1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Ridge Gourd: ଜାଣିଲେ ନିହାତି ଖାଇବେ...

ଏଥିରେ ରହିଛି ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ ପରି ଖଣିଜ ପଦାର୍ଥ....

Tanushree Mahapatra
Tanushree Mahapatra
Health benefits of ridge gourd  , image source - pixeles

Health benefits of ridge gourd , image source - pixeles

ଅଧିକ ଓଜନ ହେଉଛି ସ୍ୱାସ୍ଥ୍ୟ ସମସ୍ୟାର ଅନ୍ୟ ଏକ କାରଣ l ଯାହା ବିଶ୍ୱର ଅଧିକାଂଶ ଯୁବପିଢ଼ି ବର୍ତ୍ତମାନ ସାମ୍ନା କରୁଛନ୍ତି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ସମସ୍ୟା ଦ୍ୱାରା ପ୍ରଭାବିତ ।

ମେଦବହୁଳତା ଓଜନ ହ୍ରାସ କରିବାକୁ ଅନେକ ଚେଷ୍ଟା କରୁଛନ୍ତି ଏବଂ ବିଭିନ୍ନ ଉପାୟ ଆପଣାଉଛନ୍ତି । ବିଭିନ୍ନ ପରିବା ରହିଚିନ ଯାହାକୁ ଖାଇଲେ ଆମେ ସୁସ୍ଥ ରହିବା l ଏହା ମଧ୍ୟରେ ଜହ୍ନି ହେଉଛି ଅନ୍ୟତମ l ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକରେ ଜହ୍ନି କାରଣ ଏଥିରେ ରହିଛି ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍, ଜିଙ୍କ ପରି ଖଣିଜ ପଦାର୍ଥ ।

ଜହ୍ନିର ଉପକାରିତା :

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଜହ୍ନି ପ୍ରମୁଖ ଭୂମିକା ଗ୍ରହଣ କରେ। ଏହା ଆଖି, ଯକୃତ, ପେଟ ଓ କିଡନୀରେ ହେଉଥିବା ସଂକ୍ରମଣ ଆଶଙ୍କା ହ୍ରାସ କରେ । ଜହ୍ନିରେ ଅଧିକ ପରିମାଣର ଡାଏଟାରୀ ଫାଇବର ଏବଂ ଜଳ ଥାଏ । ଏକ ସୁସ୍ଥ ହଜମ ପ୍ରକ୍ରିୟା ବଜାୟ ରଖିବାରେ ଜହ୍ନି ଖୁବ ଭଲ l ଫାଇବର ନିୟମିତ ଅନ୍ତନଳୀ ଗତିକୁ ପ୍ରୋତ୍ସାହିତ କରେ ଯାହାକୁ ଜହ୍ନି ସାହାଯ୍ୟ କରେ । ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି କରେ ।

ମଧୁମେହ ନିୟନ୍ତ୍ରଣ:

ଜହ୍ନି ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଜହ୍ନିରେ କମ୍ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଛି ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରେ । ମଧୁମେହରେ ପୀଡିତ ଲୋକ ନିଶ୍ଚିତ ସେମାନଙ୍କ ଖାଦ୍ୟରେ ନିୟମିତ ଭାବରେ ଜହ୍ନି ଖାଇବା ଆବଶ୍ୟକ। ଅନ୍ୟ ପୋଷକ ତତ୍ତ୍ୱ ମଧ୍ୟ ଇନସୁଲିନର କାର୍ଯ୍ୟକୁ ଉତ୍ସାହିତ କରିଥାଏ । ଏହା ଖାଇବା ଦ୍ୱାରା ଶରୀରର ମେଟାବୋଲିକ୍ ହାରକୁ ମଧ୍ୟ ବଢାଇଥାଏ। ଫଳସ୍ୱରୂପ, ମଧୁମେହ ନିୟନ୍ତ୍ରଣରେ ରହେ l

ସୁସ୍ଥ ଖାଦ୍ୟ ଏବଂ ବ୍ୟାୟାମ ଉପରେ ଅଧିକ ଧ୍ୟାନ ଦିଅନ୍ତି କିଛି ଲୋକ । କିଛି ଲୋକ ବିଭିନ୍ନ ପ୍ରକାରର ଔଷଧ ସେବନ କରୁଛନ୍ତି । କିନ୍ତୁ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଯଦି ଆମେ ଆମ ଖାଦ୍ୟରେ ଜହ୍ନି ଅନ୍ତର୍ଭୁକ୍ତ କରିବା, ତେବେ ଆମର ଓଜନ ହ୍ରାସ ହୋଇ ପାରିବ । ଏହି ପରିବାରେ ଅନେକ ଫାଇଦା ରହିଛି ।

ଜହ୍ନି, ଏକ ପରିବା ଯାହା ବିଭିନ୍ନ ତରକାରୀରେ ବ୍ୟବହାର କରିପାରିବେ l କାରଣ ଏଥିରେ ଜଳର ମାତ୍ରା ବହୁତ ଅଧିକ । କ୍ୟାଲୋରୀ କମ୍ ରହିଥାଏ ଜହ୍ନି । ଫାଇବର, ଭିଟାମିନ୍-ସି, ଆଇରନ୍ ପରି ପୁଷ୍ଟିକର ଖାଦ୍ୟ ଜହ୍ନିରେ ଭରପୂର ଅଛି । ପେଟରେ ଗ୍ୟାସ୍ କମାଇବା ଠାରୁ ଅନେକ ସ୍ୱାସ୍ଥ୍ୟ ଉପକାର କରେ ଜହ୍ନି।

ଓଜନ ହ୍ରାସ :

ଜହ୍ନିରେ କ୍ୟାଲୋରୀ ଓ ସନ୍ତୁଳିତ ଚର୍ବି କମ୍ ତେଣୁ ଏହା ଖାଇବା ଦ୍ୱାରା ଓଜନ କମେ । ଓଜନ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ଜହ୍ନି । ଜହ୍ନିରେ ଫାଇବର ଅଧିକ ଥିବାରୁ ପେଟକୁ ଅଧିକ ସମୟ ପୂର୍ଣ୍ଣ ରଖେ ଏହା । ତେଣୁ ବାରମ୍ଵାର ଭୋକ ହୁଏନି l ଏହା ଅତ୍ୟଧିକ ଖାଦ୍ୟ ଖାଇବାକୁ ମଧ୍ୟ ରୋକିଥାଏ।

Uric Acid: ଏହି ସବୁ ଖାଦ୍ୟ ବଢ଼ାଉଛି ୟୁରିକ୍ ଏସିଡ୍ ସମସ୍ୟା

Tulsi Leaves: ବ୍ୟବହାର କରନ୍ତୁ ଏହି ପତ୍ର, ଦୂର ହେଉଛି ଅନେକ ରୋଗ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments