1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କଫ କାଶ ଦୂର କରିବ ଏହି ଜଡିବୁଟି, ମିଳିବ ଆରାମ

ତୁଳସୀ ପତ୍ର କାଶ ଏବଂ ଥଣ୍ଡା ଜ୍ବରରେ ଖୁବ ଲାଭଦାୟକ । ଏହି ପତ୍ରରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି l ଶ୍ୱାସକ୍ରିୟା ସଂକ୍ରମଣରେ ସାହାଯ୍ୟ କରିଥାଏ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ । ବିଶେଷକରି ଗଳା ପାଇଁ ବେଶ୍ ଭଲ ଏହି ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ।

Tanushree Mahapatra
Tanushree Mahapatra
home remedies for cough, image source - pexels

home remedies for cough, image source - pexels

ପ୍ରାୟତଃ ଶୀତ ଋତୁରେ ଅଧିକ ଥଣ୍ଡା ହେଉଥିବା ଯୋଗୁଁ ଅନେକ ଲୋକଙ୍କୁ କଫ,କାଶ ହୋଇଥାଏ । କାଶ ସମସ୍ୟା କିଛି ବ୍ୟକ୍ତିଙ୍କୁ ଶୀଘ୍ର ଛାଡେ ନାହିଁ । ଛାତିରେ କଫ ଜମା ହୋଇ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ତେବେ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଔଷଧ ଖାଇବାକୁ ପଡ଼େ l ଅନେକ ଲୋକ ଜଡିବୁଟି ଖାଇଥାନ୍ତି । ଯାହା ଶରୀର ସୁସ୍ଥ ହେବାରେ ସାହାଯ୍ୟ କରେ l କିଛି ଜଡିବୁଟି କିମ୍ବା ଔଷଧୀୟ ବୃକ୍ଷ ରହିଛି ଯାହାର ବ୍ୟବହାର କାଶ ଥଣ୍ଡା ଭଲ କରିବାରେ ସହାୟକ l

ତୁଳସୀ ପତ୍ର

ତୁଳସୀ ପତ୍ର ଏକ ଔଷଧୀୟ ବୃକ୍ଷ l ସଧାରଣତଃ ସମସ୍ତଙ୍କ ଘରେ ତୁଳସୀ ଗଛ ରହିଥାଏ । ତୁଳସୀ ଗଛକୁ ପୂଜା ମଧ୍ୟ କରିଥାନ୍ତି ସମସ୍ତେ l ତୁଳସୀ ପତ୍ର କାଶ ଏବଂ ଥଣ୍ଡା ଜ୍ବରରେ ଖୁବ ଲାଭଦାୟକ । ଏହି ପତ୍ରରେ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ ରହିଛି l ଶ୍ୱାସକ୍ରିୟା ସଂକ୍ରମଣରେ ସାହାଯ୍ୟ କରିଥାଏ ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ । ବିଶେଷକରି ଗଳା ପାଇଁ ବେଶ୍ ଭଲ ଏହି ଆଣ୍ଟି-ମାଇକ୍ରୋବାୟଲ୍ ଗୁଣ । ଆପଣ ତୁଳସୀ ରସରେ ମହୁ ଏବଂ ଅଦା ମିଶାଇ , ତୁଳସୀ ଚା’ ପିଇ ପାରିବେ କାଶ ଓ କଫ ସମୟରେ ।

ହଳଦୀ

ହଳଦୀରେ ସାଧାରଣତଃ ଆଣ୍ଟି ମାଇକ୍ରୋବାୟଲ୍ ଏବଂ ଆଣ୍ଟି ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି । ଯାହା କାଶ କମ୍ କରିବାରେ ସହାୟକ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ମଧ୍ୟ ସହାୟକ । ଥଣ୍ଡା ସମୟରେ ହଳଦୀ କ୍ଷୀର ପିଇ ପାରିବେ ଏବଂ ହଳଦୀ ଚା ମଧ୍ୟ ପିଇ ପାରିବେ ପ୍ରତିଦିନ ।

ଅଦା

ଅଦା ରସ , ମହୁ, ତୁଳସୀ ରସ କାଶ ଏବଂ ଗଳା ସଂକ୍ରମଣକୁ ଠିକ୍ କରିଥାଏ । ବାରମ୍ବାର କାଶ ହେଉଥିଲେ କଞ୍ଚା ଅଦା ଚୋବାନ୍ତୁ l ଅଦା ଚା ପିଇବା ଦ୍ୱାରା କାଶ ଅଳ୍ପ କମିଥାଏ ଯାହା ଆରମ୍ଭ ପ୍ରଦାନ କରେ  ।

ହରିଡା

ଯଦି କଫ ସମସ୍ୟା ରହିଛି ତେବେ ଏପରି ପରିସ୍ଥିତିରେ ହରିଡାର ବ୍ୟବହାର କରନ୍ତୁ । ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଶୀତଦିନେ ଏହାର ସେବନ କରିବା ଖୁବ ଲାଭଦାୟକ ।

ପିପ୍ପଳି

ପିପ୍ପଳିରେ ରହିଛି ରୋଗ ପ୍ରତିରୋଧକ ଶକ୍ତି l ଏହାର ଖୁବ ଉପକାରୀ ଗୁଣ ରହିଛି । ଏଥିସହ ପୁରୁଣା କାଶକୁ  ଠିକ୍ କରିଥାଏ । ଏହା ଗଳା ଯନ୍ତ୍ରଣା ଦୂର କରିବାରେ ମଧ୍ୟ ଖୁବ ସାହାଯ୍ୟ କରେ ।

Read more

ମହାକାଶରୁ ମହାକୁମ୍ଭ ୨୦୨୫ର ଚମତ୍କାର ଫଟୋ ଉଠାଇଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର

PM Kisan ଯୋଜନାର ୧୯ତମ କିସ୍ତି ଟଙ୍କା...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ