1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମାଣ୍ଡିଆ ଦୂର କରିବ ଶରୀରର ବଡ଼ ବଡ଼ ରୋଗ

ମାଣ୍ଡିଆ ଶହଶହ ବର୍ଷ ଧରି ଗ୍ରାମାଞ୍ଚଳ ତଥା ମାଳ-ଅଞ୍ଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ୟ ରୂପେ ପରିଚିତି ହାସଲ କରି ସାରିଛି। ଏଥିରେ ଅନ୍ତତଃ ଚାରି ପ୍ରକାର ଅତ୍ୟାବଶ୍ୟକୀୟ ଆମିନୋଏସିଡ ସହିତ ମାନବ ଶରୀର ପାଇଁ ଆବଶ୍ୟକୀୟ ପୁଷ୍ଟିସାର, ସ୍ନେହସାର, ଶ୍ଵେତସାର, କ୍ୟାଲସିୟମ୍, ଲୌହ, ଭିଟାମିନ୍-ବି, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ ଭଳି ଖଣିଜ ଲବଣ, ଫସଫରସ ଓ ତନ୍ତୁ ଜାତୀୟ ଖାଦ୍ୟଗୁଣ ଭରପୂର ରହିଛି ।

Tanushree Mahapatra
Tanushree Mahapatra
Health Benefits of mandia ,image source - pexels.com

Health Benefits of mandia ,image source - pexels.com

ମାଣ୍ଡିଆ ଶହଶହ ବର୍ଷ ଧରି ଗ୍ରାମାଞ୍ଚଳ ତଥା ମାଳ-ଅଞ୍ଚଳ ଲୋକମାନଙ୍କର ଏକ ପ୍ରିୟ ଖାଦ୍ୟ ରୂପେ ପରିଚିତି ହାସଲ କରି ସାରିଛି। ଏଥିରେ ଅନ୍ତତଃ ଚାରି ପ୍ରକାର ଅତ୍ୟାବଶ୍ୟକୀୟ ଆମିନୋଏସିଡ ସହିତ ମାନବ ଶରୀର ପାଇଁ ଆବଶ୍ୟକୀୟ ପୁଷ୍ଟିସାର, ସ୍ନେହସାର, ଶ୍ଵେତସାର, କ୍ୟାଲସିୟମ୍, ଲୌହ, ଭିଟାମିନ୍-ବି, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ ଭଳି ଖଣିଜ ଲବଣ, ଫସଫରସ ଓ ତନ୍ତୁ ଜାତୀୟ ଖାଦ୍ୟଗୁଣ ଭରପୂର ରହିଛି ।

ଗ୍ଲୁଟେନ୍ ଆଲର୍ଜି ଥିବା ଲୋକଙ୍କ ପାଇଁ ମଧ୍ୟ ମିଲେଟ ଉପାଦେୟ। ଏଣୁ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ମାଣ୍ଡିଆରୁ ପ୍ରସ୍ତୁତ ଭୋଜନ ଦେବାକୁ କୁହାଯାଏ । ବହୁମୂତ୍ର ରୋଗୀମାନଙ୍କ ପାଇଁ ଏହା ଏକ ଉପାଦେୟ ଖାଦ୍ୟ । 

ତେବେ ଏକ ଅନୁସନ୍ଧାନ ଅନୁଯାୟୀ, ମାଣ୍ଡିଆରେ ଭରପୁର ରହିଛି କର୍କଟ ବିରୋଧୀ ଗୁଣ । ଯାହା କର୍କଟ ରୋଗ ହେବାରୁ ଆମକୁ ରକ୍ଷା କରିବ l ସେହିପରି ଏହା ଶରୀରରେ ହେଉଥିବା  ପେଟ କର୍କଟ ରୋଗକୁ ରୋକିଥାଏ । ତେବେ ମାଣ୍ଡିଆରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଉପାଦାନ କୋଷରୁ ମୁକ୍ତ ରେଡିକାଲ୍‌ ଗୁଡିକୁ ଅପସାରଣ କରିବାରେ ସାହାଯ୍ୟ କରେ   l ଯେଉଁ କାରଣରୁ କର୍କଟ କୋଷଗୁଡ଼ିକ ବଢିପାରନ୍ତି ନାହିଁ । ଅନ୍ୟ ଏକ ଅଧ୍ୟୟନ ଅନୁଯାୟୀ, ମାଣ୍ଡିଆ ହେଉଛି ଏକ ସୁପର୍‌ଫୁଡ୍ । ମାଣ୍ଡିଆରେ ଗ୍ଲୁଟେନ୍ ବହୁତ କମ ରହିଛି । ଏହାର ଗ୍ଲାଇସେମିକ୍ ଇଣ୍ଡେକ୍ସ ମଧ୍ୟ ବହୁତ କମ୍ । 

ମାଣ୍ଡିଆରେ ରହିଛି ୦.୩୮ ପ୍ରତିଶତ କ୍ୟାଲ୍‌ସିୟମ୍ , ୧୮ ପ୍ରତିଶତ ଡାଏଟାରୀ ଫାଇବର , ୩ ପ୍ରତିଶତ ଫେନୋଲିକ୍ , ଯାହା ଦ୍ୱାରା ଏହା ଆଣ୍ଟି ଡାଇବେଟିସ୍ ଏବଂ ଆଣ୍ଟି-ଟ୍ୟୁମୋରୋଜେନିକ୍ ହୋଇଯାଏ । ଏହାକୁ ଖାଇବା ପରେ ରକ୍ତରେ ଶର୍କରା ବୃଦ୍ଧି ହୁଏ ନାହିଁ । ତେଣୁ ଜଣେ ପ୍ରତିଦିନ ଏହା ଖାଇବା ଦ୍ୱାରା ଶରୀରରେ ଶର୍କରାର ମାତ୍ରା କମ ରହେ l ସେହିପରି ଏକ ହେଲ୍‌ଥ୍ ଲାଇନ ରିପୋର୍ଟର ଖବର ଅନୁଯାୟୀ, ମାଣ୍ଡିଆରେ ଥିବା ଫାଇବର ପେଟରେ ଏକ ଅଠାଳିଆ ପଦାର୍ଥରେ ପରିଣତ ହୋଇଥାଏ । ଏହା ଚର୍ବିକୁ ଏହାର ଜାଲରେ ଛନ୍ଦିଦିଏ, ଯାହା ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହେବାର ସମ୍ଭାବନାକୁ କମ କରିଥାଏ । ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ ପ୍ରତିଦିନ ମାଣ୍ଡିଆର ବ୍ୟବହାର ଟ୍ରାଇଗ୍ଲାଇସରାଇଡ୍‌ର ସ୍ତରକୁ ଯଥେଷ୍ଟ କମ କରିଥାଏ ଶରୀରରେ । 

ଅନେକ ଅଧ୍ୟୟନରୁ ମଧ୍ୟ ଏହା ପ୍ରମାଣିତ ହୋଇଛି । ଅଧ୍ୟୟନରେ କୁହାଯାଇଛି ଯେ ମାଣ୍ଡିଆରେ କିମ୍ବା ମିଲେଟରେ ଥିବା ପଲିଫେନୋଲ ଶରୀରର କାର୍ଯ୍ୟକୁ ତ୍ୱରାନ୍ୱିତ କରିଥାଏ l ଯେଉଁଥିପାଇଁ ଚର୍ମରେ ସବୁବେଳେ ଚମକ ଦେଖାଯାଏ ଏବଂ ବୟସର ପ୍ରଭାବ ମଧ୍ୟ ଚେହେରାରେ କମିଯାଏ । ମାଣ୍ଡିଆରେ ସର୍ବାଧିକ କ୍ୟାଲସିୟମ୍ ଥାଏ ଯାହା ହାଡକୁ ମଜବୁତ ଓ ଶକ୍ତିଶାଳୀ କରିଥାଏ । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments