1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Bay leaves: ବଦହଜମି ଓ ଏସିଡିଟି ରୋକିବ ଏହି ପତ୍ର

ଅନେକ ଔଷଧୀୟ ଗୁଣ ରହିଛି ଏହି ପତ୍ରରେ ....

Tanushree Mahapatra
Tanushree Mahapatra
healthy benefits of bay leaves , images source - pixeles

healthy benefits of bay leaves , images source - pixeles

ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ବିଭିନ୍ନ ପେଟ ଜନିତ  ସମସ୍ୟା ସୃଷ୍ଟି ହେଉଛି l ଯାହା ଏବେ ଏକ ସାଧାରଣ କଥାରେ ପରିଣତ ହୋଇଛି । ଶରୀରକୁ ସୁସ୍ଥ ରଖିବା ପାଇଁ ରୋଷେଇ ଘରେ ଥିବା କେତେକ ଜିନିଷ ବେଶ ଉପକାରୀ ହୋଇଥାଏ ।

ଯାହା ଆପଣ ଘରେ ବ୍ୟବହାର କରି ପାରିବେ ସ୍ୱାସ୍ଥ୍ୟ ପାଇଁ l ମାତ୍ର ଏଥିପ୍ରତି ଅଧିକାଂଶ ଧ୍ୟାନ ଦେଇନଥାଆନ୍ତି କିଛି ଲୋକ । ତେବେ ତେଜପତ୍ର ରୋଷେଇ ଘରେ ଏକ ନିତ୍ୟ ବ୍ୟବହାର୍ଯ୍ୟ ମସଲା ଜାତୀୟ ପତ୍ର  l ଯାହାକି ଖିରି ଠାରୁ ଆରମ୍ଭ କରି ତରକାରୀ ସବୁଠି ବ୍ୟବହାର ହୁଏ l ତେବେ ଏହି ପତ୍ରର ଉପକାରୀ ଗୁଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ମସଲା ସହ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ତେଜପତ୍ରର ରହିଛି ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ l

ଛୋଟ ଶୁଖିଲା ପତ୍ର ତେଜପତ୍ର l କିନ୍ତୁ ବିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରାଯିବା ସହ କୋଷ୍ଠକାଠିନ୍ୟ ,ଏସିଡିଟି ସମସ୍ୟାକୁ ଦୂର କରିଥାଏ । ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ତେଜପତ୍ରର ଉପକାରୀ ଗୁଣ ଓ ବ୍ୟବହାର କରିବାର ଶୈଳୀ ଜାଣନ୍ତୁ ।

ଫାଷ୍ଟଫୁଡ ଖାଦ୍ୟପେୟର ଖରାପ ଅଭ୍ୟାସ କାରଣରୁ ଗ୍ୟାଷ୍ଟ୍ରିକ୍‌‌ ଓ ଏସିଡିଟିର କାରଣ ପାଲଟିଥାଏ । ଯାହା ତେଜପତ୍ର ପାଚନ ତନ୍ତ୍ରକୁ ମଜଭୂତ କରିଥାଏ । ପେଟରେ ହେଉଥିବା କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ।

ପାଗରେ ପରିବର୍ତ୍ତନ ହେଲେ ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ।  ତେଜପତ୍ରରେ ଭିଟାମିନ ସି, ଏ ଓ ବି-୬ରେ ଭରପୁର । ତେଣୁ ଏହାର ସେବନ କରିବା ବେଶ ଉପକାରୀ ହୋଇଥାଏ । ଆପଣ ବିଭିନ୍ନ ଖାଦ୍ୟ ମାଧ୍ୟମରେ ଏହାକୁ ବ୍ୟବହାର କରିପାରିବେ l

କୋଷ୍ଠକାଠିନ୍ୟ ମୁଖ୍ୟ ସମସ୍ୟା  l ଆପଣ ତେଜପତ୍ରର ଚା’ ପ୍ରସ୍ତୁତ କରି ପିଇପାରିବେ ଏହି କାରଣ ପାଇଁ । ପାଣିରେ ଭଲ ଭାବେ ଫୁଟାଇ ଛାଣି ଏହାକୁ ପିଇ ପାରିବେ ପ୍ରତିଦିନ । କିମ୍ବା ତେଜପତ୍ର ଗୁଣ୍ଡ କରି ଏହାକୁ ପାଣିରେ ମିଶାଇ ଫୁଟାଇ ପିଇବେ ଆପଣ । ଏହା ଦ୍ୱାରା କୋଷ୍ଠାକଠିନ୍ୟରୁ ରକ୍ଷା ମିଳେ । ଏହାସହ ବଦଳୁଥିବା ପାଗରେ ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜଭୂତ କରିଥାଏ।

କାଢା ଭାବେ ମଧ୍ୟ ଏହାର ସେବନ କରି ପାରିବେ ଆପଣ। ଏଥିପାଇଁ ଏକ ପାତ୍ରରେ ପାଣି ନେଇ ଏଥିରେ ଅଦା, ଡାଲଚିନି ଓ ତେଜପତ୍ର ପକାଇ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ । ଏଥିରେ ସାମାନ୍ୟ ମହୁ ମଧ୍ୟ ମିଶାଇ ପାରିବେ ଆପଣ । ଏଥିରେ ଥିବା ଆଣ୍ଟି-ବ୍ୟାକ୍ଟେରିୟଲ୍‌‌ ଗୁଣ, ଯାହା ବଦହଜମି, କୋଷ୍ଠକାଠିନ୍ୟ ଓ ଏସିଡିଟିରୁ ମୁକ୍ତି ଦେଇଥାଏ । ବିଭିନ୍ନ ଉପାୟରେ ବ୍ୟବହାର କରନ୍ତୁ ଏହି ପତ୍ର l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments