Health & Lifestyle

କୋରୋନା,ରକ୍ତହୀନତା ଭଳି ବଡ ବଡ ରୋଗରୁ ବଞ୍ଚାଇବ ଏହି ଜୁସ୍ , କେମିତି ପ୍ରସ୍ତୁତ କରିବେ ଜାଣନ୍ତୁ...

ବର୍ତ୍ତମାନ କୋଭିଡ୍ ମାମଲା ପୁଣି ଥରେ ବଢିବାରେ ଲାଗିଛି ତେଣୁ ଆପଣ କିଛି ଡ୍ରିଙ୍କ୍ସ ପ୍ରସ୍ତୁତ କରିପାରିବେ । ଯାହା ଆପଣଙ୍କ ଇମ୍ୟୁନିଟି ବଢାଇବାରେ ସହାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଯାହାର କିଛି ଅଲଗା ଚମତ୍କାରୀ ଗୁଣ ରହିଛି ।

22 April, 2022 11:50 AM IST By: Sudesna Nayak

କୋରୋନା (Corona)ଭାଇରସ୍ ପୁଣି ଥରେ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲାଣି । କୋରୋନା ଭାଇରସ୍‌ର ପ୍ରଥମ ତିନୋଟି ଲହର ସମୟରେ ଲୋକମାନେ ମହାମାରୀରୁ ନିଜକୁ ସୁରକ୍ଷା ଦେବା ପାଇଁ ଅନେକ ଇମ୍ୟୁନିଟି ବୁଷ୍ଟର ସେବନ କରିଥିଲେ । ବର୍ତ୍ତମାନ ଯେହେତୁ କୋଭିଡ୍ ମାମଲା ପୁଣି ଥରେ ବଢିବାରେ ଲାଗିଛି ତେଣୁ ଆପଣ କିଛି ଡ୍ରିଙ୍କ୍ସ ପ୍ରସ୍ତୁତ କରିପାରିବେ । ଯାହା ଆପଣଙ୍କ ଇମ୍ୟୁନିଟି ବଢାଇବାରେ ସହାୟକ ହେବ ।

ସାମଗ୍ରୀ,ଜାଣନ୍ତୁ...

-୧/୨ ଚାମଚ ଲେମ୍ବୁ

-ବରଫ ଖଣ୍ଡ

-୨୦୦ ଗ୍ରାମ ବିଲାତି

-୨୦୦ ଗ୍ରାମ ଗାଜର

-୫୦ ଗ୍ରାମ ସେଓ

-ସ୍ବାଦ ଅନୁସାରେ ଲୁଣ

ଘରେ ତିଆରି କରିବାର ପ୍ରଣାଳୀ,ଜାଣନ୍ତୁ...

-ବିଲାତି ଗୁଣ୍ଡକୁ ଛାଣି ଦିଅନ୍ତୁ । ସେଓ ଏବଂ ଗାଜରକୁ ଛୋଟ ଛୋଟ ଖଣ୍ଡ କରି ଏକ ପାତ୍ରରେ ରଖନ୍ତୁ ।

-ଏବେ ଏହି ତିନୋଟିର ରସ ବାହାର କରନ୍ତୁ ।

-ତାପରେ ଭଲ ଭାବରେ ମିଶାନ୍ତୁ ।

-ଏବେ ଫାଇବର ବାହାର କରିବା ପାଇଁ ଛାଣି ଦିଅନ୍ତୁ ।

-ଏହା ଉପରେ ଲେମ୍ବୁ ରସ ପକାନ୍ତୁ ।

-ଲୁଣ ମିଶାଇ ଏକ ଗ୍ଲାସରେ ପରଷନ୍ତୁ ।

ସମସ୍ତେ ଜାଣନ୍ତି ବିଟ (Beet)ଶରୀରରେ ରକ୍ତର ପରିମାଣ ବଢାଇଥାଏ । ବିଟରେ ପ୍ରଚୁର ପରିମାଣରେ ଆଇରନ ରହିଛି । ଏହା ଲାଲ ରକ୍ତ କଣିକାକୁ ସକ୍ରିୟ କରେ । ରକ୍ତହୀନତା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ବିଟ ଜୁସ ଦିଅନ୍ତୁ । ପାଚନ କ୍ରିୟାକୁ ଠିକ ରଖେ ।

ବିଟ (Beet) ଜୁସରେ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ରୋଗ ଦୂର ହୋଇଥାଏ । ଗ୍ୟାସଷ୍ଟ୍ରିକ ପାଇଁ ଏହା ମଧ୍ୟ ଲାଭଦାୟକ । ସକାଳୁ ଜଳଖିଆରେ ପ୍ରଥମେ ଏକ ଗ୍ଲାସ ବିଟ ଜୁସରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ ।

ଉଚ୍ଚ ରକ୍ତଚାପ ବ୍ୟକ୍ତିଙ୍କ ପାଇଁ ବିଟ (Beet) ଖାଇବା ଭଲ । ଯଦି ଆପଣ ରକ୍ତଚାପରେ ଆକ୍ରାନ୍ତ ତେବେ ୧-୧ କପ ବିଟ ଓ ଗାଜର ରସରେ ଅମୃତଭଣ୍ଡା ରସ ମିଶାନ୍ତୁ । ଏହାକୁ ପ୍ରତିଦିନ ୨ ଥର ପିଅନ୍ତୁ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ଏହି ଜୁସ୍ ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ଡାଇବେଟିସ ରୋଗକୁ ମୂଳରୁ ଶେଷ କରିଥାଏ ଏହି ଚମତ୍କାରୀ ଫୁଲ, ଜାଣିଲେ ହୋଇଯିବେ ଆଶ୍ଟର୍ଯ୍ୟ...

ଏସବୁ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ ମଧୁମେହ ରୋଗୀ,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)