Health & Lifestyle

ମାଣ୍ତିଆରୁ ପ୍ରସ୍ତୁତ ଫାଷ୍ଟଫୁଡ : ସ୍ୱାସ୍ଥ୍ୟ ପାଇଁ ହିତକର

ମାଣ୍ଡିଆରେ ନାନା ପ୍ରକାରର ସୁସ୍ୱାଦୁ ଖାଦ୍ୟ ତଥା ପିଜା, ସ୍ୟାଣ୍ଡଓ୍ୱିଚ, ଲଡୁ, ପିଠା ଭଳି ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।

08 January, 2023 9:00 AM IST By: Sudesna Nayak

ମାଣ୍ତିଆ (mandia) ଏକ କ୍ଷୁଦ୍ର ଜାତୀୟ ଶସ୍ୟ । ମାଣ୍ଡିଆ ଏକ ଏଭଳି ଶସ୍ୟ ଯାହା ଗ୍ରାମାଞ୍ଚଳରେ ଖୁବ୍ ଲୋକପ୍ରିୟ ରହିଥିଲା, କିନ୍ତୁ ଏବେ ଏହାକୁ ବିଦେଶର ଲୋକ ମଧ୍ୟ ଖାଇବା ପାଇଁ ଭଲ ପାଉଛନ୍ତି । ଆଜିକାଲି ସହରାଞ୍ଚଳ ମାନଙ୍କରେ ମଧ୍ୟ ଏହାର ଚାହିଦା ଖୁବ୍ ବେଶି । ମାଣ୍ଡିଆରେ ନାନା ପ୍ରକାରର ସୁସ୍ୱାଦୁ ଖାଦ୍ୟ ତଥା ପିଜା, ସ୍ୟାଣ୍ଡଓ୍ୱିଚ, ମାଲପୁଆ, ଜିଲାପି, କୁକିଜ୍‌ କେକ୍‌, ଲଡୁ, ପିଠା ଭଳି ଖାଦ୍ୟ ପ୍ରସ୍ତୁତ କରାଯାଇପାରେ ।

କିନ୍ତୁ ଆପଣମାନେ ଜାଣିଛନ୍ତି, ଏବେ ମାଣ୍ଡିଆ (mandia)ରେ ପ୍ରସ୍ତୁତ ଖାଦ୍ୟକୁ ନେଇ ଲୋକ ବିଭିନ୍ନ ଫୁଡ୍ ବନାଉଛନ୍ତି । ଏହି ମାଣ୍ଡିଆ (mandia)ରୁ ପ୍ରସ୍ତୁତ ଖାଦ୍ଯ ଖାଇବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଲାଗୁଛି । ଏଥିସହିତ ପୁରୁଷ ଅପେକ୍ଷା ମହିଳା ମାନେ ଏହି ଖାଦ୍ୟ ପ୍ରତି ବିଶେଷ ଆକର୍ଷିତ ହେଇଥିବାର ହିଁ ଦେଖିବାକୁ ମିଳିଛି । ସେମାନଙ୍କୁ ରୋଜଗାର କରିବାର ସୁବିଧା ମଧ୍ଯ ଦେଉଛି ମାଣ୍ତିଆ ।

ସାଧାରଣତଃ ମାଣ୍ଡିଆ (mandia)ରୁ ପ୍ରସ୍ତୁତ ଲଡ଼ୁ ବୟସ୍କଙ୍କଠୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତଙ୍କୁ ଖାଇବାକୁ ଭଲ ଲାଗେ । ବେସନ ଓ ମଇଦାରେ ତିଆରି ଲଡ଼ୁ ଆମ ସ୍ୱାସ୍ଥ୍ୟ ପକ୍ଷେ ସେତେଟା ହିତକାରକ ହୋଇ ନଥାଏ । ମାତ୍ର ମାଣ୍ଡିଆ (mandia)ରେ ତିଆରି ଲଡୁ ଆମ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ ।

ମାଣ୍ଡିଆ (millet)ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ (diabetes), ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । 

ପ୍ରକାଶ ଥାଉ ଯେ, ଧୀରେ ଧୀରେ ଲୋକମାନଙ୍କର ମାଣ୍ଡିଆ ପ୍ରତି ଚାହିଦା ବଢ଼ୁଛି । ଏହି ଫସଲକୁ ଭାରତର ଅନେକ ସ୍ଥାନରେ କରାଯାଇଥାଏ । 

ଜାଣନ୍ତୁ କିପରି ଘରେ ତିଆରି କରିବେ ମାଣ୍ଡିଆ କେକ୍....

ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ ସୁଜି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)