1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅନେକ ସ୍ୱାସ୍ଥ୍ୟ ଲାଭକାରୀ ଗୁଣରେ ଭରପୁର ତେନ୍ତୁଳି

ତେନ୍ତୁଳି ଘରେ ଘରେ ପରିଚିତ l ଯାହାକୁ ଖାଇବା ପାଇଁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି l ନିଜ ଖଟାମିଠା ସ୍ୱାଦ ପାଇଁ ତେନ୍ତୁଳିର ବ୍ୟବହାର ଅଧିକାଂଶ ସ୍ଥାନରେ ଚଟଣି ସହ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଇଥାଏ ।

Tanushree Mahapatra
Tanushree Mahapatra
health benefits of tamarind you cant afford to ignore , image source - pexels.com

health benefits of tamarind you cant afford to ignore , image source - pexels.com

ତେନ୍ତୁଳି ଘରେ ଘରେ ପରିଚିତ l ଯାହାକୁ ଖାଇବା ପାଇଁ ପ୍ରାୟତଃ ସମସ୍ତେ ପସନ୍ଦ କରନ୍ତି l ନିଜ ଖଟାମିଠା ସ୍ୱାଦ ପାଇଁ  ତେନ୍ତୁଳିର ବ୍ୟବହାର ଅଧିକାଂଶ ସ୍ଥାନରେ ଚଟଣି ସହ ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତି ପାଇଁ  ବ୍ୟବହାର କରାଯାଇଥାଏ ।  ଖାଦ୍ୟର ସ୍ୱାଦକୁ ବଢାଇବା ସହ ଏହା ସ୍ୱାସ୍ଥ୍ୟ ଏବଂ ତ୍ୱଚା ପାଇଁ ଖୁବ ଲାଭଦାୟକ ।

ତେନ୍ତୁଳି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଠାରୁ ଆରମ୍ଭ କରି ଅନେକ ସ୍ୱାସ୍ଥ୍ୟ ଲାଭକାରୀ ଗୁଣରେ ଭରପୁର । ତେନ୍ତୁଳିରେ ରହିଛି ଭିଟାମିନ୍‌ ଇ’, ସି’ ଓ ବି’ ଯାହା ଶରୀରରେ ରୋଗ ପ୍ରତିରୋଧ ଶକ୍ତିକୁ ବଢାଇବାରେ ସାହାଯ୍ୟ କରିଥାଏ । ସେହିପରି ତେନ୍ତୁଳିରେ ଥିବା ଫାଇବର୍‌ ଖାଦ୍ୟ ହଜମରେ ସହାୟକ ହେଉଥିବାବେଳେ ତେନ୍ତୁଳିରେ ବହୁତ ପରିମାଣରେ ଆଇରନ୍‌, ଫାଇବର୍‌, ମ୍ୟାଗ୍‌ନେସିୟମ୍‌, କ୍ୟାଲ୍‌ସିୟମ୍‌ ଓ ଫସ୍‌ଫରସ୍‌ ଭଳି ଭିଟାମିନ୍‌ ରହିଥାଏ । ଯାହା ମଣିଷ ଶରୀରକୁ ସୁସ୍ଥ ରଖିବାରେ ସାହଯ୍ୟ କରିଥାଏ ।

ତେନ୍ତୁଳିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଶରୀରକୁ ଭିତରୁ ଶୀତଳତା ପ୍ରଦାନ କରିଥାଏ । ତେବେ ଜାଣିଛନ୍ତି କି , ଖରାଦିନେ ତେନ୍ତୁଳି ସରବତ ପିଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ । ଏହାକୁ ପ୍ରତିଦିନ ପିଇବା ଦ୍ୱାରା ତ୍ୱଚାରେ ବ୍ରଣ ଏବଂ ଅନ୍ୟ ପ୍ରକାର ଦାଗ ଦୂର ହୋଇଥାଏ । ବୟସ ବୃଦ୍ଧିର ପ୍ରଭାବକୁ ମଧ୍ୟ ତେନ୍ତୁଳି ତ୍ୱଚାରେ ପଡିବାକୁ ଦେଇ ନ ଥାଏ । ତେନ୍ତୁଳିରେ ରହିଛି ଭରପୁର ପୋଷକ ତତ୍ତ୍ୱ ଯାହା ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ସେହିପରି ତେନ୍ତୁଳିରେ ରହିଛି ବିଭିନ୍ନ ପ୍ରକାରର ପ୍ରୋଟିନ । ଯାହାକି ଶରୀରର ଓଜନ ହ୍ରାସ କରିବାରେ ମଧ୍ୟ ସହାୟକ ହୋଇଥାଏ । ତେବେ ତେନ୍ତୁଳି ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୁଏ ଏବଂ ଏହା ହିମୋଗ୍ଲୋବିନର ମାତ୍ରା ଶରୀରରେ ବୃଦ୍ଧି କରିଥାଏ ।

ସେହିପରି ଉପକାରୀ ତେନ୍ତୁଳି ଶରୀରକୁ ଭିତରୁ ସଫା ରଖିବା ସହିତ ଶରୀରରୁ ଅପରିଷ୍କାର ପଦାର୍ଥ ବାହାର କରିବାରେ ସହାୟକ କରେ । ପ୍ରତିଦିନ ଏହି ତେନ୍ତୁଳି ସରବତ କରି ପିଇବା ଦ୍ୱାରା ଏହା ଶରୀରରେ ଜଳର ଅଭାବକୁ  ଦୂର କରିଥାଏ । ଖରାଦିନେ ସାଧାରଣତଃ ପୁରୁଷ ବା ମହିଳାଙ୍କ ତ୍ୱଚାରେ ବିଭିନ୍ନ କଳା ଦାଗ ଆଦି ସୃଷ୍ଟି ହୋଇଥାଏ ଯାହାକି ତେନ୍ତୁଳିର ସେବନ ଦ୍ୱାରା ଦୂର ହୋଇଥାଏ l ତେନ୍ତୁଳି ପ୍ରାକୃତିକ ରୂପରେ ତ୍ୱଚାକୁ ସୁନ୍ଦର ଓ ଉଜ୍ୱଳ କରିବା ସହ ତ୍ୱଚାରେ ଥିବା ବିଭିନ୍ନ ଦାଗ ଦୂର କରିବାରେ ସାହାଯ୍ୟ କରେ l

ସେହିପରି ତେନ୍ତୁଳି ଖାଇବା ଦ୍ୱାରା କୋଲେଷ୍ଟେରୋଲର ମାତ୍ରା ମଧ୍ୟ ଶରୀରରେ ସନ୍ତୁଳିତ ହୋଇ ରଖିଥାଏ । ଏହାସହ ତେନ୍ତୁଳି ହୃଦୟଜନିତ ରୋଗରୁ ମଧ୍ୟ ଦୂରେଇ ରଖିଥାଏ । ତେନ୍ତୁଳିରେ ଭିଟାମିନ ସି ଭରପୁର ମାତ୍ରାରେ ରହିଛି ଯାହା ଶରୀର ପାଇଁ ନିହାତି ଆବଶ୍ୟକ । ଯାହା ଆପଣଙ୍କୁ ଥଣ୍ଡାକାଶ ଜନିତ ସମସ୍ୟାରୁ ରକ୍ଷା କରେ । ତେନ୍ତୁଳିରେ ଏଭଳି କିଛି ପୋଷକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ପାଚନତନ୍ତ୍ରକୁ ମଜଭୂତ ରଖିବାରେ ସାହାଯ୍ୟ କରିବା ସହିତ ଖାଦ୍ୟ ସହଜରେ ହଜମ କରିଥାଏ । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments