Health & Lifestyle

କେଉଁ ଚା' ଆପଣଙ୍କ ଶରୀର ପାଇଁ ହିତକର ଜାଣନ୍ତୁ, ନଚେତ୍...

ସାଧାରଣତଃ ବହୁ ବ୍ୟକ୍ତି ଚା' (Tea)ର ଏଡିକଟେଟ୍ ଥାନ୍ତି । ଟାଇମ୍ ଟୁ ଟାଇମ୍ ସେମାନେ ଚା' ପିଇଥାନ୍ତି । ଯଦି ସେମାନଙ୍କୁ ତାଙ୍କ ଟାଇମ୍ ଅନୁସାରେ ଚା' ମିଳିନଥାଏ ତେବେ ତାଙ୍କୁ ମୁଣ୍ଡ ବିନନ୍ଧିବା, ମାନ୍ଦା ଲାଗିବା, ନିଦ ଲାଗିବା ଭଳି ଅନୁଭବ ହୋଇଥାଏ । ତେଣୁ କେଉଁ ଚା' ସ୍ୱାସ୍ଥ୍ୟ ପାଇଁ ହିତକର ଚାଲନ୍ତୁ ଜାଣିବା...

19 May, 2022 12:13 PM IST By: Sudesna Nayak

ସାଧାରଣତଃ ବହୁ ବ୍ୟକ୍ତି ଚା' (Tea)ର ଏଡିକଟେଟ୍ ଥାନ୍ତି । ଟାଇମ୍ ଟୁ ଟାଇମ୍ ସେମାନେ ଚା' (Tea)ପିଇଥାନ୍ତି । ଯଦି ସେମାନଙ୍କୁ ତାଙ୍କ ଟାଇମ୍ ଅନୁସାରେ ଚା' (Tea)ମିଳିନଥାଏ ତେବେ ତାଙ୍କୁ ମୁଣ୍ଡ ବିନନ୍ଧିବା, ମାନ୍ଦା ଲାଗିବା, ନିଦ ଲାଗିବା ଭଳି ଅନୁଭବ ହୋଇଥାଏ । ତେଣୁ କେଉଁ ଚା' (Tea)ସ୍ୱାସ୍ଥ୍ୟ ପାଇଁ ହିତକର ଚାଲନ୍ତୁ ଜାଣିବା...

ସୂଚନା ଅନୁସାରେ, ହେଲେ ଅଧିକ ପରିମାଣରେ ଚା' (Tea)ପିଇବା ମଧ୍ୟ ଦେହ ପ୍ରତି ହାନିକାରକ ହୋଇଥାଏ । ଯେମିତି କି ଗ୍ୟାସଟିକ୍ ପ୍ରୋବଲେମ୍ ହେବା, ମେଦ ବହୁଳତା ମଧ୍ୟ ଏହାର ଗୋଟେ କାରଣ ହୋଇପାରେ । ତେଣୁ କେଉଁ ଚା' (Tea)ସ୍ୱାସ୍ଥ୍ୟ ପାଇଁ ହିତକର ଜାଣନ୍ତୁ ।

-ଯେଁଉ ବ୍ୟକ୍ତି ବିଶେଷ ଚା'ପ୍ରେମୀ ସେମାନେ ଲେମ୍ବୁ ରସ ଚା ବା LEMON TEA ପିଇଲେ ସେମାନଙ୍କ ଦେହ ସୁସ୍ଥ ରହିବା ସହିତ ଏହା ସ୍ବାସ୍ଥ୍ୟ ପ୍ରତି ହିତକାରକ ମଧ୍ୟ ହୋଇଥାଏ । ଲେମନ ଟିରେ ଭିଟାମିନ୍ 'ସି' ମିଳିଥାଏ । ଏହାକୁ ଆପଣ ନିୟମିତି ମଧ୍ୟ ପିଇପାରିବେ । ସନ୍ଧ୍ୟାବେଳେ କ୍ଷୀର ଚା ପରିବର୍ତ୍ତେ ଲେମ୍ବୁ ଚା ପିଇଲେ ବେଶ୍ ଆରାମ ଲାଗେ ଓ ଏହା ପିଇବା ଦ୍ବାରା ଆମ ହଜମ ଭଲଭାବେ ହୋଇଥାଏ । ତ୍ବଚା ଓ କେଶ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଏହା ଲେମ୍ବୁ ଚା’(Tea) ପ୍ରତିଦିନ ପିଇବା ଦ୍ବାରା ଦୂର ହୋଇଥାଏ ।

-ଆମିଷ କିମ୍ବା ଅନ୍ୟ କୌଣସି ଗରିଷ୍ଠ ଭୋଜନ କରି ଅସ୍ତବ୍ୟସ୍ତ, ଅରୁଚି ଲାଗୁଥିଲେ, ଲେମ୍ବୁ ଚା’(Tea) ପିଇଲେ ଆରାମ ମିଳେ । ଏହା ଦ୍ବାରା ବହୁ ପ୍ରକାରର ରୋଗରୁ ମଧ୍ୟ ଆମେ ଦୂରେଇ ପାରିବା, ଯେମିତି କି ଏହା ଦ୍ବାରା ହୃଦ୍‌ଘାତର ଆଶଙ୍କା ଯଥେଷ୍ଟ କମ୍ ହୋଇଥାଏ । ସପ୍ତାହରେ ୨ ରୁ ୩ ଥର ଏହି ଚା’(Tea) ପିଇବା ଭଲ । ଏହି ଚା ଦେହର ରୋଗପ୍ରତିରୋଧ ଶକ୍ତି ମଧ୍ୟ ବଢେଇଥାଏ ଓ କର୍କଟପ୍ରତିରୋଧୀ ଶକ୍ତି ମଧ୍ୟ ଏହା ଚା’(Tea)ରେ ରହିଛି । ଓଜନ କମ୍ କରିବାରେ ମଧ୍ୟ ଏହି ଚା’(Tea)ର ପ୍ରମୁଖ ଭୂମିକା ରହିଛି । ତେଣୁ ସକାଳେ ଓ ସନ୍ଧ୍ୟାରେ ନିୟମିତ ଏଇ ଚା’(Tea) ପିଇଲେ ଓଜନ ଶୀଘ୍ର କମ୍ ହୁଏ ।

-ସକାଳେ ଉଷୁମ ପାଣିରେ ଲେମ୍ବୁ (LEMON) ଚିପୁଡି ପିଇବା ଦ୍ବାରା ଶରୀରରୁ ଦୂଷିତ ପଦାର୍ଥ ବାହାରି ଯାଇଥାଏ । ଯାହାଦ୍ବାରା ପାଚନ ପ୍ରକ୍ରିୟା ଠିକ୍ ଭାବେ ହୋଇଥାଏ । ଲେମ୍ବୁ (LEMON)ରେ ମିନେରାଲସ ଓ ଭିଟାମିନ ରହିଛି । ଏହା ପାଚନ ଶକ୍ତିକୁ ବୃଦ୍ଧି କରିଥାଏ ।

ଲେମ୍ବୁ (LEMON)ରେ ଭିଟାମିନ ପ୍ରଚୁର ମାତ୍ରାରେ ଥିବାରୁ ତାହା ଥଣ୍ଡାଜ୍ବର ସହ ଲଢିବାରେ ସାହାଯ୍ୟ ମଧ୍ୟ କରିଥାଏ । ଏଥିରେ ପୋଟାସିୟମ୍ ଥିବାରୁ ମସ୍ତିଷ୍କ ଓ ଶିରା ପ୍ରଶିରାକୁ ସୁସ୍ଥ ରଖିଥାଏ ଓ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ଲେମ୍ବୁ ପାଣି ଶରୀରରୁ ଦୂଷିତ ପଦାର୍ଥ ବାହାର କରି ମୁହଁକୁ ସଫା କରିଥାଏ । ଏହାସହ ଲେମ୍ବୁରେ ଥିବା ଭିଟାମିନ-ସି ମୁହଁକୁ କୋମଳ ଓ ସୁସ୍ଥ କରିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଚା’(Tea) ପିଉଛନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ନେବା ଜରୁରୀ ।

ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଭେଣ୍ଡି ପାଣି

ଟମାଟୋ ଫ୍ଲୁ ନେଇପାରେ ଜୀବନ!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)