Health & Lifestyle

ଆମିଷ ଖାଉନଥିଲେ ହୋଇ ପାରେ ଏହି ସମସ୍ୟା

କିଛି ଲୋକଙ୍କର ଆମିଷ ପ୍ରିୟ ହୋଇଥିବା ବେଳେ ଆଉ କିଛି ଲୋକ ଏହାର ଛାୟା ଦେଖିବାଉ ମଧ୍ୟ ପସନ୍ଦ କରନ୍ତି ନାହିଁ | କେତେ ଲୋକ ଧାର୍ମିକ ମନୋଭାବରୁ ଆମିଷଠୁ ଦୁରେଇ ରହୁଥିବା ବେଳେ ଆଉ କିଛି ଲୋକ ଭାବନ୍ତି ଆମିଷ ଖାଇବା ଦ୍ୱାରା କିଛି ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଆମିଷ ମଧ୍ୟ ଆମ ଶରୀରକୁ ସୁସ୍ଥ ରଖିଥାଏ | ସୁଦ୍ଧ ସାକାହାରୀ ହେବ ଦ୍ୱାରା ଆମ ଶରୀରରେ କିଛି ପ୍ରୋଟିନର କମି ମଧ୍ୟ ଦେଖାଯାଇଥାଏ | ଆଜି ଆସନ୍ତୁ ଜାଣିବା ସେହି ବିଷୟରେ କିଛି ତଥ୍ୟ

24 May, 2022 4:35 PM IST By: Rajashree

କିଛି ଲୋକଙ୍କର ଆମିଷ ପ୍ରିୟ ହୋଇଥିବା ବେଳେ ଆଉ କିଛି ଲୋକ ଏହାର ଛାୟା ଦେଖିବାଉ ମଧ୍ୟ ପସନ୍ଦ କରନ୍ତି ନାହିଁ | କେତେ ଲୋକ ଧାର୍ମିକ ମନୋଭାବରୁ ଆମିଷଠୁ ଦୁରେଇ ରହୁଥିବା ବେଳେ ଆଉ କିଛି ଲୋକ ଭାବନ୍ତି ଆମିଷ ଖାଇବା ଦ୍ୱାରା କିଛି ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଆମିଷ ମଧ୍ୟ ଆମ ଶରୀରକୁ ସୁସ୍ଥ ରଖିଥାଏ (Nonveg Benefits) | ସୁଦ୍ଧ ସାକାହାରୀ ହେବ ଦ୍ୱାରା ଆମ ଶରୀରରେ କିଛି ପ୍ରୋଟିନର କମି ମଧ୍ୟ ଦେଖାଯାଇଥାଏ | ଆଜି ଆସନ୍ତୁ ଜାଣିବା ସେହି ବିଷୟରେ କିଛି ତଥ୍ୟ |

ଶାକାହାରରେ ମାଂସଜାତୀୟ ପ୍ରୋଟିନ୍ ମିଳି ନ ଥାଏ | ଶାକାହାରରେ ଶରୀର ପାଇଁ ଉପଯୋଗୀ ଅନେକ ପ୍ରକାରର ପୋଷକତତ୍ୱ ଭରି ରହିଥାଏ | ହେଲେ ଏଥିରେ ଥିବା ଲ୍ୟାକ୍ଟିନ୍ ଏବଂ ଫାଇଟେଟ୍ସ ମାନକ ତତ୍ୱ ଶରୀରର ଅନ୍ତନଳୀ ପାଇଁ କ୍ଷତିକାରକ ହୋଇପାରେ।

ଶୁଦ୍ଧ ଶାକାହାର( vegeterian food)ଖାଦ୍ୟକୁ ପ୍ରୋଟିନର ସ୍ଥାୟୀ ଉତ୍ସ ଭାବେ ବିବେଚନା କରାଯାଏ ନାହିଁ | ଶୁଦ୍ଧ ଶାକାହାରୀ ବା ଭିଗନ୍ ଡାଏଟ (vegan diet)ଖାଉଥିବା ବ୍ୟକ୍ତିମାନଙ୍କୁ ଶରୀରକୁ ପ୍ରୋଟିନ୍ ଯୋଗାଇବାକୁ ସୋୟା ପନିର୍ ବା ସୋୟା ମିଲକ୍ ଭଳି ଖାଦ୍ୟ ଖାଇବାକୁ ପଡ଼ିଥାଏ | ସୋୟାରେ ଫାଇଟୋଏଷ୍ଟ୍ରୋଜେନ୍ସ ନାମକ ତତ୍ୱ ରହିଥାଏ, ଯାହା ଶରୀରରେ ଏଷ୍ଟ୍ରୋଜେନ୍ ସ୍ତରକୁ ବଢ଼ାଇଥାଏ। ମହିଳାଙ୍କ ମେନୋପୋଜ ସମସ୍ୟା ବେଳେ ଏହାକୁ ସପ୍ଲିମେଣ୍ଟ ଭାବରେ ଦିଆଯାଇଥାଏ |

‘ରେଡ୍ ମିଟ୍’କୁ (red meet)ହିମୋଗ୍ଲୋଭିନର ସବୁଠାରୁ ବଡ଼ ଉତ୍ସ ଭାବରେ ଗଣାଯାଏ |ସାକାହାରୀରେ ହିମୋ ଆଇରନ ନ ମିଳିବା କାରଣରୁ ଶରୀରରେ ନାନା ସମସ୍ୟା ଦେଖାଦେଇଥାଏ | ଏହି କାରଣରୁ ମହିଳାମାନଙ୍କଠାରେ ଏନିମିଆ ସମସ୍ୟା ଦେଖିବାକୁ ମିଳିଥାଏ | ଭିଗନ୍ ବା ଭେଜିଟାରିୟନ୍ ଅ(vegeterian food) ର୍ଥତ୍ ଶୁଦ୍ଧ ଶାକାହାର କିମ୍ବା ଶାକାହାର ଖାଦ୍ୟ ଗ୍ରହଣ କରୁଥିବା ବ୍ୟକ୍ତିମାନେ ଏଭଳି ସମସ୍ୟା ଭୋଗିପାରନ୍ତି |

ମୁଖ୍ୟତଃ ମାଂସାହାରରୁ (Nonveg Benefits) ଶରୀର ପାଇଁ ଆବଶ୍ୟକ ଭିଟାମିନ୍ ବି-12 ମିଳିଥାଏ | ସାଧାରଣତଃ ଶୁଦ୍ଧ ଶାକାହାରୀମାନଙ୍କ ଶରୀରରେ ବି-12 କମ୍ ଥିବା ଦେଖିବାକୁ ମିଳିଥାଏ | ଭିଟାମିନ୍ ବି-12 କମିଲେ ଶରୀରରେ ଦୁର୍ବଳତା, ଥକାପଣ, ଏନିମିଆ ତଥା ଭୋକ ନ ଲାଗିବା ଭଳି ସମସ୍ୟା ଦେଖାଦେଇଥାଏ |

ଶୁଦ୍ଧ ଶାକାହାର ଖାଦ୍ୟ ( vegeterian food) ଖାଇଲେ ଶରୀରରେ ଅଧିକ କାର୍ବୋହାଇଡ୍ରେଟ୍ ବଢ଼ିବାର ସମ୍ଭାବନା ରହିଛି | ଶରୀରରେ କାର୍ବୋହାଇଡ୍ରେଟ୍ସ ମାତ୍ରା ବଢ଼ିଗଲେ ଏହା ମେଟାବୋଲିଜମକୁ ବିଗାଡ଼ିଥାଏ | ଏହାସହ ନନ୍ ଆଲକୋହୋଲିକ୍ ଫ୍ୟାଟି ଲିଭର, ବ୍ଲଡ୍ ସୁଗାର ଏବଂ ଡିରେଗୁଲେସନ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ |

କେଉଁ ବ୍ଲଡ଼ ଗ୍ରୁପ୍ ର ଲୋକଙ୍କୁ ଆମିଷ ଖାଇବା ଉଚିତ ଜାଣନ୍ତୁ, ନଚେତ ଭୋଗିବେ ସମସ୍ୟା...

ଓଡ଼ିଆ ଘରର ମଟନ ବେସର, ଘରେ ପ୍ରସ୍ତୁତ କରନ୍ତୁ ଏବଂ ଖାଇବାର ମଜା ଉଠାନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)