1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ହାଇକୋଲେଷ୍ଟ୍ରଲ କାରଣରୁ ଶରୀରରେ ଦେଖାଦିଏ ଏହି ସମସ୍ୟା....

ଶରୀରରେ ହାଇକୋଲେଷ୍ଟ୍ରଲ୍ର ସମସ୍ୟା ଅନେକ ସାଂଘାତିକ ରୋଗକୁ ନିମନ୍ତ୍ରଣ କରିବା ପରି | ଏଭଳି ପରିସ୍ଥିତିରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ଅଟେ । ଆମେ ନିୟମିତ ଖାଇବା ପିଇବାରେ ଅବହେଳା କରିବା ଦ୍ୱାରା କୋଲେଷ୍ଟ୍ରଲ୍ର ପରିମାଣ ବୃଦ୍ଧି ହେତୁ ଶରୀରରେ ହାଇ ବ୍ଲଡ ପ୍ରେସର ,ହାର୍ଟ ଆଟାକ୍ , ଏବଂ ମଧୁମେହ ପରି ସମସ୍ୟାମାନ ଦେଖା ଦେଇଥାଏ | ଏହି ଲକ୍ଷଣଗୁଡ଼ିକୁ ଠିକ୍ ସମୟରେ ଚିହ୍ନି, ଆପଣ କୋଲେଷ୍ଟ୍ରଲ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାକୁ ହ୍ରାସ କରିପାରିବେ |

Sudesna Nayak
Sudesna Nayak
High cholesterol signs in fingers and toes,image source -www.pexels.com

High cholesterol signs in fingers and toes,image source -www.pexels.com

ଶରୀରରେ ହାଇକୋଲେଷ୍ଟ୍ରଲ୍ର (High cholesterol)ସମସ୍ୟା ଅନେକ ସାଂଘାତିକ ରୋଗକୁ ନିମନ୍ତ୍ରଣ କରିବା ପରି | ଏଭଳି ପରିସ୍ଥିତିରେ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ଅଟେ । ଆମେ ନିୟମିତ ଖାଇବା ପିଇବାରେ ଅବହେଳା କରିବା ଦ୍ୱାରା କୋଲେଷ୍ଟ୍ରଲ୍ର ପରିମାଣ ବୃଦ୍ଧି ହେତୁ ଶରୀରରେ ହାଇ ବ୍ଲଡ ପ୍ରେସର (blood pressure),ହାର୍ଟ ଆଟାକ୍ (heart attack), ଏବଂ ମଧୁମେହ (diabetes) ପରି ସମସ୍ୟାମାନ ଦେଖା ଦେଇଥାଏ | ଏହି ଲକ୍ଷଣଗୁଡ଼ିକୁ ଠିକ୍ ସମୟରେ ଚିହ୍ନି, ଆପଣ କୋଲେଷ୍ଟ୍ରଲ ଦ୍ବାରା ସୃଷ୍ଟି ହେଉଥିବା ସମସ୍ୟାକୁ ହ୍ରାସ କରିପାରିବେ |

ହାତରେ ଦେଖାଦେଇଥାଏ ଏହି ସବୁ ସମସ୍ୟା:

ହାଇ କୋଲେଷ୍ଟ୍ରଲ (High cholesterol)କାରଣରୁ ହୃଦୟକୁ ଠିକ୍ ଭାବରେ ରକ୍ତ ସଞ୍ଚାଳନ ହୋଇପାରି ନଥାଏ, ଯାହାଫଳରେ ହାତ (hand)ରେ ରକ୍ତ ଅଭାବ ଦେଖାଦେଇଥାଏ । ଏହି ସବୁ ସମସ୍ଯା ଯୋଗୁଁ ହାତରେ ଦରଜ ଅନୁଭବ ହୁଏ । ଏହାକୁ ଅବହେଲା ନ କରି ଜଲଦି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଆଙ୍ଗୁଠିରେ ଯନ୍ତ୍ରଣା ଅନୁଭବ ହୁଏ :

ଯଦି ଆପଣଙ୍କର ହାଇ କୋଲେଷ୍ଟ୍ରଲ (High cholesterol) ସମସ୍ୟା ଅଛି, ତେବେ ଏହି ଅବସ୍ଥାରେ ଆପଣଙ୍କ ଆଙ୍ଗୁଠିରେ ବହୁତ ଯନ୍ତ୍ରଣା ଅନୁଭବ କରିପାରନ୍ତି | ବାସ୍ତବରେ, କୋଲେଷ୍ଟ୍ରଲରେ ଆଙ୍ଗୁଠିର ଧମନୀରେ କୋଲେଷ୍ଟ୍ରଲ ଜମା ହେବା ଆରମ୍ଭ କରେ, ଯେଉଁ କାରଣରୁ ଯଦି ଆପଣ ଆଙ୍ଗୁଠିର ଏହି ଅଂଶକୁ ସ୍ପର୍ଶ କରନ୍ତି, ତେବେ ଆପଣ ଯନ୍ତ୍ରଣା ଅନୁଭବ କରିପାରନ୍ତି ।

ନଖର ରଙ୍ଗ ପରିବର୍ତ୍ତନ ହୁଏ :

ନଖର ରଙ୍ଗ ପରିବର୍ତ୍ତନ ହେବା ମଧ୍ଯ ହାଇ କୋଲେଷ୍ଟ୍ରଲ (High cholesterol)ର ଏକ ପ୍ରକାରର ଲକ୍ଷଣ ଅଟେ । ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ,ଏବଂ ଶରୀରରେ କୋଲେଷ୍ଟ୍ରଲ (cholesterol)ମାତ୍ରାକୁ ନିୟନ୍ତ୍ରଣ କରନ୍ତୁ ।

ପ୍ରକାଶ ଥାଉ ଯେ, ହାଇ କୋଲେଷ୍ଟ୍ରଲ (High cholesterol) ଯୋଗୁଁ ହାତରେ ଝିମ୍ ଝିମ୍ ହୋଇଥାଏ । ଶରୀରରେ ରକ୍ତ ସଞ୍ଚାଳନରେ ଅନେକ ସମସ୍ୟା ଦେଖା ଦେଇଥାଏ । ଯେଉଁ କାରଣରୁ ହାତରେ ଝିମ୍ ଝିମ୍ ହୁଏ ।

ହାଇକୋଲେଷ୍ଟ୍ରଲ ରୋଗ ପୂର୍ବରୁ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ....

କିଡନୀ ଖରାପ ହେବା ପୂର୍ବରୁ ଦେଖା ଦେଇଥାଏ ଏହି ସବୁ ଲକ୍ଷଣ....

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments