1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଭେଣ୍ଡି ପାଣି

ଭେଣ୍ଡି ପାଣିରେ ରହିଛି ପ୍ରଚୂର ମାତ୍ରାରେ ରହିଛି ଔଷଧୀୟ ଗୁଣ । ମଧୁମେହ ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଭେଣ୍ଡି ପାଣି । ଚାଲନ୍ତୁ ଜାଣିବା...

Sudesna Nayak
Sudesna Nayak
ladiesfinger soaked water panacia for health

ladiesfinger soaked water panacia for health

କୁହାଯାଏ ଭେଣ୍ଡି (ladiesfinger)ଏକ ନିରୋଗୀ ପରିବା । ଏହା ଖାଇବାକୁ ସ୍ୱାଦକର ହେବା ସହ ଦେହ ପାଇଁ ମଧ୍ୟ ବହୁ ହିତକାରୀ । ହେଲେ ଏହାଠାରୁ ଅଧିକ ନିରାମୟ ହେଉଛି ଏହାର ପାଣି । ଭେଣ୍ଡି ପାଣିରେ ରହିଛି ପ୍ରଚୂର ମାତ୍ରାରେ ରହିଛି ଔଷଧୀୟ ଗୁଣ । ମଧୁମେହ(Diabetes) ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ ଭେଣ୍ଡି ପାଣି । ଚାଲନ୍ତୁ ଜାଣିବା...

ସୂଚନା ଅନୁଯାୟୀ, ପ୍ରତିଦିନ ଖାଲି ପେଟରେ ଭେଣ୍ଡିର ପାଣି (ladiesfinger Soaked Water)କୁ ପିଇବା ଶରୀରକୁ ପତଳା ହେବାରେ ସାହାଯ୍ୟ କରେ । ଏହା ଆପଣଙ୍କ ମେଟାବୋଲିଜିମକୁ ବଢାଇଥାଏ । ଫଳରେ ଶରୀରର ଓଜନ ଦ୍ରୁତ ଗତିରେ ହ୍ରାସ ପାଇଥାଏ ।

-ମଧୁମେହ (Diabetes)ରୋଗ ନିୟନ୍ତ୍ରଣ କରିବାରେ ଭେଣ୍ଡିର ପାଣିକୁ ସେବନ କରିବା କରିବା ବେଶ ଫଳପ୍ରଦ ।

-ଆଖି ପାଇଁ ଭେଣ୍ଡି ପାଣି (ladiesfinger) ବେଶ ଉପକାରୀ । ନିୟମିତ ଏହାକୁ ସେବନ କରିବା ଦ୍ୱାରା ଦୃଷ୍ଟି ଶକ୍ତି ଭଲ ରହିଥାଏ । ଏହାସହ ଆଖିର ଥକାପଣ ମଧ୍ୟ ଦୂରେଇଯାଏ ।

-ପ୍ରତିଦିନ ଭେଣ୍ଡିପାଣି (ladiesfinger) ସେବନ ଦ୍ୱାରା ଡାଇରିଆ ତଥା ଡିହାଇଡ୍ରେସନ୍ ସମସ୍ୟାରୁ ଅତିଶୀଘ୍ର ମୁକ୍ତି ଦିଏ ।

-ସବୁଠୁ ବଡ କଥା ହେଉଛି ଭେଣ୍ଡିପାଣି (ladiesfinger) କୋଲେଷ୍ଟ୍ରଲ (Cholesterol)କୁ ନିୟନ୍ତ୍ରଣରେ ରଖେ । ପ୍ରତ୍ୟେକ ଦିନ ଭେଣ୍ଡିପାଣି ପିଇଲେ ଖରାପ କୋଲେଷ୍ଟ୍ରଲ (Cholesterol) ସ୍ତର କମ୍ ରହେ ।

-ଆନେମିଆ ବା ରକ୍ତହୀନତା ସମସ୍ୟାକୁ ମଧ୍ୟ ଦୂର କରିଥାଏ ଭେଣ୍ଡି ପାଣି । ଏହାଦ୍ୱାରା ଶରୀରରେ ଆଇରନର ଅଭାବ ମଧ୍ୟ ପୂରଣ ହୋଇପାରେ ।

ଏହାକୁ ପ୍ରସ୍ତୁତ କରିବେ କିପରି?ଜାଣନ୍ତୁ...

ରାତିରେ ୨ ରୁ ୩ ଟି ଭେଣ୍ଡି (ladiesfinger)କୁ କାଟି ୧ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ । ସକାଳ ହେବା ବେଳକୁ ଏହାର ଲାଳ ଅଂଶ ପାଣିରେ ମିଶିଯାଇଥାଏ । ସକାଳୁ ଏହି ପାଣିକୁ ଖାଲି ପେଟରେ ପିଅନ୍ତୁ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଭେଣ୍ଡିପାଣି ପିଉଛନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ହିଁ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ଟମାଟୋ ଫ୍ଲୁ ନେଇପାରେ ଜୀବନ!

କୋରୋନା ପରେ ଟେନସନ ବଢାଇଲା ଟମାଟୋ ଫ୍ଲୁ, ହାଇଆଲର୍ଟ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments