Health & Lifestyle

ମାଣ୍ଡିଆ ଚା’! ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ, ମିଳିବ ଏହିସବୁ ଫାଇଦା...

ଏବେ ବଜାରରେ ମାଣ୍ଡିଆ ଚା’(Ragi tea) ର ଡିମାଣ୍ତ ବହୁତ ଦେଖିବାକୁ ମିଳୁଛି । ଏହି ଚା’ ପିଇବାକୁ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ଼ ।

04 January, 2023 3:44 PM IST By: Sudesna Nayak

ମାଣ୍ଡିଆ (Millets)ଏପିରି ଏକ ସ୍ବାସ୍ଥ୍ଯ ଉପଯୋଗୀ ଖାଦ୍ଯ, ଯାହାର ଚାହିଦା ଏବେ ଗାଁ ଠୁ ନେଇ ବିଦେଶରେ ସବୁଠି ଦେଖିବାକୁ ମିଳୁଛି । ଯାହା ସ୍ବାସ୍ଥ୍ଯ ପାଇଁ ବହୁ ଲାଭଦାୟକ । ଏବେ ବଜାରରେ ଲୋକ ବଜାରରେ ମାଣ୍ଡିଆ (Millets)ରେ ନାନାଦି ପ୍ରକାରର ଖାଦ୍ଯ ବନାଉଛନ୍ତି । ଏବେ ବଜାରରେ ମାଣ୍ଡିଆ ଚା’(Ragi tea) ର ଡିମାଣ୍ତ ବହୁତ ଦେଖିବାକୁ ମିଳୁଛି । ଏହି ଚା’ ପିଇବାକୁ ଦୋକାନରେ ଜମୁଛି ଗ୍ରାହକଙ୍କ ଭିଡ଼ ।

କହିବାକୁ ଗଲେ, ମାଣ୍ଡିଆ (Millets)ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ (diabetes), ବ୍ଲଡପ୍ରେସର (Blood Pressure), ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ (weight loss) ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । 

ସକାଳୁ ମାଣ୍ଡିଆ (Millets)କୁ ଜଳଖିଆ ଭାବେ ଖାଇଲେ ଏହା ଅଯଥା କୋଲେଷ୍ଟେରୋଲ କମ କରିବା ସହିତ ହୃଦଘାତ ପରି ସମସ୍ୟାର ଆଶଙ୍କା ଦୂର କରିଥାଏ ।

କିନ୍ତୁ ଜାଣିଛନ୍ତି କି , ଏବେ ବଜାରରେ ମାଣ୍ଡିଆ ଚା’(Ragi tea) ବହୁତ ଡିମାଣ୍ତରେ ରହିଛି । ଏହାର ଦାମ୍ ୫ ଟଙ୍କା ଓ ୧୦ ଟଙ୍କା ରହିଛି । ଏହି ମାଣ୍ଡିଆ ଚା’(Ragi tea) ଆଜିକାଲି ସବୁ ଜାଗାରେ ପ୍ରାୟତ ମିଳୁଥିବାର ଦେଖିବାକୁ ମିଳୁଛି । ଗ୍ରାହକମାନେ ମଧ୍ୟ ମାଣ୍ଡିଆ ଚା’ ଓ ମାଣ୍ଡିଆରେ ପ୍ରସ୍ତୁତ ସାମଗ୍ରୀ ଖାଇ ନିଜକୁ ଖୁସି ଅନୁଭବ କରୁଛନ୍ତି । 

ମାଣ୍ଡିଆ ଏକ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ହୋଇଥିବା ବେଳେ କୋରାପୁଟ ଜିଲ୍ଳାର ଆଦିବାସୀ ଅଞ୍ଚଳର ଏହା ପ୍ରଧାନ ଖାଦ୍ୟ । ଏହି ମାଣ୍ଡିଆ ଚା (Ragi tea) ତାର ଏକ ଉଦାହରଣ ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ମାଣ୍ଡିଆ (finger millet)ର ଚାହିଦା ଦିନକୁ ଦିନ ବଢୁଛି ଓ ବିକ୍ରି ମଧ୍ୟ ଦିନକୁ ଦିନ ବଢିବାରେ ମଧ୍ଯ ଲାଗିଛି । ମାଣ୍ଡିଆ ଚା (Ragi tea) ର ଚାହିଦା ଦିନକୁ ଦିନ ବଢୁଛି ।

ସୁପର ଶକ୍ତିର ଉତ୍ସ ମାଣ୍ଡିଆ,ଦୂର କରେ ଏହି ବଡ ବଡ ରୋଗ

ସକାଳେ ୧ ଗ୍ଲାସ୍ ପିଅନ୍ତୁ, ବାତ, ଡାଇବେଟିସ,ଗ୍ୟାସ୍ ମୂଳରୁ ହେଇଯିବ ଭଲ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)