1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Health Tips: ଏହି ଶାଗ ଶରୀର ପାଇଁ ବରଦାନ....

କଖାରୁ ଶାଗ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟେରୋଲ୍‌ ନିୟନ୍ତ୍ରଣ ହୋଇ ରହେ । ଚକ୍ଷୁ ସୁସ୍ଥ ହେବା ସହ ଦୃଷ୍ଟି ଶକ୍ତି ମଧ୍ୟ ମଜଭୁତ ହୋଇଥାଏ । ମଧୁମେହରୁ ମୁକ୍ତି ମିଳିଥାଏ ।

Tanushree Mahapatra
Tanushree Mahapatra
healthy pumpkin leaf for health

healthy pumpkin leaf for health

ଖରାପ ଶୈଳୀ ଯୋଗୁଁ ଶରୀର ଅଧିକ ଖରାପ ହେବାକୁ ଲାଗୁଛି l ସେଥିପାଇଁ ବର୍ତମାନ ର ଯୁବପିଢ଼ି ସୁସ୍ଥ ସ୍ୱାସ୍ଥ୍ୟ ଶୈଳୀ  ଆପଣାଉଛନ୍ତି l ସେହିଭଳି କଖାରୁରେ ପ୍ରସ୍ତୁତ ତରକାରୀ ଏବଂ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଆପଣମାନେ ନିଶ୍ଚୟ ଖାଇଥିବେ । ମାତ୍ର ଜାଣିଛନ୍ତି କି ? କଖାରୁ ପତ୍ର ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ହୋଇପାରେ l  କଖାରୁୁ ପତ୍ରରେ ଭରପୁର ମାତ୍ରାରେ ଭିଟାମିନ୍‌ ରହିଛି । ଯାହା ଆମ ଶରୀର ପାଇଁ ବେଶ ଭଲ l

କଖାରୁ ଶାଗ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟେରୋଲ୍‌ ନିୟନ୍ତ୍ରଣ ହୋଇ ରହେ । ଚକ୍ଷୁ ସୁସ୍ଥ ହେବା ସହ ଦୃଷ୍ଟି ଶକ୍ତି ମଧ୍ୟ ମଜଭୁତ ହୋଇଥାଏ । ମଧୁମେହରୁ ମୁକ୍ତି ମିଳିଥାଏ ।

ଯଦି ଆପଣଙ୍କର ହାଡ ଜନିତ ସମସ୍ୟା ଅଛି, ତେବେ ଏହାର ପତ୍ରକୁ ଜୁସ୍‌ କରି ସକାଳେ ଖାଲି ପେଟରେ ଏକ ଗ୍ଲାସ ଏବଂ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପିଇବା ଦ୍ୱାରା ଏହା ଦୂର ହୋଇଥାଏ ।

ଅଧିକାଂଶ ଲୋକ ଓଜନ ବୃଦ୍ଧି ପାଇଁ ଚିନ୍ତିତ, ତେବେ ନିୟମିତ ଏହି ଶାଗ ଖାଆନ୍ତୁ । ଯାହା ଖାଇବା ଦ୍ୱାରା ଶରୀର ଓଜନ ନିୟନ୍ତ୍ରଣ ରହିବ l ଏହି ଶାଗ ତ୍ୱଚା ଚମକୁ ବୃଦ୍ଧି କରିଥାଏ l ଏହି ସାଗରେ ପ୍ରଚୁର ପରିମାଣରେ 

ଆଇରନ ରହିଛି । ଯାହା ଶରୀରରେ ରକ୍ତ ଅଭାବ ଦୂର କରେ । ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରେ । ଯେଉଁମାନଙ୍କର ମଧୁମେହ ସମସ୍ୟା ରହିଛି, ସେମାନେ ନିୟମିତ ଏହାକୁ ସେବନ କଲେ ଲାଭ ମିଳିଥାଏ ।

ଏହି ଶାଗରେ ରହିଛି ଭିଟାମିନ୍‌ ସି l ଯାହାଦ୍ୱାରା ଶରୀର କ୍ଷତ ଶୀଘ୍ର ପୂରଣ ହୋଇଥାଏ । ଗର୍ଭବତୀ ମହିଳାଙ୍କ ପାଇଁ ଏହି ଶାଗ ଖୁବ୍‌ ଭଲ । ଏହା ଶିଶୁର ମାନସିକ ବିକାଶ କରିବାରେ ସାହାଯ୍ୟ କରିଥାଏ । ରସୁଣ ଓ କଳା ଜିରା ସହ ରୋଷେଇ କରି ଖାଇଲେ ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ହୋଇଥାଏ । ନିୟମିତ ଏହି ଶାଗ ଖାଇବା ଦ୍ୱାରା ଶରୀରକୁ ସୁସ୍ଥ ରହିଥାଏ ।

Read more

Subhadra Scheme: ଆସିବ ଏକାଥରକେ ୧୫ ହଜାର ଟଙ୍କା !

ଛେଳି ପାଳନରେ ଭଲ ରୋଜଗାର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ