1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କଳା ହଳଦୀ ର ଔଷଧୀୟ ଗୁଣ .....

ହଳଦୀ ବିନା ଫିକା ପଡେ ଖାଦ୍ୟ ର ସ୍ୱାଦ l ହଳଦୀ ଖାଦ୍ୟ ରୁ ଆରମ୍ଭ କରି ଶରୀର ପର୍ଯ୍ୟନ୍ତ ଖୁବ ଉପକାରୀ l ଭାରତୀୟ ହେଉ ବା ଅନ୍ୟ ଦେଶ ହଳଦୀର ଅନ୍ୟ ଏକ ନିଜର ସ୍ଥାନ ଅଛି l ରୋଷେଇ ଘରେ ଏହାର ଏକ ପ୍ରମୁଖ ସ୍ଥାନ ରହିଛି । ଏହା ବିନା ସବୁ ଖାଦ୍ୟ ଫିକା ଦେଖାଯାଏ । ଖାଦ୍ୟକୁ ସୁନ୍ଦର ଦେଖାଇବା ପାଇଁ ଏହାର ବ୍ୟବହାର କରାଯାଏ ।

Tanushree Mahapatra
Tanushree Mahapatra
Know to be Benefits of black turmeric

Know to be Benefits of black turmeric

ହଳଦୀ ବିନା ଫିକା ପଡେ ଖାଦ୍ୟ ର ସ୍ୱାଦ l ହଳଦୀ ଖାଦ୍ୟ ରୁ ଆରମ୍ଭ କରି ଶରୀର ପର୍ଯ୍ୟନ୍ତ ଖୁବ ଉପକାରୀ l ଭାରତୀୟ ହେଉ ବା ଅନ୍ୟ ଦେଶ ହଳଦୀର ଅନ୍ୟ ଏକ ନିଜର ସ୍ଥାନ ଅଛି l ରୋଷେଇ ଘରେ ଏହାର ଏକ ପ୍ରମୁଖ ସ୍ଥାନ ରହିଛି । ଏହା ବିନା ସବୁ ଖାଦ୍ୟ ଫିକା ଦେଖାଯାଏ । ଖାଦ୍ୟକୁ ସୁନ୍ଦର ଦେଖାଇବା ପାଇଁ ଏହାର ବ୍ୟବହାର କରାଯାଏ । ତେବେ ଏହାର ରଙ୍ଗ ହଳଦିଆ ହୋଇଥିବା ବେଳେ କିଛି ହଳଦୀ ଅଛି ଯାହାର ରଙ୍ଗ ପୁରା କଳା । କଳା ହଳଦୀ (black turmeric )  ମଧ୍ୟ ଭାରତରେ ବହୁତ କମ ମିଳିଥାଏ ।

ହଳଦିଆ ହଳଦୀ ପରି ଏହାର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ । କଳା ହଳଦୀରେ ପୋଷକ ତତ୍ତ୍ୱ ଏବଂ ଆରୋଗ୍ୟ ଗୁଣ ରହିଛି । ଏହା ଆୟୁର୍ବେଦରେ ବହୁଳ ଭାବରେ ବ୍ୟବହୃତ ହୁଏ। କଳା ହଳଦୀରେରେ ଆଣ୍ଟିଅକ୍ସିଡାଣ୍ଟ ଭରପୂର ରହିଛି । ଏହା ଅନେକ ପ୍ରକାରର କର୍କଟ ରୋଗର ଚିକିତ୍ସାରେ ମଧ୍ୟ ବ୍ୟବହୃତ ହୁଏ। ବିଶେଷ କରି ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରେଦଶ, ଉତ୍ତରପୂର୍ବ ଅଞ୍ଚଳରେ ମିଳୁଥିବା ଏହି ଦୁର୍ଲଭ ହଳଦୀକୁ ବ୍ୟବହାର କରି କ୍ୟାନସର ଭଳି ରୋଗର ଉପଚାର କରାଯାଇଥାଏ ।

ଏହାକୁ ଯଦି ପ୍ରତିଦିନ ଆପଣ ନିଜ ଖାଇବା ରେ ସାମିଲ କରିବେ ତେବେ ଆପଣଙ୍କୁ ଅନେକ ଫାଇଦା ମିଳିବ ଏଥିରୁ l ଅନେକ ସମୟରେ ସାଧାରଣ ଖଣ୍ଡିଆ ହେଉ କିମ୍ବା ତ୍ୱଚା ଜନିତ ସସମ୍ୟା ଦୂର ପାଇଁ ଏହି ହଳଦୀ ବ୍ୟବହାର କରାଯାଇଥାଏ। ଏଥିରେ ଥିବା ପୋଷକ ତତ୍ତ୍ୱ ଚର୍ମ ଜନିତ ସମସ୍ୟାକୁ ଦୂର କରିଥାଏ । ପେଟ ଜନିତ ସମସ୍ୟା ଦୂର ପାଇଁ କଳା ହଳଦୀ ବ୍ୟବହାର କରାଯାଇଥାଏ। ଏହା ହଜମ କ୍ରିୟାକୁ ସୁସ୍ଥ ରଖିବା ସହ ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ପେଟ ଯନ୍ତ୍ରଣା ହେଉଥିଲେ, ଗ୍ୟାଷ୍ଟ୍ରିକ ଜନିତ ସମ୍ୟା ଦୂର ପାଇଁ ଏହି ହଳଦୀର ବ୍ୟବହାର ଖୁବ ଲାଭଦାୟକ। ଏଥିପାଇଁ କଳାହଳଦୀକୁ ବ୍ୟବହାର କରି ଗୁଣ୍ଡ ପ୍ରସ୍ତୁତ କରି ଏହାକୁ ପାଣି ସହ ମିଶାଇ ପିଅନ୍ତୁ।

କଳା ହଳଦୀ ତ୍ୱଚା ପାଇଁ ମଧ୍ୟ ଉପକାରୀ। ଏହି ହଳଦୀରେ ମହୁ ମିଶାଇ ତ୍ୱଚାରେ ଲଗାନ୍ତୁ। ଏହାଦ୍ୱାରା ଆଖିତଳର କଳାଦାଗ, ବ୍ରଣ କାରଣରୁ ହୋଇଥିବା ଦାଗ ଦୂର ହୋଇ ମୁହଁ ଉଜ୍ଜ୍ୱଳ ହୋଇଥାଏ। ବ୍ରଣ ଜନିତ ସମସ୍ୟା ମଧ୍ୟ ଦୂର କରିଥାଏ । ବୟସ ବୃଦ୍ଧି ସହ ଆଣ୍ଠୁଗଣ୍ଠି ସମସ୍ୟା ସୃଷ୍ଟି ହୋଇଥାଏ। ଯନ୍ତ୍ରଣା ହୋଇଥାଏ। ଏହି ହଳଦୀରେ ଆଣ୍ଟିଫଙ୍ଗଲ ଓ ଆଣ୍ଟି -ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ହଳଦୀକୁ ପେଷି ଏହାର ପେଷ୍ଟକୁ ନିୟମିତ ବ୍ୟବହାର ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ । ସ୍କିନ ପାଇଁ ଏହି କଳା ହଳଦୀ ବହୁତ ଭଲ ହୋଇଥାଏ । ଆପଣ ଏହି ହଳଦୀକୁ ମହୁରେ ମିକ୍ସ କରିବା ପରେ ମୁହଁରେ ଲଗାନ୍ତୁ। ପରେ ଧୋଇଦିଅନ୍ତୁ। ଦେଖିବେ ତ୍ୱଚାର ଉଜ୍ୱଳତା ବଢ଼ିବ। ଏହାବ୍ୟତିତ ମୁହଁରେ କଳା ଦାଗକୁମଧ୍ୟ ଦୂର କରେ ଏହି ହଳଦୀ।

ଏହି ହଳଦୀରେ ଇଭୁପ୍ରୋଭିନ ଅଧିକ ମାତ୍ରାରେ ରହିଛି। ଏହାଦ୍ୱାରା ପୁରୁଣା ଅର୍ଥରାଇଟିସ ଯନ୍ତ୍ରଣାକୁ ଭଲ କରାଯାଇପାରେ। କେବଳ ସେତିକି ନୁହେଁ କୁଣ୍ଡେଇ ହେବା, ପେଟ ସମସ୍ୟା, ଅଲସର, କୋଲନ କ୍ୟାନସର, ଫୁସଫୁସ ଜନିତ ରୋଗକୁ ଦୂର କରିବାରେ ମଧ୍ୟ କଳା ହଳଦୀ ବେଶ ସହାୟକ ହୋଇଥାଏ । କଳା ହଳଦୀ ଯକୃତ ପାଇଁ ଲାଭଦାୟକ । ଯକୃତ ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇବା ପାଇଁ କଳା ହଳଦୀ ଖାଇପାରିବେ। ଏହି କଦଳୀ ଯକୃତକୁ ସଫା କରିଥାଏ। ଯକୃତରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିଥାଏ । ପେଟ ଘା ’, ପ୍ରଦାହ ଇତ୍ୟାଦିକୁ ରୋକିଥାଏ । ଏହି କଳା ହଳଦୀକୁ ଅନେକ ଔଷଧ ତିଆରି କରିବାରେ ମଧ୍ୟ ବ୍ୟବହାର କରାଯାଏ। ଆସ୍ଥମା, କ୍ୟାନସର, ଜ୍ୱର, ଆଲର୍ଜି, ମାଇଗ୍ରେସନ, ଲେପ୍ରୋସି ଭଳି ରୋଗର ଉପଚାର ପାଇଁ ତଆରି କରାଯାଉଥିବା ମେଡିସିନରେ ଏହି ହଳଦୀର ବ୍ୟବହାର ହୁଏ।

କଳା ହଳଦୀର ପତ୍ରକୁ ସୁଖାଇ ପାଉଡର ତିଆରି କରି ଏଥିରେ ଅଳ୍ପ ମହୁ ମିଶାଇ କ୍ଷୀର ସହ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ। ଏଥିସହ ଅନେକ ରୋଗରୁ ମୁକ୍ତ ମିଳିଥାଏ। ଏହି ହଳଦୀକୁ ଚୋବାଇ ଖାଇବା ଦ୍ୱାରା ପେଟ ସମସ୍ୟା ତଥା ଗ୍ୟାସଟିକ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାର ଶାଖାଗୁଡିକ କୋଲେଷ୍ଟ୍ରୋଲ କମ କରିବା ପାଇଁ ସହାୟତା କରିଥାଏ। ଏହି ହଳଦୀ ବେଶ କମ୍ ସ୍ଥାନରେ ହିଁ ଦେଖିବାକୁ ମିଳେ। ଏହା ସାଧାରଣ ହଳଦୀଠାରୁ ମଧ୍ୟ ଅନେକ ଲଭାଦାୟକ । ଆଣ୍ଟିବାୟୋଟିକ ରୂପେ ବ୍ୟବହାର ହେଉଥିବା ଏହି କଳା ହଳଦୀକୁ ବିଭିନ୍ନ ରୋଗର ଉପଚାର ପାଇଁ ବ୍ୟବହାର କରାଯାଏ । ଏହାର ଗୁଣ ଯୋଗୁଁ ଦେଶ ବାହାରେ ମଧ୍ୟ ଏହା ର ଚାହିଦା ବଢ଼ିବାରେ ଲାଗିଛି l

ସୁନାମୁଖୀ ଏକ ମହତ୍ଵପୂର୍ଣ୍ଣ ଔଷଧୀୟ ଉଦ୍ଭିଦ

ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ପଢ଼ନ୍ତୁ ପୁରା ଷ୍ଟୋରି....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments