ଭାରତୀୟ ଖାଦ୍ୟ ବନାଇବା ବେଳେ କେତେ ପ୍ରକାର ମସଲା ବ୍ୟବହାର କରାଯାଇଥାଏ । ଯେଉଁଥି ପାଇଁ ଖାଦ୍ୟର ଭିନ୍ନ ଭିନ୍ନ ସ୍ବାଦ ଆସି ଥାଏ । ସେଥି ମଧ୍ୟରୁ ଲବଙ୍ଗ (laung) ଏକ ଏପରି ମସଲା ଯାହା ପ୍ରାୟ ସମସ୍ତଙ୍କ ଘରେ ଖାଦ୍ୟ ଠାରୁ ଆରମ୍ଭ କରି ସବୁ ପ୍ରକାରର ଜିନିଷରେ ବ୍ୟବହାର କରାଯାଏ ।
ଲବଙ୍ଗ (laung)ର ସ୍ୱାଦ ଭଲ ହେବା ସହ ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଏଥିରେ ଭିଟାମିନ ସି, ଫାଇବର, ମେଙ୍ଗାନିଜ, ଏଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଥାଏ । ତେଣୁ ଥଣ୍ଡା ଦିନରେ ବା ମହାମାରୀ କୋଭିଡ (covid) ସମୟରେ ଲବଙ୍ଗ (laung)ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ ।
ତେବେ ଚାଲନ୍ତୁ ଜାଣିବା ଲବଙ୍ଗର ଲାଭକାରୀ ଗୁଣ ( benefits laung water)ସମ୍ପର୍କରେ...
ଲବଙ୍ଗ ଆପଣଙ୍କୁ ମାନସିକ ଚାପରୁ ରକ୍ଷା କରିବା ସହ ଦେହରେ ଇନଫ୍ଲାମେଶନ କମ କରିଥାଏ । ଏଥି ସହିତ ସଂକ୍ରମଣକୁ ରୋକିବାରେ ମଧ୍ୟ ସହାୟକ ହୋଇଥାଏ ।
ଲବଙ୍ଗ (laung)ରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ଯାହା ସଂକ୍ରମଣକୁ ରୋକିବା ସହ ହାନିକାରକ ବ୍ୟାକ୍ଟେରିଆକୁ ମାରିଥାଏ । ଯଦି ପ୍ରତିଦିନ ସକାଳୁ ଖାଲି ପେଟରେ ଦୁଇଟି ଲବଙ୍ଗ ଖାଆନ୍ତି ତେବେ କରୋନା ବ୍ୟତୀତ ଅନ୍ୟ ସମସ୍ତ ରୋଗ ଠାରୁ ମଧ୍ୟ ଦୂରରେ ରହିବେ । କୋରୋନା (corona)ସମୟରେ କାଶ,ଥଣ୍ଡା ଓ ଜ୍ବରରୁ ରକ୍ଷା ମଧ୍ୟ ପାଇବା ପାଇଁ ଲବଙ୍ଗ ପାଣି (laung water)ବହୁତ ସହାୟକ ହୋଇଥାଏ । ଏହା ସହ ସମସ୍ତ ରୋଗ ସମସ୍ୟା ଦୂର ହୋଇଥାଏ ।
ସଂକ୍ରମଣକୁ ରୋକିବ
ଲବଙ୍ଗରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ରହିଛି, ଯାହା ଆପଣମାନଙ୍କୁ ସଂକ୍ରମଣ ଏବଂ କ୍ଷତିକାରକ ଜୀବାଣୁରୁ ରକ୍ଷା କରିବ ।
ଦାନ୍ତ ଯନ୍ତ୍ରଣାରେ ଲାଭଦାୟକ
ଉଷୁମ ପାଣି ସହିତ ଲବଙ୍ଗ ସେବନ କରନ୍ତୁ । ଏହା ଆପଣଙ୍କୁ ଦାନ୍ତ ଯନ୍ତ୍ରଣାରୁ ମୁକ୍ତି ଦେଇପାରେ ।
ମଧୁମେହ ରୋଗୀଙ୍କ ପାଇଁ ଉପକାରୀ
ମଧୁମେହ ରୋଗୀମାନେ ଲବଙ୍ଗ ପାଣିର ସେବନ ନିଶ୍ଚୟ କରିବା ଉଚିତ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
କେମିତି ବନାଇବେ ଲବଙ୍ଗ ପାଣି,ଜାଣନ୍ତୁ...
ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ୨ ରୁ ୩ ଟି ଲବଙ୍ଗ ପକାଇ ଭଲଭାବେ ଫୁଟାଇ ଦିଅନ୍ତୁ । ୫ ମିନିଟ ଫୁଟିଇବା ପରେ ଏହାକୁ ଥଣ୍ଡା କରନ୍ତୁ । ଅଳ୍ପ ଉଷୁମ ଥିବା ବେଳେ ଏହାକୁ ପିଅନ୍ତୁ । ଦେଖିବେ କମାଲ ।
କ୍ଷୀରରେ ମିଶେଇ ପିଅନ୍ତୁ ଏହି ଗୋଟିଏ ଜିନିଷ, କୌଣସି ରୋଗ ପାଖ ମାଡିବନି
ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ କରେ ଅମୃତଭଣ୍ଡା,ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ...