ଖାଦ୍ୟ ଗ୍ରହଣ ସମୟରେ କିଛି ଜିନିଷର ଅଭ୍ୟାସ ଆମ ସ୍ବାସ୍ଥ୍ୟା ଉପରେ ଖରାପ ଏବଂ ଭଲ ପ୍ରଭାବ ପକାଇଥାଏ । ତେଣୁ କେବେ ମଧ୍ୟ ଠିଆ ହୋଇ ଖାଦ୍ୟ ଖାଇବା ଉଚିତ ନୁହେଁ । କାରଣ ଏହାର କୁପ୍ରଭାବ ଆମ ଶରୀର ଉପରେ ହିଁ ପଡ଼ିଥାଏ ।
ସୂଚନା ଅନୁୟାୟୀ, ଠିଆ ହୋଇ ପାଣି ପିଇବା ଯେପରି ଶରୀର ପାଇଁ ହାନିକାରକ ହୋଇଥାଏ, ସେହିଭଳି ଠିଆ ହୋଇ ଖାଦ୍ୟ ଖାଇବା (Eating While Standing Up)ମଧ୍ୟ ପାଚନତନ୍ତ୍ର ପାଇଁ କ୍ଷତିକାରକ ହୋଇଥାଏ । ଠିଆ ହୋଇ ଖାଦ୍ଯ ଖାଇବା ଦ୍ୱାରା ଆପଣ ଅନେକ ରୋଗର ଶିକାର ହୋଇପାରନ୍ତି ।
ଠିଆ ହୋଇ ଖାଦ୍ୟ ଖାଇଲେ କିଡ଼ନିରେ ପ୍ରଭାବ ପଡେ,ଜାଣନ୍ତୁ...
ଠିଆ ହୋଇ ଖାଇବା ଦ୍ବାରା କିଡ଼ନିରେ ପ୍ରଭାବ ପଡ଼ିବା ସହ ପେଟରେ ପଥର ହୋଇଥାଏ । ଏହାସହିତ ଆଣ୍ଠୁଗଣ୍ଠି ଯନ୍ତ୍ରଣା ମଧ୍ୟ ଅନୁଭୂତ ହୋଇଥାଏ ।
ଠିଆ ହୋଇ ଖାଦ୍ୟ ଖାଇଲେ ପେଟ ସମ୍ବନ୍ଧୀୟ ସମସ୍ୟା ଉପୁଜେ,ଜାଣନ୍ତୁ...
ଠିଆ ହୋଇ ଖାଇବା ଦ୍ବାରା ସଠିକ୍ ଭାବେ ହଜମ ହୋଇନଥାଏ । ଯାହା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟା ବହୁ ଦେଖାଦେଇପାରେ ।
ଠିଆ ହୋଇ ଖାଦ୍ୟ ଖାଇଲେ ମେଦବୃଦ୍ଧି ହୋଇଥାଏ,ଜାଣନ୍ତୁ...
ଠିଆ ହୋଇ ଖାଦ୍ୟ ଖାଇବାବେଳେ ବ୍ୟକ୍ତି ଜଣଙ୍କ ଏତେତେଣେ ବୁଲୁଥାଏ, ଖାଦ୍ୟରେ ମନ ନଥାଏ । ଫଳରେ ବ୍ୟକ୍ତି ଜଣଙ୍କ ଆବଶ୍ୟକତାଠାରୁ ଅଧିକ ଖାଇଥାଏ । ଏଥିଯୋଗୁଁ ମେଦବୃଦ୍ଧିରେ ଆକ୍ରାନ୍ତ ହୋଇପାରନ୍ତି ।
ଡାଳିମ୍ବ ଚୋପା ଖାଇଲେ ଦୂର ହୁଏ ଏହି ରୋଗ
୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ମୂଳରୁ ଶେଷ ହୋଇଯିବ ଏହି ରୋଗ