1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Healthy Millets: ମାଣ୍ଡିଆରେ ରହିଛି ପ୍ରଚୁର ଫାଇବର

ମାଣ୍ଡିଆରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ-ଏ, ବି, ଫସଫରସ, ପୋଟାସିୟମ ଓ କ୍ୟାଲସିୟମ ....

Tanushree Mahapatra
Tanushree Mahapatra
healthy millets for health, image source - pixeles

healthy millets for health, image source - pixeles

ମାଣ୍ଡିଆରେ ଯେଉଁଥିରେ ରହିଛି ଫାଇବର । ଏହା ଏଭଳି ଗୋଟିଏ ଖାଦ୍ୟ ଯାହା ସାରା ବିଶ୍ୱରେ ଆଦୃତ ଲାଭ କରିଛି । ଏହା ପାଚନ ତନ୍ତ୍ରଠାରୁ ଆରମ୍ଭ କରି ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ମାଣ୍ଡିଆରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ-ଏ, ବି, ଫସଫରସ, ପୋଟାସିୟମ ଓ  କ୍ୟାଲସିୟମ l  ଏହା ବ୍ୟତୀତ ଆଇରନ ଏବଂ ଆଣ୍ଟି ଅକ୍ସିଡାଣ୍ଟ ମଧ୍ୟ ରହିଛି ମାଣ୍ଡିଆରେ ।

ମାଣ୍ଡିଆକୁ ଏକ ଶକ୍ତି କେନ୍ଦ୍ରରେ ପରିଣତ କରିଥାଏ ଏହି ସମସ୍ତ ପୋଷାକ ତତ୍ତ୍ୱ । ଯାହା ବିଶେଷ କରି ଜଣେ ବ୍ୟକ୍ତିର ହୃଦରୋଗ, ହାର୍ଟ ଷ୍ଟ୍ରୋକ, ମଧୁମେହ ଏବଂ ଉଚ୍ଚ ରକ୍ତଚାପକୁ ହ୍ରାସ କରେ । ମାଣ୍ଡିଆ ଶିଶୁ ଠାରୁ କିଶୋରଙ୍କ ବିକାଶରେ ବେସ ସହାୟକ l ଏହାଦ୍ୱାରା କୁପୋଷଣ ସମାଧାନ ହୋଇଥାଏ ଜଣେ ସୁସ୍ଥ ବ୍ୟକ୍ତିଙ୍କର । ସେହିଭଳି ମଧୁମେହ ରୋଗୀଙ୍କ ପାଇଁ ମାଣ୍ଡିଆ ବେଶ ଭଲ । କାରଣ ମିଲେଟରେ ଥିବା ମ୍ୟାଗ୍ନେସିୟମ ପରିମାଣ ମଧୁମେହକୁ ରୋକିବାର ସହାୟକ । ଏହା ଇନସୁଲିନର ସ୍ତରକୁ ମଧ୍ୟ ସନ୍ତୁଳିତ କରିଥାଏ l 

ଆମ ରାଜ୍ୟରେ ମାଣ୍ଡିଆକୁ ନେଇ ଓଡିଶା ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ଓଡିଶା ମିଲେଟ ମିଶନ ଜରିଆରେ ମାଣ୍ଡିଆର ଚାହିଦାକୁ ବୃଦ୍ଧି କରାଯାଇଛି ସମସ୍ତ ଜିଲ୍ଲାରେ । ମାଣ୍ଡିଆ ଦିନ ମଜୁରିଆଙ୍କ ଠାରୁ ବଡବଡିଆ ଲୋକଙ୍କ ପ୍ରିୟ ଖାଦ୍ୟ ହୋଇଛି । ବିଭିନ୍ନ ଏସଏଚଜି ମହିଳାଙ୍କ ଦ୍ୱାରା ମିଲେଟ କାଫେରେ ମାଣ୍ଡିଆରେ ପ୍ରସ୍ତୁତ ହୋଇଥିବା ଜଳଖିଆ, ପିଠା ଲୋକଙ୍କ ମଧ୍ୟରେ ଆଦୃତି ହେଉଛି । ମାଣ୍ଡିଆ ଚାଷକୁ ଭୁଲିଯାଇଥିବା ଚାଷୀ ଆଜି ପୁଣି ଥରେ ମାଣ୍ଡିଆକୁ ଚାଷ କରୁଛି ଆଉ ରାଜ୍ୟ ସରକାର ଏଥିପାଇଁ ଉତ୍ସାହିତ ମଧ୍ୟ କରୁଛନ୍ତି । ତେଣୁ ଆପଣ ବି ଦୈନିକ ଜୀବନରେ ମାଣ୍ଡିଆ ବ୍ୟବହାର କରନ୍ତୁ l

ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ହେଉଛି ପ୍ରକୃତି ପଦତ୍ତ ଚମତ୍କାରୀ ଶସ୍ୟ |ପୋଷକତତ୍ୱ ଓ ପ୍ରାକୃତିକ ଭିଟାମିନ ଯଥା ସନ୍ତୁଳିତ ଆମିନୋ ଏସିଡ ,ପ୍ରାକୃତିକ ତନ୍ତୁ ,ଖଣିଜ ଲାବନ ଯଥା -ଜିଙ୍କ ,ଫୋସ୍ଫରସ ପ୍ରଭୃତିରେ ସମୃଦ୍ଧ ଥିବାରୁ ଏହା ମଣିଷ ଓ ପ୍ରାଣୀ ସମାଜ ପାଇଁ ନିରାପଦ ଓ ପୃଷ୍ଟିକର ଖାଦ୍ୟ ଗୁଡିକ ମଧ୍ୟରେ ପ୍ରଥମେ|ସ୍ଥାନୀୟ ପରିବେଶ ଓ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ଜଳବାୟୁ ସହିତ ଖାପ ଖୁଆଇ ବଢି ପାରିଥାନ୍ତି ,ତେଣୁ ପରିବେଶବିତ ମାନେ ଏହାକୁ ଶୁଷ୍କାଞ୍ଚଳର ସୁନା ବୋଲି କହିଥାନ୍ତି |ଆସନ୍ତୁ ଜାଣିବା ଏଠି ଏକ ପଶ୍ଚିମ ଓଡ଼ିଶାର ବହୁତ ପୁରୁଣା ମାଣ୍ଡିଆ ଜାଉର ପ୍ରସ୍ତୁତି ପ୍ରଣାଳୀ । ଏହା ଛୋଟ ଛୁଆମାନଙ୍କ ପାଇଁ ଅତ୍ୟଧିକ ଉପଯୋଗୀ ।

ମାଣ୍ଡିଆ ଗଛକୁ ସବୁଜ ଅବସ୍ଥାରେ ଘାସଭଳି କାଟି ମାଟି ତଳେ ସାଇଲେଜରେ ସାଇତି ରଖାଯାଇପାରେ ଓ ପରେ ଗୋ-ଖାଦ୍ୟ ( animal food ) )ରୂପେ ବ୍ୟବହାର କରାଯାଇ ପାରେ। ମାତ୍ର ୪୦-୬୦ ସେ.ମି ଜଳ ଆବଶ୍ୟକ କରୁଥିବା ମାଣ୍ଡିଆ ଫସଲ ମରୁଡ଼ି ସହିପାରେ। ଧାନଫସଲ କିନ୍ତୁ ଆବଶ୍ୟକ କରେ ପ୍ରାୟ ଅଢ଼େଇ ଗୁଣ ଅଧିକ ଜଳ। ଚାଉଳ ଏବଂ ଗହମ ଅପେକ୍ଷା ମିଲେଟସ୍ ପାଞ୍ଚ ଗୁଣ ଅଧିକ ପୁଷ୍ଟିକର ବୋଲି ଖାଦ୍ୟ ବିଶେଷଜ୍ଞମାନେ କହୁଛନ୍ତି। ଏଥିପାଇଁ ମିଲେଟକୁ ନେଇ ନୂତନ ଆଗ୍ରହ ଓ ଚର୍ଚ୍ଚା। ଏହାର ଉଚ୍ଚ ପୁଷ୍ଟିଗୁଣ ସ୍ୱାସ୍ଥ୍ୟ ସଚେତନ ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରିଛି ଆଗ୍ରହ ।

ବର୍ଷର ସବୁ ଋତୁରେ ମାଣ୍ଡିଆ ଚାଷ କରାଯାଇ ପାରେ । ମିଲେଟ କହିଲେ ଆମେ ଓଡ଼ିଶାରେ ମୁଖ୍ୟତଃ ମାଣ୍ଡିଆ, ବାଜରା, କୋଦ ଓ ସୁଆଁକୁ ବୁଝୁ । ଶସ୍ୟ ଜାତୀୟ ସମସ୍ତ ଛୋଟ ମଞ୍ଜି ମଞ୍ଜି ଥିବା ଫସଲକୁ ମିଲେଟ କୁହାଯାଏ |ଏହା ବିଶ୍ୱ ର ଜନଜାତି ଅଞ୍ଚଳରେ ଖୁବ ପ୍ରସିଦ୍ଧ ମାତ୍ର ଏହାର ବଜାରରେ ଚାହିଦା କମ |ସ୍ୱାସ୍ଥ୍ୟକର ହୋଇଥିବାରୁ ଏବେ ପୁର୍ନବାର ଏହାର ଚାହିଦା ବଢିବାର ଲାଗିଛି | ଏବେ ମିଲେଟ ର ଚାହିଦା ବଢ଼ିବାରୁ ଭାରତ ଏବଂ ଅନ୍ୟ ରାଷ୍ଟ୍ର ମାନଙ୍କରେ ମିଲେଟ ଦ୍ୱାରା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଉଛି |ପ୍ରକାରାନ୍ତରେ ଭାରତ ଦ୍ୱିତୀୟ ମଧୁମେହ ରାଷ୍ଟ୍ର ଭାବେ ନାମ୍ନୀ !ତେଣୁ ଏହି ଦିଗରେ ମଧ୍ୟ ମିଲେଟ ବେଶ ଉପକାରୀ |ଏଥିରେ ପ୍ରଚୁର ମାତ୍ରାରେ ତନ୍ତୁ ,ମ୍ୟାଗନେସିଅମ,ଫସଫରସ ,ଲୌହ ,କ୍ୟାଲସିଅମ ,ଆଇରନ ,ପୋଟାସ ଇତ୍ୟାଦି ଭରି ରହିଥାଏ |

ଅଧିକ ପଢ଼ନ୍ତୁ

Cholesterol: ଏହି ସବୁ ଖାଦ୍ୟ ବଢ଼ାଉଛି କୋଲେଷ୍ଟ୍ରଲ ସମସ୍ୟା

Fish farming: କେଉଁ ଶସ୍ୟ ମାଛର ଓଜନ ବଢ଼ାଇବ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments