ତ୍ବଚାର କୋଲେଜନ ବଢାଇ ଦାଗଚିହ୍ନ ମଧ୍ୟ ଦୂର କରିଥାଏ । ଚିନାବାଦାମ ନିୟମିତ ଖାଇବା ଦ୍ବାରା ଆମ ଶରୀରର ବହୁ ସମସ୍ୟା ଦୂର ହୋଇଯାଇଥାଏ | ଏହାକୁ ନିୟମିତ ସେବନ କରିବା ଦ୍ବାରା ଫୁସ୍‌ଫୁସ୍‌ ସୁସ୍ଥ ରହେ। ହଜମ ଶକ୍ତି ବୃଦ୍ଧି କରିବା ହେତୁ ଭୋକ ନ ହେବା ସମସ୍ୟା ମଧ୍ୟ ଦୂର ହୋଇଯାଏ । ଚିନାବାଦାମ ଖାଇବାର ଅଧଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ । ଚେହେରାରୁ ଦାଗ ଦୂର କରିଥାଏ ବାଦାମ ଓ କ୍ଷୀର ପ୍ୟାକ୍‌ । ଏଥିପାଇଁ ୨ ଚାମଚ ଚିନାବାଦାମକୁ ଭିଜାଇ ବାଟି ଦିଅନ୍ତୁ  । ଏହି ପେଷ୍ଟରେ ୨ ଚାମଚ କ୍ଷୀର ଓ ୩ ରୁ ୪ ଚାମଚ ଗୋଲାପ ଜଳ ମିଶାଇ ତ୍ବଚାରେ ଲଗାନ୍ତୁ । ୧୦ ମିନିଟ ପରେ ଉଷୁମ ପାଣିରେ ଚେହେରା ଧୋଇ ନିଅନ୍ତୁ ।

ଭିଟାମିନ ସିରେ ଭରପୁର କମଳା ଓ ବାଦାମର ଫେସମାସ୍କ ତ୍ବଚାର ପୋର୍ସକୁ ସଫା କରି ନରମ ଓ ଉଜ୍ଜ୍ବଳ କରିବାରେ ସାହାଯ୍ୟ କରିଥାଏ  । ଏହି ମାସ୍କ ପ୍ରସ୍ତୁତ ପାଇଁ ୨ଟି କମଳା ସହ ବାଦାମକୁ ବାଟି ପେଷ୍ଟ ତିଆରି କରନ୍ତୁ  । ସେଥିରେ ୪ ଚାମଚ କ୍ଷୀର ମିଶାଇ ତ୍ବଚାରେ ଲଗାନ୍ତୁ  । ୨୦ ମିନିଟ ପରେ ଗରମ ପାଣିରେ ଧୋଇବା ଦ୍ବାରା ଚେହେରା ଚମକିଥାଏ । ବାଦାମ ଓ କଦଳୀ ଫେସମାସ୍କ ପ୍ରସ୍ତୁତ କରିବା ପାଇଁ ୨ଟି କଦଳୀ ଚକଟି ନିଅନ୍ତୁ । ଏଥିରେ ୨ ଚାମଚ ପିନଟ ବଟର ମିଶାଇ ଚେହେରାରେ ଲଗାନ୍ତୁ । ୧୫ ରୁ ୨୦ ମିନିଟ ପରେ ହାଲୁକା ଉଷୁମ ପାଣିରେ ମୁହଁ ଧୋଇ ନିଅନ୍ତୁ । ସପ୍ତାହକୁ ୨ ରୁ ୩ ଥର ଏପରି ଫେସପ୍ୟାକ୍‌ ଲଗାଇବା ଦ୍ବାରା ଚେହେରା ଉଜ୍ଜ୍ବଳ ଦିଶିଥାଏ  ।

ଅମ୍ଳ, କୋଷ୍ଠକାଠିନ୍ୟ ସମସ୍ୟା ଦେଖା ଦେଉଥିଲେ , ପ୍ରତିଦିନ ବାଦାମ୍ ଭଜା ଅଳ୍ପ ପରିମାଣରେ ଖାଇବା ଭଲ । ବିଶେଷଜ୍ଞଙ୍କ ମତରେ , ପିଲାଙ୍କ ସ୍ମୃତି  ଶକ୍ତି ବୃଦ୍ଧି ନିମନ୍ତେ ବାଦାମର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଭିଟାମିନ୍ ବି-୩ ଭରପୁର ବାଦାମ୍ ଖାଇବା ଦ୍ୱାରା, ପିଲାଙ୍କ ହଜମ କ୍ଷମତା ମଧ୍ୟ ଭଲ ହୋଇଥାଏ । ଶୀତଦିନରେ ଅନେକ ଲୋକଙ୍କର ତ୍ୱଚା ଶୁଷ୍କ ବା ରୁକ୍ଷ ହୋଇଥାଏ । ବାଦାମ କିମ୍ବା ବାଦାମ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା, ଏହା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ୱ ମିଳୁଥିବାର ବିଶେଷଜ୍ଞ ଅନୁସନ୍ଧାନରୁ ପ୍ରକାଶ । ବାଦାମ୍ ପ୍ରତିଦିନ ଖାଉଥିବା ଲୋକଙ୍କ ଠାରେ, ମଧୁମେହ ହେବାର ଆଶଙ୍କା ଅପେକ୍ଷାକୃତ କମ୍ ।

ସିଝା ବାଦାମ ଖାଇଲେ ଓଜନ ଶୀଘ୍ର କମିଯାଏ। ସକାଳ ଜଳଖିଆ କରିସାରି ୧୦-୧୨ଟି ବାଦାମ ଖାଇଦେଲେ ଭୋକ ମଧ୍ୟ ବାରମ୍ବାର ଲାଗେନି। ଶୀତଦିନେ ଅଧିକାଂଶଙ୍କର ଆଣ୍ଠୁଗଣ୍ଠି ସମସ୍ୟା ହୁଏ। ଚଲାବୁଲାରେ ଭାରି କଷ୍ଟ ଲାଗେ। ସେମାନେ ସିଝା ବାଦାମ ଖାଇଲେ ଉପକାର ମିଳେ। ସିଝା ବାଦାମ ଖାଇଲେ ହୃତ୍‌ପିଣ୍ଡ ସୁସ୍ଥ ରହୁଥିବା ଅନୁଧ୍ୟାନରୁ ଜଣାପଡ଼ିଛି। ବାଦାମ ଖାଇଲେ ପ୍ରସ୍ତୁତ ହେଉଥିବା ନାଇଟ୍ରିକ୍ ଅକ୍ସାଇଡ୍ ଶରୀରକୁ ହୃଦ୍‌ଘାତରୁ ରକ୍ଷା କରେ।  ବାଦାମରେ -ଭିଟାମିନ୍ ଏ ପୋଷକତତ୍ତ୍ବରେ ପୂରି ରହିଥିବା ବାଦାମକୁ ସିଝାଇ ଖାଇଲେ ତାହା ଆଖି ଉପରେ ମଧ୍ୟ ଭଲ ପ୍ରଭାବ ପକାଏ। ତେବେ ଚିନାବାଦାମ ଅନେକ ପ୍ରକାର ଭଲ ପ୍ରଭାବ ପକାଇଥାଏ ମଣିଷ ଶରୀର ଉପରେ l

ଅଁଳା ଚଟଣି , ସ୍ୱାସ୍ଥ୍ୟ ପାଇଁ ବେଶ୍‍ ଉପକାରୀ

ଦହି ଖାଆନ୍ତୁ; ଦୂର ହେବ ଅନେକ ସମସ୍ୟା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments