1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅତ୍ୟନ୍ତ ଲାଭକାରୀ ହୋଇଥାଏ ଶୁଖିଲା ନଡ଼ିଆ

ନଡ଼ିଆ ଏକ ଏପରି ଫଳ ଯାହା ପୂଜା ଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ପଡିଥାଏ l ନଡ଼ିଆ ପାଣି ଠାରୁ ନଡ଼ିଆ କ୍ଷୀର ଶରୀର ପାଇଁ ଖୁବ ଲାଭଦାୟକ l ସେହିପରି ଶୁଖିଲା ନଡ଼ିଆ ସେବନ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ ।

Tanushree Mahapatra
Tanushree Mahapatra
Health benefits of dry coconut , image source - pexels.com

Health benefits of dry coconut , image source - pexels.com

ନଡ଼ିଆ ଏକ ଏପରି ଫଳ ଯାହା ପୂଜା ଠାରୁ ଆରମ୍ଭ କରି ରୋଷେଇ ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ପଡିଥାଏ l ନଡ଼ିଆ ପାଣି ଠାରୁ ନଡ଼ିଆ କ୍ଷୀର ଶରୀର ପାଇଁ ଖୁବ ଲାଭଦାୟକ l ସେହିପରି ଶୁଖିଲା ନଡ଼ିଆ ସେବନ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ଆପଣ ଜାଣିଛନ୍ତି କି , ଶୁଖିଲା ନଡ଼ିଆରେ ଭିଟାମିନ,ପ୍ରୋଟିନ, ଆଇରନ, ସେଲେନିଅମ ଆଦି ପୋଷକ ତତ୍ୱ ଭରପୁର ମାତ୍ରାରେ ରହିଥାଏ ଯାହା ଶରୀର ପାଇଁ ନିହାତି ଆବଶ୍ୟକ ।

ଯାହାକି ଖାଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ । ତେବେ ଶୁଖିଲା ନଡ଼ିଆ ମହିଳାଙ୍କ ପାଇଁ ଖୁବ ଲାଭକାରୀ ହୋଇଥାଏ । ଏହା ରକ୍ତ ଅଭାବ ପୁରଣ କରିବାରେ ସାହାଯ୍ୟ କରିଥାଏ । ତେଣୁ ମହିଳା ତାଙ୍କ ଭୋଜନରେ ଶୁଖିଲା ନଡ଼ିଆ ଜରୁର ସାମିଲ କଲେ ଏହା ତାଙ୍କ ପାଇଁ ଲାଭଦାୟକ ହୋଇଥାଏ । ଶୁଖିଲା ନଡ଼ିଆରେ ଆହୁରି କଣ କଣ ଫାଇଦା ରହିଛି । ଆସନ୍ତୁ ଜାଣିବା ସେ ବିଷୟରେ ।

ଦେଖିବାକୁ ମିଳେ ଯେ ଅଧିକାଂଶ ମହିଳାଙ୍କ ଠାରେ ଆର୍ଥ୍ରାଇଟିସ ସମସ୍ୟା ରହିଥାଏ । ଏହି ସମସ୍ୟା ପାଇଁ ଶୁଖିଲା ନଡ଼ିଆ ଖାଇବା ଲାଭକାରୀ ହୋଇଥାଏ । ଅଧିକାଂଶ ମହିଳାଙ୍କ ଠାରେ ରକ୍ତ ହୀନତା ମଧ୍ୟ ଦେଖାଯାଏ । ରକ୍ତ ହୀନତା ଦୂର କରିବା ପାଇଁ ଶୁଖିଲା ନଡ଼ିଆ ସେବନ ମହିଳାଙ୍କ ପାଇଁ ହୋଇଥାଏ ଲାଭକାରୀ । କାରଣ ଶୁଖିଲା ନଡ଼ିଆରେ ରହିଛି ପ୍ରଚୁର ଆଇରନ ରହିଥାଏ । ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ଶୁଖିଲା ନଡ଼ିଆ ଫାଇଦାକାରୀ । ଏଥିରେ ରହିଥିବା ଫ୍ୟାଟି ଏସିଡ ଶିଶୁ ବିକାଶରେ ସହାୟକ ହୋଇଥାଏ ଯାହା ତାଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖେ ପେଟ ଭିତରେ । ଅଧିକାଂଶ ମହିଳାଙ୍କ ଠାରେ ୟୁରିନ ସଂକ୍ରମଣ ସମସ୍ୟା ଅଧିକ ରହିଥାଏ । ଏହି ସମସ୍ୟା ପାଇଁ ଶୁଖିଲା ନଡ଼ିଆ ଖାଇବା ଉଚିତ ଯାହା ଫାଇଦାକାରୀ ହୋଇଥାଏ ।

ତେବେ ଶୁଖିଲା ନଡିଆରେ କୋଲେଷ୍ଟ୍ରୋଲ, ଫାଇବର, ମ୍ୟାଗ୍ନେସିୟମ, କପର ଏବଂ ସିଲେନିୟମ ଭଳି ପୋଷକ ତତ୍ତ୍ୱ ଭରପୁର ରହିଥାଏ। ଏଥିପାଇଁ ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶାରୀରିକ ଥକ୍କାପଣ ଏବଂ ଦୁର୍ବଳତା ଦୂର ହୋଇଥାଏ । ବୟସ ବଢିବା ସଙ୍ଗେ ସଙ୍ଗେ ଅଲଜାଇମର ସମସ୍ୟା ମଧ୍ୟ ଦେଖାଦେଇଥାଏ କିଛି ବ୍ୟକ୍ତିଙ୍କ ମଧ୍ୟରେ । ଯାହାଫଳରେ ବ୍ୟକ୍ତିର ସ୍ମରଣ ଶକ୍ତି ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିଥାଏ । ଏହି ସବୁ ସମସ୍ୟା ଦୂର କରିବା ପାଇଁ ହେଲେ  ଶୁଖିଲା ନଡିଆ ଖାଇବା ଉଚିତ । ଏଥିରେ ଆଇରନର ମାତ୍ରା ଅଧିକ ରହିଛି, ଯାହାକୁ ନିୟମିତ ସେବନ କରିବା ଦ୍ୱାରା ରକ୍ତର ଅଭାବ ଦୂର ହେବା ସହିତ ଏନିମିୟା ଭଳି ରୋଗରୁ ମଧ୍ୟ ରକ୍ଷା କରିଥାଏ । ଏହାସହିତ ଶୁଖିଲା ନଡ଼ିଆ ଦୁର୍ବଳତା ମଧ୍ୟ ଦୂର କରିଥାଏ ଶରୀରରୁ । ମୋଟାମୋଟି ଭାବେ ଶୁଖିଲା ନଡିଆ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଯଦି ଆପଣ ଅଧିକ ପତଳା ଅଛନ୍ତି ତେବେ ଅଧା ଲିଟର କ୍ଷୀର ସହିତ ୫ଟି କାଜୁ, ୫ଟି ବାଦାମ ଏବଂ ୨୦ ଗ୍ରାମ ଶୁଖିଲା ନଡିଆ ଏବଂ ୪ଟି ଖଜୁରୀ ପକାଇ ଫୁଟାଇ ପିଅନ୍ତୁ ପ୍ରତିଦିନ । ଏପରି ଲଗାତାର ସପ୍ତାହ ପର୍ଯ୍ୟନ୍ତ କରିବା ଦ୍ୱାରା ଆପଣଙ୍କ ଶରୀରର ପାଇଁ ଲାଭପ୍ରଦ ।

ସେହିପରି ଶୁଖିଲା ନଡିଆରେ ଭରପୂର ମାତ୍ରାରେ କପର ରହିଛି l ଯାହା ମସ୍ତିଷ୍କର ଶକ୍ତିକୁ ବୃଦ୍ଧି କରିବା ସହିତ ସ୍ମରଣ ଶକ୍ତି ମଧ୍ୟ ବଢାଇଥାଏ । ଏହା ଏପରି ଏନଜାଇମ ସଶରୀରେରେ ସୃଷ୍ଟି କରିଥାଏ, ଯାହା ନ୍ୟୁରୋଟ୍ରାନ୍ସମିଟରକୁ ମଧ୍ୟ ବଢାଇଥାଏ । ଶୁଖିଲା ନଡିଆ ହୃଦ୍‌ ସମସ୍ୟା ଜନିତ ରୋଗରୁ ରକ୍ଷା କରିଥାଏ । କାରଣ ପୁରୁଷଙ୍କ ଭିତରେ ଏହା ଅଧିକ ,ମାତ୍ରାରେ ଦେଖା ଯାଇଥାଏ l ସେଥିପାଇଁ ପୁରୁଷଙ୍କୁ ପ୍ରତିଦିନ ୩୮ ଗ୍ରାମ ଡାଏଟ୍ରି ଫାଇବର ଆବଶ୍ୟକତା ପଡିଥାଏ ଯାହା ଶୁଖିଲା ନଡ଼ିଆ ପୂରଣ କରିବାରେ ସାହାଯ୍ୟ କରିବ । ଶୁଖିଲା ନଡିଆ ସ୍ତନ କ୍ୟାନସର କରାଉଥିବା ସେଲସକୁ ସୃଷ୍ଟି ହେବାରେ ବାଧା ଦେଇଥାଏ ଯାହା ମହିଳାଙ୍କ କ୍ଷେତ୍ରରେ ଅଧିକ ଦେଖାଯାଇଥାଏ । ମହିଳାମାନେ ନିଜ ଡାଏଟରେ ଏହାକୁ ନିଶ୍ଚିତ ସାମିଲ କରିବା ଉଚିତ ପ୍ରତିଦିନ ଲକିଛି ମାତ୍ରାରେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments