Health & Lifestyle

ଗାଜରରେ ଭରି ରହିଛି ଔଷଧୀୟ ଗୁଣ...

ଗାଜର (carrots) କୋଲେଷ୍ଟ୍ରଲ (cholesterol) ସ୍ତରକୁ ମଧ୍ଯ ନିୟନ୍ତ୍ରଣ କରିଥାଏ । ଗାଜର ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

18 May, 2024 12:44 PM IST By: Sudesna Nayak

ଆଜି କାଲି ସହରମାନଙ୍କରେ ଗାଜର (carrots)ର ଚାହିଦା ଦିନକୁ ଦିନ ବଢୁଅଛି । ହୋଟେଲ, ରେଷ୍ଟୁରାଣ୍ଟ ମାନଙ୍କରେ ସାଲାଡ଼ ତିଆରି କରିବା ଏହି ପରିବାଟି ନିହାତି ଆବଶ୍ୟକ ହୋଇଥାଏ । ଏହାକୁ ତରକାରୀ ସହ ସାଲାଡ, ଜୁସ୍ ଏବଂ ସୁପରେ ମଧ୍ୟ ବ୍ୟବହାର କରାଯାଏ । ଗାଜର କେବଳ ଖାଇବାକୁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ଭିତରେ ଭରି ରହିଛି ବିଭିନ୍ନ ପ୍ରକାରର ଔଷଧୀୟ ଗୁଣ । ଗାଜର ଖାଇବା ଦ୍ଵାରା କିଡ଼ନୀ ଭଲ ଭାବରେ କାର୍ଯ୍ୟ କରିଥାଏ ଏବଂ ପରିସ୍ରା ମଧ୍ଯ ପରିଷ୍କାର ହୋଇଥାଏ ।

ସୂଚନା ଅନୁଯାୟୀ, ଗାଜର (carrots) ଓଜନ ହ୍ରାସ କରିବାରେ ବହୁତ ପରିମାଣରେ ସାହାଯ୍ୟ କରିଥାଏ । ଏଥିସହିତ ଗାଜର (carrots) କୋଲେଷ୍ଟ୍ରଲ (cholesterol) ସ୍ତରକୁ ମଧ୍ଯ ନିୟନ୍ତ୍ରଣ କରିଥାଏ । ଗାଜର ଖାଇବା ଦ୍ୱାରା ଶରୀରର ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

ଗାଜର ପରିବା ଟି କେବଳ ପାଟି ସୁଆଦିଆ ପରିବା ନୁହେଁ ଏହା ଶରୀରକୁ ଫିଟ୍ ରଖିବା ପାଇଁ ସାହାଯ୍ୟ କରିଥାଏ । ଗାଜର (carrots) ଏମିତି ଏକ ପରିବା ଯାହା କ୍ୟାନସର (cancer)ଭଳି ମାରାତ୍ମକ ରୋଗରୁ ମଧ୍ଯ ରକ୍ଷା କରିଥାଏ । ଗାଜରରେ ଆଇରନ ଅଂଶ ରହିଥାଏ । ଏଥିସହିତ ଗାଜରରେ ପ୍ରଚୁର ପରିମାଣରେ କ୍ୟାଲସିୟମ, ଭିଟାମିନ ଏ, ଭିଟାମିନ ବି, ଭିଟାମିନ ସି ରହିଥାଏ ।

ପ୍ରକାଶ ଥାଉ ଯେ, ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି ତ ନିୟମିତ ସକାଳୁ ଗାଜର ଜୁସ୍ (carrot juice) ପିଇ ପାରିବେ । ଗାଜର (carrots) ଏକ ଶୀତଦିନିଆ ଫସଲ । ଖରା ଅଧିକ ହେଲେ ଗାଜର ସଠିକ ଭାବରେ ବଢ଼ିପାରେ ନାହିଁ ।

ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୁଜ

ହାଇକୋଲେଷ୍ଟ୍ରଲ କାରଣରୁ ଶରୀରରେ ଦେଖାଦିଏ ଏହି ସମସ୍ୟା....

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)