Health & Lifestyle

ଏହି ସବୁ ବଡ ବଡ ରୋଗ ଦୂର କରେ ଡାଳିମ୍ବ,ଜାଣନ୍ତୁ...

ଡାଳିମ୍ବ ଦେଖିବାକୁ ଯେତିକି ସୁନ୍ଦର, ତାର ସ୍ବାଦ ମଧ୍ୟ ସେତିକି ଭଲ । ଏହାର ସ୍ବାଦ ଭଲ ହେବା ସହିତ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ ।

01 March, 2022 4:43 PM IST By: Sudesna Nayak

ଡାଳିମ୍ବ (Pomegranate) ଦେଖିବାକୁ ଯେତିକି ସୁନ୍ଦର, ତାର ସ୍ବାଦ ମଧ୍ୟ ସେତିକି ଭଲ । ଏହାର ସ୍ବାଦ ଭଲ ହେବା ସହିତ, ଏହା ସ୍ବାସ୍ଥ୍ୟ ପାଇଁ ମଧ୍ୟ ଉପକାରୀ

ଡାଳିମ୍ବ (Pomegranate)ରେ ଅନେକ ପୋଷକ ତତ୍ବ ଭରି ରହିଥାଏ । ଯେପରିକି, ଭିଟାମିନ ସି, ଫାଇବର, ଭିଟାମିନ K,ଆଇରନ୍, ପୋଟାସିୟମ୍, ଜିଙ୍କ୍ ଏବଂ ଓମେଗା-୬ ଫ୍ୟାଟି ଏସିଡ ଭଳି ବିଭିନ୍ନ ପ୍ରକାର ଭିଟାମିନ୍ ରହିଛି । ଯାହା ଶରୀରକୁ ବିଭିନ୍ନ ପ୍ରକାରର ରୋଗ ବେମାରୀରୁ ରକ୍ଷା କରିବାରେ ସାହାଯ୍ୟ କରେ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ଡାଳିମ୍ବ (Pomegranate) ସେବନ କରିବା ଦ୍ଵାରା ଓଜନକୁ କମ କରିଥାଏ । ଡାଳିମ୍ବର ସେବନ କରିବା ଦ୍ଵାରା ଅଣ୍ଟାରେ ଜମିଥିବା ଚର୍ବିକୁ କମ କରିପାରିବେ । ଯଦି ଆପଣ ଅନାର ଖାଉନାହାନ୍ତି ତ ଏହାର ଜୁଷ ସେବନ କରିପାରିବେ । ମଧୁମେହ ରୋଗୀଙ୍କ ପାଇଁ ଡାଳିମ୍ବର ସେବନ ବହୁତ ଫାଇଦା ଦେଇଥାଏ ।

ଡାଳିମ୍ବ ହାର୍ଟ୍‌କୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ହୃଦୟ ରୋଗୀଙ୍କ ପାଇଁ ଡାଳିମ୍ବ (Pomegranate)ର ସେବନ ବହୁତ ଫାଇଦା ଦେଇଥାଏ । ଏହାକୁ ଖାଇବା ଦ୍ଵାରା ଠିକ ସେ ରକ୍ତ ସଂଚାଳନ ହୋଇଥାଏ । ଯେଉଁଥିରେ ହାର୍ଟ ଆଟାକର କମ ସମ୍ଭାବନା ରହିଥାଏ । ଡାଳିମ୍ବର ମିଳୁଥିବା ମାତ୍ର କୋଲେଷ୍ଟ୍ରଲକୁ କମ କରିଥାଏ ଓ ରକ୍ତକୁ ସୁଧ କରିଥାଏ । ସବୁଦିନ ଡାଳିମ୍ବର ସେବନ କରିବା ଦ୍ଵାରା ପାଚନ ସମ୍ବାଧିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଯଦି ଆପଣଙ୍କର ହଜମ ଶକ୍ତି ଠିକ ଥାଏତ ଆପଣଙ୍କୁ ରୋଗହେବାର ଆଶଙ୍କା କମ ରହିଥାଏ ।

ଦୃଷ୍ଟି ଶକ୍ତି ବଢାଇବା ପାଇଁ ଡାଳିମ୍ବ (Pomegranate)ବହୁତ୍ ଉପକାରୀ ।


ଡାଳିମ୍ବ ମଞ୍ଜିରେ ଆଣ୍ଟିଅକ୍ସିଡାଣ୍ଟ୍, ଆଣ୍ଟିବ୍ୟାକ୍ଟେରିଆଲ୍, ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଥାଏ । ଏହା ଇମ୍ୟୁନିଟିକୁ ବଢାଇବା ସହିତ, ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟାରୁ ବଞ୍ଚିବା ପାଇଁ ବ୍ୟକ୍ତିକୁ ନିୟମିତ ଏକ ଡାଲିମ୍ବ (Pomegranate) ଖାଇବା ଉଚିତ। ଏହା ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ବହୁତ ଲାଭଦାୟୀ ଫଳ ଅଟେ । କାରଣ ଏଥିରେ ଭିଟାମିନ C ଏବଂ ନାଇଟ୍ରିକ ଅକସାଇଡ଼ ଭରପୁର ମାତ୍ରାରେ ରହିଥାଏ ।

ଏଥିପାଇଁ ଉଚ୍ଚ ରକ୍ତଚାପରେ ପୀଡିତ ବ୍ୟକ୍ତିଙ୍କୁ ଡାଳିମ୍ବ (Pomegranate) ନିଶ୍ଚିତ ଖାଇବା ଉଚିତ । ଡାଲିମ୍ବରେ ମିଳିଥିବା ପୋଷକ ତତ୍ୱ ବ୍ୟକ୍ତିର ପାଚନ କ୍ରିୟାକୁ ମଜବୁତ କରାଇଥାଏ । ଏଥିପାଇଁ ବ୍ୟକ୍ତିକୁ ଗ୍ୟାସ ଏବଂ ଏସିଡିଟି ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ ।

ସେଓ ଖାଉଛନ୍ତି କି ? ସାବଧାନ

ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଅଙ୍ଗୁର,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)