Health & Lifestyle

ଖାଆନ୍ତୁ ଏହି ସବୁ ଖାଦ୍ୟ,ରୋଗକୁ କହିବେ ବାଏ ବାଏ

ରୋଗଠୁ ଶରୀରକୁ ଦୂରରେ ରଖିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନିହାତି ଆବଶ୍ୟକ ହୋଇଥାଏ | ଆଜିକାଲି ଆସୁଥିବା ବିଭିହ୍ନ ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଇମ୍ୟୁନ୍‌ସିଷ୍ଟମକୁ ମଜଭୁତ କରିବା ଆବଶ୍ୟକ |

02 June, 2022 2:49 PM IST By: Sudesna Nayak

ରୋଗଠୁ ଶରୀରକୁ ଦୂରରେ ରଖିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ନିହାତି ଆବଶ୍ୟକ ହୋଇଥାଏ | ଆଜିକାଲି ଆସୁଥିବା ବିଭିହ୍ନ ରୋଗ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଇମ୍ୟୁନ୍‌ସିଷ୍ଟମକୁ ମଜଭୁତ କରିବା ଆବଶ୍ୟକ | ଡାଏଟ ପ୍ଲାନ (diet food)କରି (immunity boosting foods) ଖାଦ୍ୟ ଖାଇବା ଶରୀର ପାଇଁ ହିତକର ହୋଇଥାଏ | ତେବେ ଆଜି ଆସନ୍ତୁ ଜାଣିବା ଏହି ଡାଏଟ ପ୍ଲାନରେ କେଉଁ ଖାଦ୍ୟକୁ କରିବା ଅନ୍ତର୍ଭୁକ୍ତ |

-ଶରୀରକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏଥିପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାଣି (Water)ପିଇବା ଉଚିତ। ଏହା ଶରୀରରେ ଥିବା ପୋଷକ ତତ୍ତ୍ୱକୁ ରକ୍ତ ସହିତ ମିଶାଇଥାଏ ଏବଂ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ | ଦିନରେ ଅତି କମ୍‌ରେ ୮ରୁ ୧୦ ଗ୍ଲାସ୍‌ ପାଣି ପିଇବା ଉଚିତ |

– ପାଣି ବ୍ୟତୀତ ହାଇଡ୍ରେସନ୍‌ ପାଇଁ ଫଳ ଏବଂ ସବୁଜ ପନିପରିବା (green vegetables) ଖାଇପାରିବେ | ଫଳ, ପରିବା, ଡାଲି, ଛେନା ଏବଂ ଓଟସ୍‌, ଗହମ ଓ ବ୍ରାଉନ୍‌ ରାଇସ୍‌ ଖାଇବା ଉଚିତ | ମାଂସ, ଅଣ୍ଡା, କ୍ଷୀରକୁ ନିଜ ଖାଦ୍ୟପେୟରେ ନିଶ୍ଚିତ ରୂପେ ସାମିଲ କରନ୍ତୁ |

– ଜଳଖିଆରେ କଞ୍ଚା ପରିବାର (green vegetables)ଏବଂ ଫଳ ଖାଆନ୍ତୁ | ଯେଉଁ ଖାଦ୍ୟରେ ଅଧିକ ମାତ୍ରାରେ ଚିନି, ଲୁଣ ଏବଂ ଫ୍ୟାଟ୍‌ ରହିଛି ସେଗୁଡିକ ଠାରୁ ଦୂରେଇ ରୁହନ୍ତୁ | ପ୍ରତିଦିନ ଦୁଇ କପ୍‌ ଫଳ, ଅଢ଼େଇ କପ୍‌ ପରିବା, ୧୮୦ ଗ୍ରାମ ରୁଟି ବା ଭାତ, ୧୬୦ ଗ୍ରାମ ମାଂସ ଏବଂ ବିନ୍‌ସ ନିଶ୍ଚିତ ରୂପେ ଖାଆନ୍ତୁ | ପରିବାଗୁଡିକୁ ଅଧିକ ସିଝାଇ ଖାଆନ୍ତି ନାହି, ଏଭଳି କରିବା ଦ୍ୱାରାରେ ଏଥିରେ ଥିବା ପୋଷକତତ୍ତ୍ୱ ନଷ୍ଟ ହୋଇଯାଇଥାଏ |

- ଆଭୋକାଡୋ, ଖୁଆ, ଅଲିଭ ଅଏଲ୍‌ (Olive Oil)ଏବଂ ସୋଆବିନ୍‌ ଆଦି ଖାଆନ୍ତୁ | ଲୁଣ (Salt)ଏବଂ ଚିନି (Sugar)କୁ ହିଁ ଅତ୍ୟନ୍ତ କମ୍‌ ମାତ୍ରାରେ ସେବନ କରନ୍ତୁ | ପ୍ରଚୁର ସସୋଡିଅମ୍‌ ଯୁକ୍ତ ଯେପରି ଫିସ୍‌ ସସ୍‌ ଏବଂ ସୋଆ ସସ୍‌ ଖାଇବା ଠାରୁ ଦୂରେଇ ରୁହନ୍ତୁ | ପୂରା ଦିନକ ମଧ୍ୟରେ ୫ ଗ୍ରାମ ଠାରୁ ବି କମ୍‌ ଲୁଣ ଖାଆନ୍ତୁ |

ଏଭଳି ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ |

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି କଞ୍ଚା ପରିବାର (green vegetables) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

କର୍କଟ, ମଧୁମେହ ଓ ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ଚା', ସକାଳେ ମାତ୍ର ଥରେ ପିଅନ୍ତୁ...

ଶରୀର ପାଇଁ ମହାଔଷଧି ଏହି ପତ୍ର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)