Health & Lifestyle

ରାତିରେ ଖାଉଛନ୍ତି କି ପନିର ?

ପନିର ଖାଇବା ପାଇଁ ଛୋଟ ରୁ ବଡ ଲୋକେ ସମସ୍ତେ ଖାଇବାକୁ ଭଲ ପାଇଥାନ୍ତି l ତେବେ ପନିର ହେଉଛି କ୍ଷୀରରେ ରେ ପ୍ରସ୍ତୁତ ଯାହା ଅଧିକ ଖାଇବା ଶରୀର ପକ୍ଷେ ଭଲ ନୁହେଁ l

01 June, 2023 8:00 PM IST By: Tanushree Mahapatra

ପନିର ଖାଇବା ପାଇଁ ଛୋଟ ରୁ ବଡ ଲୋକେ ସମସ୍ତେ ଖାଇବାକୁ ଭଲ ପାଇଥାନ୍ତି l ତେବେ ପନିର ହେଉଛି କ୍ଷୀରରେ ରେ ପ୍ରସ୍ତୁତ ଯାହା ଅଧିକ ଖାଇବା ଶରୀର ପକ୍ଷେ ଭଲ ନୁହେଁ l ତେବେ ଆଜି ଆମେ ଆପଣଙ୍କୁ ପନିର ଖାଇବା ଦ୍ୱାରା କଣ ରହିଚି ଅପକାରିତା ଓ ଉପକାରିତା ବିଷୟରେ ଜାଣନ୍ତୁ l

ଯେଉଁ ଲୋକମାନଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି, ସେମାନେ ପନିର ଠାରୁ ଦୂରେଇ ରୁହନ୍ତୁ । ନଚେତ୍‌ ଏହାଦ୍ୱାରା ଆପଣଙ୍କ ଶରୀର ସମସ୍ୟା ଆହୁରି ବଢ଼ି ଯାଇପାରେ ।

ତେବେ ଯେଉଁମାନଙ୍କର ପେଟ ସମସ୍ୟା ସେମାନେ ଅଧିକ ପନିର ଖାଇବା ଉଚିତ ନୁହେଁ l ନିଜ ହଜମ ପ୍ରକ୍ରିୟାକୁ ସୁରକ୍ଷିତ ରଖିବା ପାଇଁ ଡାଏଟ୍‌ରେ ପନିର ସାମିଲ କରନ୍ତୁ ନାହିଁ କାରଣ ଏହା ଶରୀର ପାଇଁ ଠିକ ନୁହେଁ । ଯେଉଁ ଲୋକଙ୍କର ଅଧିକ ଫୁଡ୍‌ ପଏଜନିଂ ସମସ୍ୟା ରହିଛି, ସେମାନେ ପନିର ଖାଇବାଠୁ ଦୂରେଇ ରୁହନ୍ତୁ । କାରଣ ପନିର ରେ ରହିଛି ଭରପୂର ମାତ୍ରାରେ ପ୍ରୋଟିନ୍ l ପନିର ଅଧିକ ମାତ୍ରାରେ ପ୍ରତିଦିନ ସେବନ କରିବେ, ତା’ ହେଲେ ବାନ୍ତି, ମୁଣ୍ଡବିନ୍ଧା, ଭୋକ ମରିଯିବା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ତେବେ ଜାଣିଛନ୍ତି କି , ଅଧିକ ମାତ୍ରାରେ ପନିର ସେବନ କରିବା ଦ୍ୱାରା ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ସମସ୍ୟା ଅଧିକ ଦେଖା ଦେଇପାରେ । ବଡ କଥା ହେଲା ଗର୍ଭବତୀ ମହିଳାମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପନିର ସେବନ କରିବା ଉଚିତ୍‌ ।

ଯଦି ଆପଣଙ୍କ ହୃଦୟକୁ ସୁସ୍ଥ ରଖିବାକୁ ଚାହାନ୍ତି ଓ ଏହା ସହିତ କୋଲେଷ୍ଟ୍ରୋଲକୁ କଣ୍ଟ୍ରୋଲ କରିବାକୁ ଚାହାନ୍ତି ତେବେ  ପନିରକୁ ଯେତେ ସମ୍ଭବ କମ୍‌ ଖାଇବା ପାଇଁ ଚେଷ୍ଟା କରନ୍ତୁ । ତେବେ ପନିରରେ ଲୁଣ ମହଜୁଦ୍‌ ଥିବା କାରଣରୁ ଏଥିରେ ସୋଡିୟମ୍‌ର ମାତ୍ରା ଅଧିକ ରହିଛି । ଅଧିକ ପନିର ହାଇ ବ୍ଲଡ୍‌ ପ୍ରେସର ହେବାର ସମ୍ଭାବନା ଅଧିକ । ସେହିପରି ଯାହାଙ୍କୁ ଏସିଡିଟି ସମସ୍ୟା ଥାଏ, ତେଣୁ ପନିର କମ୍‌ ଖାଇବା ଉଚିତ ।

ତେବେ ରାତିରେ ମଧ୍ୟ ପାଣିର ଖାଇବା ଅଧିକ ଭଲ ନୁହେଁ l ତେଣୁ ଯଦି ପାଣିର ଖାଇବାର ଅଛି , ତେବେ ଦିନ ସମୟରେ ଖାଆନ୍ତୁ । ରାତିରେ ଆଦୌ ପନିର ଖାଆନ୍ତୁ ନାହିଁ କାରଣ ଏହି ସମୟରେ ଏହା ଆପଣଙ୍କୁ କ୍ଷତି ପହଞ୍ଚାଇବ । ଏହାଦ୍ୱାରା ଏସିଡିଟି ଏବଂ ପେଟ ଖରାପ ହେବାର ସମ୍ଭାବନା ରହିଥାଏ । ଶରୀରରେ ପ୍ରୋଟିନର ଅଧିକ ମାତ୍ରା ବଢିଯିବା ଡାଇରିଆର କାରଣ ହୋଇପାରେ । ତେବେ ଅଧିକାଂଶ ଲୋକ କଞ୍ଚା ପନିର ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି । ତେବେ କଞ୍ଚା ପନିର ଖାଇବା ଦ୍ୱାରା ଇନ୍‌ଫେକ୍ସନ ହେବାର ଆଶଙ୍କା ରହିଥାଏ ।

ଯଦି ଆପଣଙ୍କୁ ହାର୍ଟକୁ ସୁସ୍ଥ ରଖିବାର ଅଛି ତେବେ ପନିର ଖାଆନ୍ତୁ ନାହିଁ । ଏହା କୋଲୋଷ୍ଟ୍ରୋଲର ପରିମାଣ ଶରୀରରେ ବଢ଼ାଇଦେଇଥାଏ । ସେହିପରି ଅଧିକ ପନିର ଖାଇବା ଦ୍ୱାରା ହାର୍ଟ ରୋଗର ଆଶଙ୍କା ବଢିଯାଏ ।  କ୍ଷୀରରୁ ପ୍ରସ୍ତୁତ ହେଉଥିବା ପନିର ପ୍ରୋଟିନ୍‌‌ର ଏକ ଉତ୍ତମ ସ୍ରୋତ । ମାତ୍ର ରାତି ସମୟରେ ପନିର ଖାଇବା ଉଚିତ କି ନୁହେଁ ତାହା ଜାଣିବା ନିହାତି ଆବଶ୍ୟକ । ସ୍ୱାସ୍ଥ୍ୟ ଉପରେ ଏହାର କୁ ପ୍ରଭାବ ପଡିଥାଏ । ତେବେ ରାତିରେ ପନିର ଖାଇବା ଯୋଗୁଁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ ଯାହା ଖାଦ୍ୟକୁ ହଜମ ହେବା ପାଇଁ ଦେଇ ନ ଥାଏ । ରାତିରେ ପନିର ଖାଇବା ଦ୍ୱାରା ପେଟ ଫୁଲିବା ଭଳି ସମସ୍ୟା ସହିତ ପେଟ ବଢିବା ସମସ୍ୟା ମଧ୍ୟ ଦେଖାଦିଏ । ରାତିରେ ଅତ୍ୟଧିକ ପନିର ସେବନ କରିବା ଦ୍ୱାରା ଶରୀରରେ କୋଲେଷ୍ଟେରୋଲର ମାତ୍ରା ବୃଦ୍ଧି କରେ ।

ଏହି ଫଳ ଦୂର କରିବ ଡାଇବେଟିସ ସମସ୍ୟା

ଏହି ଚାରୋଟି ଖାଦ୍ୟ ଦୂର କରିଥାଏ ହୃଦୟ ଜନିତ ସମସ୍ୟା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)