1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ୫ଟି ଫଳକୁ ନିୟମିତି ଖାଆନ୍ତୁ, ମଧୁମେହ ସହ ଦୂର ହେବ ଅନେକ ରୋଗ

ଆଜି ଆମେ ଆପଣଙ୍କୁ ଏମିତି କିଛି ଫଳ ବିଷୟରେ କହିବୁ ଯାହା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଯାହା ଡାଇବେଟିସ ଭଳି ବହୁ ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିବ ।

Sudesna Nayak
Sudesna Nayak
eat 5 fruits blood sugar will decrease

eat 5 fruits blood sugar will decrease

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଫଳ ବିଷୟରେ କହିବୁ ଯାହା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଯାହା ଡାଇବେଟିସ (diabetes) ଭଳି ବହୁ ସାଙ୍ଘାତିକ ରୋଗରୁ ମଧ୍ୟ ରକ୍ଷା କରିବ ।

ଆମ୍ବ (Mango),ଅମୃତଭଣ୍ଡା ,ସନ୍ତରା,ତରଭୁଜ ଏବଂ କଦଳୀ (Banana)ନିହାତି ଖାଇବା ଉଚିତ । ହଳଦିଆ ରଙ୍ଗର ଫଳ ଏବଂ ପରିବା ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ସାହାଯ୍ୟ କରିଥାଏ । ଚାଲନ୍ତୁ ଜାଣିବା...

କମଳା (Orange)

ଫଳଗୁଡ଼ିକ ମଧ୍ୟରେ ଆପଣ କମଳା (Orange) ଉପଯୁକ୍ତ ଫଳ ବୋଲି କୁହାଯାଏ । ଏହାକୁ ପ୍ରଚୁର ପରିମାଣରେ ଖାଇବା ଉଚିତ୍ । କମଳା (Orange)ରେ ଭିଟାମିନ୍ ସିର ମାତ୍ରା ଥାଏ । ଯାହା ଶରୀରକୁ ହାଇଡ୍ରେଟ୍ କରିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ପ୍ରତିଦିନ ଦୁଇରୁ ତିନିଟି କମଳା (Orange) ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଖୁବ୍‌ ଶୀଘ୍ର ହୁଏ ।

ଆମ୍ବ (Mango)

ଆମ୍ବ (Mango)ରେ ଜଳର ମାତ୍ରା ଅଧିକ ରହିଥାଏ । ଆମ୍ବ (Mango)ରେ ଭଲ ପରିମାଣର ଭିଟାମିନ୍ ସି ଥାଏ । କିନ୍ତୁ ସେଥିରେ ଫାଇବରର ମାତ୍ରା ମଧ୍ୟ ରହିଥାଏ । ଏହି ଫଳଗୁଡ଼ିକ ଆପଣଙ୍କ ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ । ଖରାଦିନ ଆସିବା କ୍ଷଣି ଲୋକେ ଆମ୍ବ (Mango) ଖୋଜିଥାନ୍ତି । ଆମ୍ବ (Mango)ରେ ପ୍ରଚୁର ଭିଟାମିନ ସି ରହଥିବାରୁ ଏହା ଆଖି, ଚର୍ମ ଉପରେ ସୁପ୍ରଭାବ ପକାଇବା ସହ କୋଲେଷ୍ଟ୍ରଲ ନିୟନ୍ତ୍ରଣ, ହଜମ ଶକ୍ତି ବୃଦ୍ଧି ସହ କ୍ୟାନସର (Cancer)ଭଳି ସାଙ୍ଘାତିକ ରୋଗରୁ ରକ୍ଷା କରିଥାଏ ।

ବେରିଜ୍ (Berries)

ଜ୍ୱର ସମୟରେ ଆପଣ ନିଜ ଖାଦ୍ୟରେ ଷ୍ଟ୍ରବେରି, ରସବେରି, ବ୍ଲୁବେରି ମଧ୍ୟ ସାମିଲ କରିପାରିବେ । ବେରିଜ୍‌ (Berries)ରେ ଫାଇବର, ଭିଟାମିନ୍ ସିର ମାତ୍ରା ରହିଥାଏ । ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ ଜୁସ୍‌ କରି ମଧ୍ୟ ଖାଇପାରିବେ ।

କିୱି (kiwi)

କିୱି (kiwi)ରେ ଭିଟାମିନ୍ ସି ଏବଂ ଇ ରହିଥାଏ । କିୱିରେ ପାଥୋଜେନ ରହିଥାଏ। ଯାହା ଆମକୁ କ୍ଷତି ପହଞ୍ଚାଏ । ଏହାର ବ୍ୟବହାର ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ ଖାଇବା ଦ୍ବାରା ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।

ଲେମ୍ବୁ (LEMON)

ଜ୍ୱର ହେଲେ ଲେମ୍ବୁ (LEMON)ରସ ନିଶ୍ଚିତ ଭାବରେ ପିଅନ୍ତୁ । ଏଥିରେ ଅଧିକ ପରିମାଣର ଭିଟାମିନ୍ ସି ରହିଥାଏ । ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ । କିଛି ମାତ୍ରାରେ ଜୀବାଣୁ ହ୍ରାସ କରିବାରେ ଶକ୍ତି ଦେଇଥାଏ । ଲେମ୍ବୁ (LEMON) ରସକୁ ଉଷୁମ ପାଣିରେ ମିଶାଇ ଏହାକୁ ପିଇପାରିବେ । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଫଳ (FRUITS)ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ସାବଧାନ! କଞ୍ଚା ପିଆଜ ଖାଉଛନ୍ତି କି? ନେଇପାରେ ଜୀବନ...

ଆପଣ ବି ତରଭୁଜକୁ ଫ୍ରିଜ୍‌ରେ ରଖୁଛନ୍ତି କି? ହୋଇଯାଆନ୍ତୁ ସାବଧାନ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments