Health & Lifestyle

ଶୀତଦିନ ରେ ଖାଆନ୍ତୁ ଉପକାରୀ କନ୍ଦମୂଳ ହାଲୱା

ଶୀତଦିନେ ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଖାଦ୍ୟ ସାମିଲ କରିବା ଆବଶ୍ୟକ । ଯାହା ଶରୀର ପାଇଁ ଖୁବ ଭଲ l କନ୍ଦମୂଳର ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ ଖାସ ଶୀତଦିନେ । ଏହାକୁ ଶୀତଦିନିଆ ଆଳୁ ମଧ୍ୟ କୁହାଯାଏ ।

03 February, 2023 9:00 PM IST By: Tanushree Mahapatra

ଶୀତଦିନେ ନିଜ ଖାଦ୍ୟରେ କିଛି ସ୍ୱତନ୍ତ୍ର ଖାଦ୍ୟ ସାମିଲ କରିବା ଆବଶ୍ୟକ ( healthy swwet potato ) । ଯାହା ଶରୀର ପାଇଁ ଖୁବ ଭଲ l  କନ୍ଦମୂଳର ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ ଖାସ ଶୀତଦିନେ । ଏହାକୁ ଶୀତଦିନିଆ ଆଳୁ ମଧ୍ୟ କୁହାଯାଏ । ଏଥିରେ ଅନେକ ପୋଷକ ତତ୍ତ୍ୱ ଭରପୁର ପରିମାଣରେ ରହିଛି ଯାହା ଶରୀର ପାଇଁ ଖୁବ ଭଲ । ଯାହା ଶରୀରକୁ ଉଷ୍ଣ ରଖିବାରେ ସହାୟକ ହୋଇଥାଏ । ନିଜ ଖାଦ୍ୟରେ ଏହାକୁ ବିଭିନ୍ନ ଉପାୟରେ ସାମିଲ କରି ପାରିବେ । ଏହାକୁ ସିଝାଇ କିମ୍ବା ଫ୍ରାଏ କରି ଖାଇପାରିବେ ।

ମାତ୍ର ଶୀତରେ କିଛି ଲୋକ ଏହାର ହାଲୱା କରି ଖାଇବାକୁ ପସନ୍ଦ କରିଥାଆନ୍ତି । ପେଟକୁ ଥଣ୍ଡା ରଖେ କନ୍ଦମୂଳ ଓ ଗ୍ଯାସ ଏବଂ ଅପଚ ସମସ୍ଯାକୁ ମଧ୍ଯ କରିଥାଏ ଦୂର କନ୍ଦମୂଳ l ଅଧିକାଂଶ ଲୋକମାନେ କନ୍ଦମୂଳ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । କିଛି ଲୋକମାନେ କନ୍ଦମୂଳକୁ ଚାଟ୍ ଆକାରରେ ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ଏଥିରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ, ଯାହା ଶରୀରକୁ ଶକ୍ତି ଦେବା ସହ ଉତ୍ତମ ରଖିଥାଏ । ଶୀତଦିନେ ଏହା ଖୁବ ଭଲ ସାବ୍ୟସ୍ତ ହୋଇଥାଏ ଶରୀର ପାଇଁ l

ଭୋଜନ ପରେ କିଛି ଲୋକମାନଙ୍କ ଛାତିରେ ଜଳନ ହୋଇଥାଏ କିମ୍ବା ପେଟ ଓଜନ ଲାଗିଥାଏ। କନ୍ଦମୂଳ ଖାଇବା ଦ୍ବାରା ପେଟ ଥଣ୍ଡା ରହିଥାଏ। ଏଥିସହ କନ୍ଦମୂଳ ଖାଇବା ଦ୍ବାରା ପେଟରେ ଜଳନ ଏବଂ ଗ୍ୟାସ ସମସ୍ୟାରୁ ମୁକ୍ତି ମିଳିଥାଏ । ଆମ ଶରୀରରେ ଗୁଡ୍ ଏବଂ ବ୍ଯାଡ୍ ଦୁଇ ପ୍ରକାର ଫ୍ଯାଟ ରହିଥାଏ। ଅଧିକ ମସଲା ଏବଂ ତେଲିଆ ଯୁକ୍ତ ଖାଦ୍ଯ ଖାଇବା ଦ୍ବାରା ଶରୀରରେ ବ୍ଯାଡ୍ ଫ୍ଯାଟ୍ ଜମା ହୋଇଥାଏ। ଗୁଡ୍ ଫ୍ଯାଟ ହେଉଛି, ଯେଉଁଥିରେ ଆମ ଶରୀରକୁ ଶକ୍ତି ଏବଂ ବଳ ମିଳିଥାଏ। ଏହି କାରଣରୁ ଯେଉଁ ଲୋକମାନେ ଭାବୁଛନ୍ତି କନ୍ଦମୂଳ ଖାଇବା ଦ୍ବାରା ଓଜନ ବଢିଥାଏ ତାହା ସମ୍ପୂର୍ଣ୍ଣ ଭୁଲ୍। ବରଂ ଡାଏଟ୍ ଚାଟ୍ ରେ କନ୍ଦମୂଳ ଖାଇବା ଲାଭ ମିଳିଥାଏ। କାରଣ ଏହା ଅଧିକ ସମୟ ପର୍ଯ୍ଯନ୍ତ ଭୋକୁ ନିୟନ୍ତ୍ରଣରେ ରଖିଥାଏ।

ପ୍ରଦୂଷଣ ଯୁକ୍ତ ବାତାବରଣରେ ରହିବା ଦ୍ବାରା ସବୁଠାରୁ ଅଧିକ ପ୍ରଭାବ ଫୁସଫୁସ୍ ଉପରେ ହିଁ ପଡିଥାଏ। ଏହିକାରଣରୁ କନ୍ଦମୂଳ ଖାଇବା ଦ୍ବାରା ଶ୍ବାସ ପ୍ରଣାଳୀରେ ଜମା ହୋଇଥିବା ଅପରିସ୍କାର ଜିନିଷ ସଫା କରିବାରେ ସାହାଯ୍ଯ କରିଥାଏ। ଏହାଦ୍ବାରା ଫୁସପୁସ୍ ପର୍ଯ୍ଯନ୍ତ ଅକ୍ସିଜେନ୍ ବହୁତ ଜଲଦି ପହଞ୍ଚିପାରିଥାଏ ଏବଂ ବହୁତ ଦିନ ପର୍ଯ୍ଯନ୍ତ ଫୁସଫୁସ୍ ସୁସ୍ଥ ରହିଥାଏ । କନ୍ଦମୂଳରେ ବିଟା କ୍ଯାରୋଟିନ ଏବଂ ଭିଟାମିନ-ଏ ପ୍ରଚୁର ମାତ୍ରାରେ ରହିଥାଏ। ଏହି ଦୁଇଟି ତତ୍ତ୍ବ ଆଖିର ଉଜ୍ବଳତା ବଜାୟ ରଖିବାରେ ସାହାଯ୍ଯ କରିଥାଏ । ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ଲୋକମାନଙ୍କୁ ଅନେକ ଭାବିଚିନ୍ତି ଭୋଜନ କରିବାକୁ ପଡିଥାଏ। କନ୍ଦମୂଳରେ କାର୍ଡିୟୋପ୍ରୋଟେକ୍ଟିଭ ନାମକ ତତ୍ତ୍ବ ରହିଥାଏ, ଯାହା ହୃଦ୍ ରୋଗ ସମ୍ବନ୍ଧୀୟ ସମସ୍ଯାକୁ ଦୂର କରିଥାଏ। ଏହିକାରଣରୁ ହୃଦ୍ ରୋଗ ସମସ୍ଯା ଥିବା ବ୍ଯକ୍ତିମାନେ ସପ୍ତାହରେ ୩ ରୁ ୪ ଥର ମଧ୍ଯ ସେବନ କରିପାରିବେ ।

ଏହାର ଗୁଣ ଉଷ୍ଣ। ଏହାର ସେବନ ଦ୍ୱାରା ଶରୀରକୁ ଭିତରୁ ଉଷ୍ଣ ରଖିଥାଏ। କନ୍ଦମୂଳ ହାଲୱାରେ ଡ୍ରାଏ ଫ୍ରୁଟ୍ସ, ଗୁଡ ଓ ଦେଶୀ ଘିଅର ବ୍ୟବହାର କରାଯାଏ। ଶୀତଦିନେ ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଜଭୂତ ଓ ବୃଦ୍ଧି ହୋଇଥାଏ। ଫଳରେ ଏହା ଶରୀରକୁ ଅନ୍ୟ ରୋଗ ଓ ସଂକ୍ରମଣରୁ ରକ୍ଷା କରିଥାଏ। ଏହା ଶକ୍ତି ଯୋଗାଇବାରେ ମଧ୍ୟ ସହାୟକ ହୋଇଥାଏ।

ଏହା ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ। ଏହାର ସେବନ ଦ୍ୱାରା ଶର୍କରାର ସ୍ତର ବୃଦ୍ଧି ହୋଇନଥାଏ। ଆପଣଙ୍କର ମଧୁମେହ ଥିଲେ ସୀମିତ ମାତ୍ରାରେ କନ୍ଦମୂଳର ହାଲୱା ଖାଇପାରିବେ। ହାଲୱା ପ୍ରସ୍ତୁତି ସମୟରେ ଚିନି ବଦଳରେ ଗୁଡର ବ୍ୟବହାର କରନ୍ତୁ।

କନ୍ଦମୂଳ ହାଲୱା ଫାଇବରରେ ଭରପୁର। ଯାଦ୍ୱାରା ଏହା ସହଜରେ ହଜମ ହୋଇଥାଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ପେଟକୁ ସୁସ୍ଥ ରଖିବାରେ ସହାୟକ ହେବା ସହ ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। ଖାଦ୍ୟହଜମ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ।

ଆବଶ୍ୟକ ସାମଗ୍ରୀ ୨୫୦ ଗ୍ରାମ କନ୍ଦମୂଳ, ଗୁଡ ସ୍ୱାଦନୁସାରେ, ଲୁଣ (ସାମାନ୍ୟ)

୨ ଚାମଚ – ଦେଶୀ ଘିଅ, କାଜୁ, ବାଦାମ, ପିସ୍ତା – ୫ଟି ଲେଖାଏଁ

ପ୍ରଥମେ କନ୍ଦମୂଳକୁ ସିଝାଇ ଏହାର ଚୋପା ଛଡାଇ ଦିଅନ୍ତୁ। ଏହାକୁ ଭଲ ଭାବେ ଚକଟି ଦିଅନ୍ତୁ। ଏବେ ଗ୍ୟାସରେ କଡେଇ ବସାଇ ଘିଅ ଗରମ କରନ୍ତୁ। ଏବେ ରଖିଥିବା କନ୍ଦମୂଳକୁ ପକାଇ ଗୋଳାନ୍ତୁ। ଏଥିରେ ଗୁଡ, ଲୁଣ ଭଲ ଭାବେ ମିଶାଇ ଗୋଳାନ୍ତୁ। ଏହାପରେ ଏଥିରେ ଡ୍ରାଏ ଫ୍ରୁଟ୍ସ ପକାଇ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା କନ୍ଦମୂଳ ହାଲୱା।

ପୁଷ୍ଟିରେ ଭରପୁର ମାଣ୍ଡିଆ ଚକୁଳି, ମିଳିବ ଏହିସବୁ ଫାଇଦା

ଖାଇଛନ୍ତି କି ମାଣ୍ଡିଆ ରେ ପ୍ରସ୍ତୁତ ପକୁଡି ? ଜଣାନ୍ତୁ କିପରି କରିବେ ପ୍ରସ୍ତୁତ......

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)