1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଟମାଟୋ ଫ୍ଲୁ ନେଇପାରେ ଜୀବନ!

ଦେଶରେ କୋରୋନା ସଂକ୍ରମଣ ଥମି ନ ଥିବାବେଳେ ଚିନ୍ତା ବଢାଉଛି ଆଉ ଏକ ଭୂତାଣୁ । ଆଗରୁ ବାର୍ଡ ଫ୍ଲୁ, ସ୍ବାଇନ ଫ୍ଲୁ ଥିବାବେଳେ ଏବେ ଏକ ନୂଆ ଭୂତାଣୁ ଟମାଟୋ ଫ୍ଲୁ କୁ ନେଇ ବଢୁଛି ଟେନସନ ।

Sudesna Nayak
Sudesna Nayak
know about Tomato Flu causes prevention cure

know about Tomato Flu causes prevention cure

ଦେଶରେ କୋରୋନା (CORONA)ସଂକ୍ରମଣ ଥମି ନ ଥିବାବେଳେ ଚିନ୍ତା ବଢାଉଛି ଆଉ ଏକ ଭୂତାଣୁ । ଆଗରୁ ବାର୍ଡ ଫ୍ଲୁ, ସ୍ବାଇନ ଫ୍ଲୁ ଥିବାବେଳେ ଏବେ ଏକ ନୂଆ ଭୂତାଣୁ ଟମାଟୋ ଫ୍ଲୁ (Tomato Flu)କୁ ନେଇ ବଢୁଛି ଟେନସନ ।

ସୂଚନା ଅନୁଯାୟୀ, ଭାରତର ଦକ୍ଷିଣ ରାଜ୍ୟ କେରଳର କୋଲ୍ଲମ ଜିଲ୍ଲାରେ ଟମାଟୋ ଫ୍ଲୁ (Tomato Flu)ମାମଲା ବଢିବାରେ ଲାଗିଛି । ୫ ବର୍ଷରୁ କମ୍ ବୟସର ପିଲାମାନଙ୍କ ଠାରେ ଏହି ଫ୍ଲୁ ଦେଖାଦେଉଛି । ବର୍ତ୍ତମାନ ସୁଦ୍ଧା ଏହି ଫ୍ଲୁର ପ୍ରକୃତ କାରଣ ବିଷୟରେ ସମ୍ପୂର୍ଣ୍ଣ ସୂଚନା ମିଳିପାରି ନାହିଁ । କିନ୍ତୁ ଏହାକୁ ବ୍ୟାପିବାରୁ ରୋକିବାକୁ ଚେଷ୍ଟା ଜାରି ଅଛି । ସ୍ବାସ୍ଥ୍ୟ ବିଭାଗ ଏହି ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ଅଭିଯାନ ଚଳାଇଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ ଏହି ଟମାଟୋ ଫ୍ଲୁ (Tomato Flu)ଏବଂ କିପରି ଏଥିରୁ ବର୍ତ୍ତିପାରିବା ।

ଟମାଟୋ ଫ୍ଲୁ ହେଉଛି ଏକ ପ୍ରକାର ଫ୍ଲୁ ଯାହା ଛୋଟ ପିଲାଙ୍କୁ ସଂକ୍ରମିତ କରୁଛି । ଏହାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ କିଛି ବିଶେଷଜ୍ଞ ଏହା ପଛର କାରଣ ଡେଙ୍ଗୁ କିମ୍ବା ଚିକନଗୁନିଆକୁ ଦର୍ଶାଉଛନ୍ତି । ଏହି ପ୍ରକାରର ଫ୍ଲୁରେ ପିଲାମାନଙ୍କ ଚର୍ମରେ ଲାଲ୍ ଫୁଲା ଦେଖାଯାଏ । ବେଳେବେଳେ ଏହା ଟମାଟୋ ଆକାରରେ ଦେଖାଯାଇଥାଏ । ଏହି କାରଣରୁ ଏହାକୁ ଟମାଟୋ ଫ୍ଲୁ ବୋଲି କୁହାଯାଏ । ଯଦିଓ ଏହି ଫ୍ଲୁ କେରଳରେ ଆତଙ୍କ ସୃଷ୍ଟି କିନ୍ତୁ ଅନ୍ୟ ରାଜ୍ୟଗୁଡିକୁ ମଧ୍ୟ ସତର୍କ ରହିବା ଆବଶ୍ୟକ ।

ଟମାଟୋ ଫ୍ଲୁ (Tomato Flu)ଏକ ସଂକ୍ରାମକ ରୋଗ ଯାହା ଛୁଇଁବା ଦ୍ବାରା ବ୍ୟାପିଥାଏ । ଯଦି ଆପଣଙ୍କ ଚାରିପାଖରେ କୋହି ଏହି ରୋଗରେ ପୀଡିତ ତେବେ ତାଙ୍କଠାରୁ ଦୂରେଇ ରୁହନ୍ତୁ । ବିଶେଷ କରି ପିଲାମାନଙ୍କୁ ଏହି ଫ୍ଲୁ (Flu) ରୋଗୀଙ୍କ ନିକଟକୁ ଆସିବାକୁ ଦିଅନ୍ତୁ ନାହିଁ ।

ଚର୍ମରେ ଲାଲ୍ ଫୁଲା, ଚର୍ମରେ ଉତ୍ତେଜନା, ଗଣ୍ଠି ଯନ୍ତ୍ରଣା, ନାକକୁ ପାଣି ବୋହିବା, ଅତ୍ୟଧିକ ଜ୍ବର, ପେଟ ଫୁଲିଯିବା, ବାନ୍ତି, କାଶ, ଶରୀର ଯନ୍ତ୍ରଣା, ଛିଙ୍କିବା, ଡାଇରିଆ, ଥକ୍କାପଣ ଆଦି ଏହି ଫ୍ଲୁର ଲକ୍ଷଣ ହୋଇଥାଏ ।

ପ୍ରକାଶ ଥାଉ ଯେ, ଏହି ଟମାଟୋ ଫ୍ଲୁ (Tomato Flu)ରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଘର ଭିତର ଏବଂ ଚାରିପାଖକୁ ପରିଷ୍କାର ପରିଚ୍ଛନ୍ନତା ରଖନ୍ତୁ । ଯଦି ଶିଶୁର ଶରୀରରେ ଲାଲ ରଙ୍ଗର ଦାଗ ହୋଇଯାଏ ତେବେ ତାଙ୍କୁ କୁଣ୍ଡେଇବାକୁ ଦିଅନ୍ତୁନାହିଁ । ଫ୍ଲୁ ସଂକ୍ରମିତଙ୍କଠାରୁ ନିଜ ପିଲାଙ୍କୁ ଦୂରେଇ ରଖନ୍ତୁ ଏବଂ ସେମାନଙ୍କ ଜିନିଷ ବ୍ୟବହାର କରନ୍ତୁନାହିଁ । ଗ୍ରୀଷ୍ମ ଋତୁରେ ପିଲାଙ୍କ ଶରୀରରେ ଜଳର ଅଭାବ ହେବାକୁ ଦିଅନ୍ତୁ ନାହିଁ । ନିୟମିତ ବ୍ୟବଧାନରେ ଫଳ ରସ ପିଇବାକୁ ଦିଅନ୍ତୁ ।

କୋରୋନା ପରେ ଟେନସନ ବଢାଇଲା ଟମାଟୋ ଫ୍ଲୁ, ହାଇଆଲର୍ଟ ଜାରି

ଏହି ୫ଟି ଫଳକୁ ନିୟମିତି ଖାଆନ୍ତୁ, ମଧୁମେହ ସହ ଦୂର ହେବ ଅନେକ ରୋଗ

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments