1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଚିନି ବଦଳରେ ଉପକାରୀ ଗୁଡ଼ର ବ୍ୟବହାର

ମିଠାର ବ୍ୟବହାର କହିଲେ ଆମେ ସମସ୍ତେ ଚିନିକୁ ଜାଣିଥାଉ l ସମସ୍ତ ମିଠା ଖାଦ୍ୟ କିମ୍ବା ଚା' ରେ ଆମେ ଚିନିର ଅଧିକ ବ୍ୟବହାର ଆମ ଶରୀରକୁ ଖର୍ବ କରିଥାଏ l ଏ ଭଳି ସମୟରେ ମଧୁମେୟ ଭଳି ରୋଗ ପ୍ରତି ଘରେ ଘରେ ଦେଖିବାକୁ ମିଳୁଛି l

Tanushree Mahapatra
Tanushree Mahapatra
Helthy jagerry’ s benefits

Helthy jagerry’ s benefits

ମିଠାର ବ୍ୟବହାର କହିଲେ ଆମେ ସମସ୍ତେ ଚିନିକୁ ଜାଣିଥାଉ l ସମସ୍ତ ମିଠା ଖାଦ୍ୟ କିମ୍ବା ଚା' ରେ ଆମେ ଚିନିର ଅଧିକ ବ୍ୟବହାର ଆମ ଶରୀରକୁ ଖର୍ବ କରିଥାଏ l ଏ ଭଳି ସମୟରେ ମଧୁମେୟ ଭଳି ରୋଗ ପ୍ରତି ଘରେ ଘରେ ଦେଖିବାକୁ ମିଳୁଛି l ଏ ଭଳି ପରିସ୍ଥିତିରେ ଚିନିର ବ୍ୟବହାର କମ ହେବା ଆବଶ୍ୟକ l ଆପଣ ଚିନି ବଦଳରେ ଗୁଡ଼ ବ୍ୟବହାର କରି ପାରିବେ l ଗୁଡ଼ ବ୍ୟବହାର ଦ୍ୱାରା ଶରୀରଟାରେ ଅନେକ ରୋଗ ହେବାର ସମ୍ଭାବନା ଦୂର ହୋଇଥାଏ l

ସାଧାରଣତଃ ଅନେକ ଲୋକେ ଖାଦ୍ୟ ଖାଇ ସାରିବା ପରେ ଗୁଡ ( jaggery )  ଖାଇବା ପାଇଁ ଭଲ ପାଇଥାନ୍ତି । ସାମାନ୍ୟ ଗୁଡ ସେବନ ଅନେକ ରୋଗରୁ ଶରୀରକୁ ରକ୍ଷା କରିଥାଏ । ମୁଖ୍ୟତଃ ଗୁଡ ସେବନ କରିବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦୂର ହୋଇଥାଏ ।

ଗୁଡ ଶରୀର ପାଇଁ ଆବଶ୍ୟକ ହେଉଥିବା କିଛି ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ନିୟମିତ ନିଜ ଖାଦ୍ୟରେ ଗୁଡ ସାମିଲ କରିବା ଦ୍ୱାରା ଏହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ । ଏଥିରେ କ୍ୟାଲସିୟମ୍‌, ଫସଫରସ୍‌, ପୋଟାସିୟମ୍‌, ଲୌହ ( iron ) , ଜିଙ୍କ୍‌ (jinc ) , ପ୍ରୋଟିନ୍‌, ଭିଟାମିନ୍ ଆଦି ଅନେକ୍ ପୋଷକ ତତ୍ୱ ରହିଛି । ଯାହା ଆମ ଶରୀର ପାଇଁ ନିହାତି ଆବଶ୍ୟକ l

ଗୁଡର ଉପକାରିତା ସମ୍ପର୍କରେ ଜାଣିବା ସହିତ, ଆଉ ଏକ କଥା ମଧ୍ୟ ମନେ ରଖିବା ଉଚିତ୍ ଯେ, ଅତ୍ୟଧିକ ପରିମାଣରେ ଗୁଡ ଖାଇବା ମଧ୍ୟ କ୍ଷତିକାରକ । ଅଧିକ ମାତ୍ରାରେ ଗୁଡ ଖାଇବା ଦ୍ୱାରା ଓଜନ ବଢିଯାଇପାରେ ଏବଂ ରକ୍ତ ଶର୍କରା ବଢିବା, ଅନ୍ତନଳୀ ସଂକ୍ରମଣ,ପେଟ ଖରାପ୍ ହେବା ଭଳି ସମସ୍ୟାର ଆଶଙ୍କା ରହିଛି । ସବୁବେଳେ ଗୁଡ କିଣିବା ସମୟରେ ଶୁଦ୍ଧ ଗୁଡ କିଣିବା ଉଚିତ୍ । ବିଶୋଧିତ ଚିନି ବ୍ୟକ୍ତିର ରୋଗ ପ୍ରତିରୋଧକ କ୍ଷମତାକୁ ଦମନ କରିଥାଏ। ଯାହା ଦ୍ୱାରା ମଣିଷକୁ ରୋଗ ହେବାର ସମ୍ଭାବନା ବଢି ଯାଇଥାଏ। ଫଳରେ ଶରୀରରେ ରୋଗ ପତିଷେଧକ କ୍ଷମତା କମ ହୋଇଯାଇଥାଏ। କିନ୍ତୁ ଗୁଡ ଇମ୍ୟୁନିଟି ବଢାଇଥାଏ ଏବଂ କାଶ-ଥଣ୍ଡା ଭଳି ରୋଗ ବିରୋଧରେ ଲଢିଥାଏ। ଗୁଡ ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ବଢିଥାଏ। ଏହା ସହ ରକ୍ତହୀନତା ସମସ୍ୟା ଦୂର ହୋଇଥାଏ।

ଗୁଡ଼ ଖାଇବା ଦ୍ୱାରା ମାସିକ ଋତୁସ୍ରାବ ନିୟମିତ କରାଏ l ଯେଉଁମାନଙ୍କର ମୂତ୍ରଜନିତ ସମସ୍ୟା ରହିଛି, ସେମାନେ ନିୟମିତ ଭାବେ ଗୁଡ ଖାଇଲେ, ସେହି ସମସ୍ୟାରୁ ରକ୍ଷା ପାଇପାରିବେ । ଯେଉଁମାନଙ୍କର ପେଟରେ ଗ୍ୟାସ ଜନିତ ସମସ୍ୟା ରହିଛି, ସେମାନେ ଏକ ଗ୍ଲାସ ପାଣିରେ ଗୁଡ଼ ମିଶାଇ ପିଇଲେ, ସେହି ସମସ୍ୟା ଦୂରେଇ ଯିବ । ଗୁଡ଼ର ବ୍ୟବହାର ଥଣ୍ଡା ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ, ଏହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ମଧ୍ୟ କାମ କରଥାଏ ।

ଖଜୁରୀ ରସର ଗୁଡ଼ !!

ଗୁଡ଼ ବିସ୍କୁଟ ଖାଆନ୍ତୁ : ସୁସ୍ଥ ରୁହନ୍ତୁ !!

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments