1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଖରାଦିନେ ଏହା କରନ୍ତୁ ସେବନ ; କମିବ ଓଜନ

ଖରାପ ଲାଇଫ୍ ଷ୍ଟାଇଲ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ମୋଟା ହେବାରେ ଲାଗିଛନ୍ତି । ଅତ୍ୟଧିକ ମୋଟାପଣ ଶରୀର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଠିକ ନୁହଁ l ଯାହା ପାଇଁ ଅନେକ ରୋଗର ଶିକାର ହେଉଛନ୍ତି ମଧ୍ୟ l

Tanushree Mahapatra
Tanushree Mahapatra
How to control fat in summer

How to control fat in summer

ଖରାପ ଲାଇଫ୍ ଷ୍ଟାଇଲ ଯୋଗୁଁ ଆଜିକାଲି ଅଧିକାଂଶ ଲୋକ ମୋଟା ହେବାରେ ଲାଗିଛନ୍ତି । ଅତ୍ୟଧିକ ମୋଟାପଣ ଶରୀର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଠିକ ନୁହଁ l ଯାହା ପାଇଁ ଅନେକ ରୋଗର ଶିକାର ହେଉଛନ୍ତି ମଧ୍ୟ l ( control fat ) ଏହି ସମୟରେ ଓଜନ କମ୍ କରିବାକୁ ଲୋକମାନେ ସାଧାରଣତଃ ନିଜ ମନ ପସନ୍ଦର ଖାଇବା ଛାଡ଼ି ଦେଉଛନ୍ତି ।

ଓଜନ ହ୍ରାସ କରିବାକୁ ଚେଷ୍ଟା କରୁଥିବା ଲୋକମାନେ ବେଳେବେଳେ ଏପରି ଜିନିଷ ଖାଆନ୍ତି, ଯେଉଁଥିରେ ଅଧିକ କ୍ୟାଲୋରୀ ଭରପୁର ରହିଥାଏ । ଏହି କାରଣରୁ ସେମାନଙ୍କର ଓଜନ ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇବା ଆରମ୍ଭ କରିଥାଏ ।  ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ଡାଏଟରେ ଏପରି ଖାଦ୍ୟ ସାମିଲ କରନ୍ତୁ, ଯେଉଁଥିରେ ପେଟ ପୂରିଥାଏ ଓ ସେଥିରୁ କମ୍ କ୍ୟାଲେରୀ ମଧ୍ୟ ମିଳିଥାଏ ଯାହା ଆପଣଙ୍କୁ ମୋଟା ହେବା କିମ୍ବା ଓଜନ ବୃଦ୍ଧି ରୁ ରକ୍ଷା କରିଥାଏ  ।

ଓଜନ ହ୍ରାସ ପାଇଁ ଅନେକ ଇଚ୍ଛୁକ , ଏଥିପାଇଁ ଅନେକ ଖାଦ୍ୟରେ ମଧ୍ୟ ପରିବର୍ତ୍ତନ କରୁଛନ୍ତି । ତେବେ ଓଜନ ହ୍ରାସ ନିମନ୍ତେ ଖରାଦିନକୁ ସବୁଠାରୁ ଉତ୍ତମ ବୋଲି କୁହାଯାଏ । ଆପଣ ସମସ୍ତେ ଏହି ଋତୁରେ ମୋଟାପଣ ହ୍ରାସ ପାଇଁ ବିଭିନ୍ନ ଉପାୟ ଆପଣାଇ ପାରିବେ । ଖରାଦିନେ କିଛି ସ୍ୱତନ୍ତ୍ର ଖାଦ୍ୟ ଓ ପାନୀୟ ନିଜ ଖାଦ୍ୟରେ ସାମିଲ କରିବା ଦ୍ୱାରା ହିଁ ମୋଟାପଣ ସମସ୍ୟା ଦୂର ହୋଇଥାଏ । ଯେପରିକି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ତରଭୂଜ ବେଶ ଲାଭଦାୟକ ହୋଇଥାଏ  । ଏଥିରେ ଫାଇବର, ପୋଟାସିୟମ, ଆଇରନ ଭଳି ଅନେକ ପୋଷକ ତତ୍ତ୍ୱ ଭରପୁର ରହିଛି । ଏହା ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ଏହା ଶରୀରରେ ଜଳର ଅଭାବ ମଧ୍ୟ ଦୂର କରିଥାଏ । ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିବା ଭଳି ଅନୁଭବ ହୋଇଥାଏ ଯାହା ବାରମ୍ବାର ଭୋକ ଲାଗିବା ସମସ୍ୟାକୁ ଦୂର କରିଥାଏ ଏହା । ଫଳରେ ବାରମ୍ବାର ଖାଦ୍ୟ ଖାଇବାର ଆବଶ୍ୟକତା ନଥାଏ । ଓଜନ ହ୍ରାସ ପାଇଁ ଆପଣ ମାନେ ଏହାକୁ ନିଜ ଖାଦ୍ୟରେ ସାମିଲ କରିପାରିବେ । ଏହାକୁ ସାଲାଡ ଭାବେ ମଧ୍ୟ ଖାଇପାରିବେ ପ୍ରତିଦିନ ।

ସେହିପରି କଲରାରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରପୁର ରହିଛି । ଏଥିରେ ପ୍ରୋଟିନ, କାର୍ବୋହାଇଡ୍ରେଟ, କ୍ୟାଲସିୟମ, ଆଇରନ, ଭିଟାମିନ ସି ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି ଯାହା ଶରୀର ପାଇଁ ଖୁବ ଭଲ । ଏହାର ସେବନ କରିବା ଦ୍ୱାରା ମୋଟାପଣ ହ୍ରାସ ହେବାରେ ସହାୟକ ହୋଇଥାଏ । ତେବେ ଏହାକୁ ଆପଣ ପ୍ରତିଦିନ ନିଜ ଖାଦ୍ୟରେ ମଧ୍ୟ ସାମିଲ କରିପାରିବେ l

ସେହିପରି ଦହି ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ । ଏହା ଖାଦ୍ୟକୁ ଭଲ ଭାବେ ହଜମ ମଧ୍ୟ କରିଥାଏ । ଓଜନ ହ୍ରାସ ପାଇଁ ଏହାର ସେବନ କରିପାରିବେ । ଏହା ଶରୀରର ଫ୍ୟାଟ୍‌‌ କମ୍‌‌ କରିବାରେ ସହାୟକ ହୋଇଥାଏ । ଲେମ୍ବୁ ପ୍ରାକୃତିକ ଭାବେ ଶରୀରରୁ ଅଦରକାରୀ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ , ଏହା ଶରୀରକୁ ମଧ୍ୟ ସତେଜ ରଖିବାରେ ସାହାଯ୍ୟ କରେ ।

ଏହା ମଧ୍ୟ ଶରୀରରୁ ଫ୍ୟାଟ୍‌‌ ଦୂର କରିଥାଏ । ନିୟମିତ ରୂପେ ଆପଣ ଲେମ୍ବୁ ପାଣିର ସେବନ କରିବା ଦ୍ୱାରା ମୋଟାପଣ ହେବା ସହିତ ଶରୀରରେ ଜଳୀୟ ଅଂଶ ବଢ଼ିବାରେ ମଧ୍ୟ ସହାୟକ ହୋଇଥାଏ । ସେହିପରି ଆପଣ ଦହି ସରବତ ମଧ୍ୟ ପିଇ ପାରିବେ ଖରାଦିନରେ । ତେବେ ଖରାଦିନେ ଏହାର ସେବନ ଦ୍ୱାରା ଖୁବ ଶୀଘ୍ର ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ । ତେବେ ସଠିକ ଖାଦ୍ୟ ସଠିକ ସମୟ ଆଉ ସଠିକ ପରିମାଣରେ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଓଜନ ହ୍ରାସ ପାଇଥାଏ l

ଓଜନ ହ୍ରାସ କରିବାକୁ ଚାହାନ୍ତି କି ? ଖାଆନ୍ତୁ ଟମାଟୋ

ମସଲା ସହ ଓଜନ ହ୍ରାସ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments