1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Healthy Palua: ଗ୍ରୀଷ୍ମରେ ପାଳୁଅର ଚାହିଦା

ପାଳୁଅ ଗଛରେ ସାଧାରଣତ ଜୁଲାଇ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଫୁଲ ଫୁଟିଥାଏ ।

Tanushree Mahapatra
Tanushree Mahapatra
healthy palua in summer, image source - pexels

healthy palua in summer, image source - pexels

ପାଳୁଅ ଯାହା ଗ୍ରୀଷ୍ମ ଋତୁରେ ପେଟ କୁ ରଖିଥାଏ ଥଣ୍ଡା l ଯାହା ଭଲ ରୋଜଗାର ମଧ୍ୟ ପ୍ରଦାନ କରେ ଚାଷୀଙ୍କୁ l ୨୦୦ ରୁ ଅଧିକ ଟଙ୍କା ଦର ରହିଛି ବଜାରରେ l ଗରମ ଦିନରେ ଲୋକେ ଏହାକୁ ଖାଇବାକୁ ଅଧିକ ପସନ୍ଦ କରୁଥିବାରୁ ବଜାରରେ ଚାହିଦା ମଧ୍ୟ ଅଧିକ l ଏହା ଦେଖିବାକୁ ଅଦା ଭଳି ହୋଇଥିବାବେଳେ ଦେଖିବାକୁ ଅକାରରେ ବଡ଼ l ଗୁଳ୍ମ ପ୍ରଜାତିର ଗଛ । ଏକ ରୂପାନ୍ତରିତ କାଣ୍ଡରୁ ଏହି ଉଦ୍ଭିଦ ଜନ୍ମିଥାଏ । ହଳଦୀ ଗଛରେ କିମ୍ବା ତାହା ଠାରୁ ଅଧିକ ଉଚ୍ଚରେ ହେଇଥିବା ଏହି ଗଛର କାଣ୍ଡ ଖୁବ ଛୋଟ ଏବଂ ସେଥିରୁ ଗୋଛାଏ ସିଧା ପତ୍ର ବାହାରିଥାଏ ।

ପତ୍ର ଫୁଟେରୁ ଅଧିକ ଦୈର୍ଘ୍ୟ ବିଶିଷ୍ଟ ହୋଇଥିବାବେଳେ ଓ ୪ ରୁ ୫ ଇଞ୍ଚ ପ୍ରସ୍ଥ ବିଶିଷ୍ଟ । ଏହାର ପତ୍ରର ଗନ୍ଧ ଏବଂ ସ୍ୱାଦ ଠିକ ହଳଦୀ ପତ୍ର ପରି l ଏହା ଏକ ବାରମାସୀ ଉଦ୍ଭିଦ ଯାହା ବର୍ଷ ସାରା ଲାଭ ପ୍ରଦାନ କରେ । ଧଳା ଓ ଆଂଶିକ ହଳଦିଆ ରଙ୍ଗର ଫୁଲ ଦେଖିବାକୁ ମିଳେ ଏହି ଗଛର । ଫୁଲଗୁଡିକ ମଧ୍ୟମ ଆକାରର ଏବଂ ଏହାର କୌଣସି ଫଳ ବାହାର ପାର୍ଶ୍ୱରେ ହୋଇନଥାଏ କାରଣ ଏହା ମୂଳ ଜାତୀୟ । ଏହା କନ୍ଦରୁ ହିଁ ବଂଶବିସ୍ତାର କରିଥାଏ । ପାଳୁଅ ଗଛରେ ସାଧାରଣତ ଜୁଲାଇ ମାସରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଫୁଲ ଫୁଟିଥାଏ । ପତ୍ରଗୁଡିକ ସମ୍ପୂର୍ଣ୍ଣରୂପେ ବିକଶିତ ହେବା ପୂର୍ବରୁ ଫୁଲ ଫୁଟିଥାଏ ଏହି ଗଛରେ l

ତେବେ ପାଳୁଅ ଗଛର ମୁଖ୍ୟ ଅଂଶ ହେଉଛି ଏହାର କନ୍ଦ । ଏହାର କନ୍ଦ ଉଭୟ ଖାଦ୍ୟ ଓ ଔଷଧ ଭାବେ ମଧ୍ୟ ବ୍ୟବହୃତ ହୁଏ l ପାଳୁଅ ଗଛର ବଂଶବିସ୍ତାର ତାହାର କନ୍ଦଦ୍ୱାରା ହୋଇଥାଏ l ଆସହ୍ୟ ଗରମରେ ଲୋକ ଆଉଟୁପାଉଟୁ ହେଉଥିବାବେଳେ ଏହା ପେଟକୁ ଥଣ୍ଡା କରିଥାଏ । ଲୋକୋ ଏବେ ପାଳୁଅ ଉପରେ ଭରସା କରିବା ଆରମ୍ଭ କରିଦେଲେଣି l ରାଜ୍ୟର ଜିଲ୍ଲାବାସୀ ଗରମରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟ ଉପରେ ବିଶେଷ ନିର୍ଭର କରନ୍ତି। ଏହାରି ମଧ୍ୟରେ କାକୁଡି, ତରଭୁଜ, ପଇଡ ଠାରୁ ଆରମ୍ଭ କରି ବଜାରରେ ମିଳୁଥିବା ଅନ୍ୟାନ୍ୟ ଥଣ୍ଡାପାନୀୟ ଉପରେ ଅଧିକା ନିର୍ଭର କରିଥାନ୍ତି । ଆଖୁ ରସ ମଧ୍ୟ ପିଇବାକୁ ଅଧିକ ଭଲ ପାଇଥାନ୍ତି l ପ୍ରାକୃତିକ ଔଷଧୀୟ ଜିନିଷ ବ୍ୟବହାର କରିଥାନ୍ତି ଶରୀରକୁ ଥଣ୍ଡା ରଖିବା ପାଇଁ । ସେଗୁଡିକ ମଧ୍ୟରେ ପାଳୁଅ ହେଉଛି ଅନ୍ୟତମ । ଏହାର ଔଷଧୀୟ ଗୁଣ ରହିଥିବାରୁ ବିଭିନ୍ନ ସମୟରେ ଏହାକୁ ଔଷଧ ରୂପେ ମଧ୍ୟ ବ୍ୟବହାର କରାଯାଇଥାଏ ଯାହା ଶରୀର ପାଇଁ ଖୁବ ଭଲ । ଏହା ବହୁଳ ପରିମାଣରେ ଚାଷ କରାଯାଉନାହିଁ ତେଣୁ ବଜାରରେ ଏହା ପ୍ରାୟତଃ ଅଧିକ ମିଳୁନଥିବା ବେଳେ ଲୋକେ ନିଜ ଘରେ ଏହାକୁ ରଖି ବର୍ଷ ସାରା ବିଭିନ୍ନ ସମୟରେ ବ୍ୟବହାର କରିଥାନ୍ତି।

ବହୁ ବର୍ଷ ପୂର୍ବେ ଜଂଗଲରୁ ଏହି କନ୍ଦା ସଂଗ୍ରହ କରାଯାଇ ପାଳୁଅ ପ୍ରସ୍ତୁତ କରାଯାଉଥିଲା ଲୋକଙ୍କ ଦ୍ୱାରା ଏବଂ ବିକ୍ରି କରାଯାଉଥିଲା । କିନ୍ତୁ ଧୀରେ ଧୀରେ ଲୋକେ ନିଜ ଜମିରେ ପାଳୁଅ ଚାଷକରି ବେଶ ରୋଜଗାରକ୍ଷମ ହୋଇପାରୁଛନ୍ତି l ବେଶ ଦିପଇସା ଲାଭ ମଧ୍ୟ ପାଉଛନ୍ତି । ପାଳୁଅକୁ ଯେ ଲୋକେ କେବଳ ଗ୍ରୀଷ୍ମ ଋତୁରେ ବ୍ୟବହାର କରୁଛନ୍ତି ତାହା ନୁହେଁ ବରଂ ତରଳ ଝାଡା ହେଉଥିଲେ ଉପସମ ପାଇଁ ମଧ୍ୟ ପାଳୁଅ ବ୍ୟବହାର କରାଯାଇଥାଏ ।

ବିଭିନ୍ନ ପର୍ବପର୍ବାଣୀରେ ଉପବାସ କରୁଥିବା ମହିଳା କିମ୍ବା ପୁରୁଷ ଲୋକ ପାଳୁଅକୁ ଘାଣ୍ଟି ଖାଇଥାନ୍ତି । ବିଭିନ୍ନ ଦିଗରୁ ବିବେଚନା କଲେ ପାଳୁଅ ଲୋକଙ୍କ ପାଇଁ ବିଶେଷ ଉପକାରୀ ସାମଗ୍ରୀ l ଏହାର ସବୁବେଳେ ଗୁରୁତ୍ବ ରହିଛି ।

ଅଧିକ ପଢ଼ନ୍ତୁ

କେଉଁ ପ୍ରଜାତି ସର୍ବାଧିକ ମହୁ ପାଇଁ ଚାଷ ହେବା ଉଚିତ୍ ?

Identify paddy seed: କିପରି ଜାଣିବେ ବିହନ ଅସଲି ନା ନକଲି ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ