Health & Lifestyle

ରୋଗ ପ୍ରତିରୋଧକ ଶକ୍ତି ବଢାଇବ ତେଜପତ୍ର

ତେଜପତ୍ର ରୋଷେଇଘରେ ସହଜରେ ଉପଲବ୍ଧ । କୌଣସି ତରକାରୀରେ ତେଜପତ୍ର ପଡ଼ିଲେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଯାଇଥାଏ । ଏହାର ରହିଛି ଅନେକ ସ୍ବାସ୍ଥ୍ୟପୋକାରୀ ଗୁଣ । ଏହାକୁ ସେବନ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଅନେକ ରୋଗ ଦୂର ହୋଇଥାଏ ।

21 November, 2022 11:09 AM IST By: Tanushree Mahapatra

ତେଜପତ୍ର ( bay leaf ) ରୋଷେଇଘରେ ସହଜରେ ଉପଲବ୍ଧ । କୌଣସି ତରକାରୀରେ ତେଜପତ୍ର ପଡ଼ିଲେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଯାଇଥାଏ । ଏହାର ରହିଛି ଅନେକ ସ୍ବାସ୍ଥ୍ୟପୋକାରୀ ଗୁଣ ( health benefits ) । ଏହାକୁ ସେବନ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଅନେକ ରୋଗ ଦୂର ହୋଇଥାଏ । ଆମ ଖାଦ୍ୟରେ ସ୍ୱାଦ ବଢାଇବା ପାଇଁ ତେଜପତ୍ର ବ୍ୟବହୃତ ହୁଏ । ଆମେ ଅନୁଭବ କରୁ ଯେ ତେଜପତ୍ର କେବଳ ଖାଦ୍ୟରେ ଭଲ ସୁଗନ୍ଧ ଆଣିବାରେ ସାହାଯ୍ୟ କରେ ।

ତେଜପତ୍ର  ଚର୍ମ ଏବଂ କେଶକୁ  ସୁନ୍ଦର କରିଥାଏ। ସୌନ୍ଦର୍ୟ୍ୟ ବଢାଇବା ପାଇଁ ତେଜପତ୍ର ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ପ୍ରତେକ ଘରେ ତେଜପତ୍ର ସହଜରେ ମିଳିଥାଏ । ଏହାକୁ କୌଣସି ଖାଦ୍ୟର ସ୍ୱାଦ ବଢାଇବା ସହିତ, ଚା’ରେ ମଧ୍ୟ ବ୍ୟବହାର କରାଯାଇଥାଏ । ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାରେ ମଧ୍ୟ ସାହାଯ୍ୟ କରେ । ଏଥିରେ ଅନେକ ଗୁଣକାରୀ ତତ୍ୱ ଭରି ରହିଥାଏ ।

କିଡ୍‌ନୀ ରୋଗ ଦୂର କରିବାରେ ସହାୟକ ହୋଇଥାଏ: ତେଜପତ୍ର ସେବନ ଦ୍ୱାରା କିଡନୀ ରୋଗରେ ପୀଡ଼ିତ ଲୋକଙ୍କୁ ଅନେକ ଫାଇଦା ମିଳିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାକୁ ପକାଇଲେ, କିଡନୀରେ ଷ୍ଟୋନ ସୃଷ୍ଟି ହୁଏ ନାହିଁ । ଏହାଦ୍ୱାରା ପରିସ୍ରା ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ମଧ୍ୟ ଦୂର ହୋଇଥାଏ।

ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ: ଅନେକ ଲୋକଙ୍କୁ ଖାଦ୍ୟ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଭୋଜନ କରିବା କ୍ଷଣି ସେମାନଙ୍କୁ କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଜନିତ ରୋଗ ଭଳି ସମସ୍ୟା ହୋଇଥାଏ। ଏମିତିରେ ଯଦି ସେମାନେ ତେଜପତ୍ର ପଡ଼ିଥିବା ଖାଦ୍ୟ ଖାଇବେ ତେବେ ପେଟ ସହ ଜଡ଼ିତ ସମସ୍ୟାରୁ ଅନେକ ମାତ୍ରାରେ ଉପଶମ ପାଇପାରିବେ।

ଆଖି ଏବଂ ରକ୍ତ ପାଇଁ ଲାଭଦାୟକ: ତେଜପତ୍ରରେ ଭିଟାମିନ୍ସି- ଏବଂ ଭିଟାମିନ୍-ଏ ଥାଏ। ଏହି ଦୁଇ ଭିଟାମିନ୍‌ ଆମ ଶରୀରର ବିକାଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଟାମିନ-ସି ଆମ ଶରୀରରେ ଧଳା ରକ୍ତ କଣିକାକୁ ବଢ଼ାଇବାର କାମ କରିଥାଏ। ଏହାଦ୍ୱାରା ଶରୀରର ରୋଗ ପ୍ରତିରୋଧ କ୍ଷମତା ମଜଭୁତ ହୋଇଥାଏ। ସେହିପରି ଭିଟାମିନ-ଏ ଦୃଷ୍ଟିଶକ୍ତି ବଢ଼ାଇଥାଏ।

ଇନସୁଲିନକୁ ( insulin ) ନିୟନ୍ତ୍ରଣ କରେ: ଯେଉଁମାନେ ମଧୁମେହ ରୋଗୀ ସେମାନଙ୍କ ପାଇଁ ତେଜପତ୍ର କୌଣସି ବରଦାନଠୁ କମ୍ ନୁହେଁ। ମଧୁମେହ ରୋଗୀମାନେ ଏହାକୁ ସେବନ କଲେ, ଏହା ସେମାନଙ୍କ ଇନସୁଲିନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଆପଣ ଭାତ, ଡାଲି କିମ୍ବା ପଲଉରେ ତେଜପତ୍ର ପକାଇ ଖାଇ ପାରିବେ। ନଚେତ୍ ସୁପ୍‌ରେ ମଧ୍ୟ ଏହାର ଛୋଟ ଛୋଟ ଖଣ୍ଡ ପକାଇ ସେବନ କରି ପାରିବେ।

ଅନିଦ୍ରା ସମସ୍ୟା ଦୂର କରିଥାଏ: ଯଦି ଆପଣ ଅନିଦ୍ରା ସମସ୍ୟାରେ ପୀଡ଼ିତ, ତେବେ ତେଜପତ୍ର ଆପଣଙ୍କ ପାଇଁ ରାମବାଣ ଭଳି କାମ କରିବ। ଆପଣ ରାତିରେ ଶୋଇବା ପୂର୍ବରୁ ତେଜପତ୍ର ସେବନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ। ତେଜପତ୍ର ତେଲର କିଛି ବୁନ୍ଦା ଗରମ ପାଣିରେ ମିଶାଇ ପିଇଲେ ଭଲ ନିଦ ଆସିଥାଏ।

ମୁଖକୁ ଚିକ୍କଣ କରିଥାଏ: ଯେଉଁମାନଙ୍କ ମୁହଁରେ ଦାଗ ବା ପିମ୍ପଲ୍ ଥାଏ। ତେଜପତ୍ର ସେମାନଙ୍କ ପାଇଁ ଲାଭଦାୟକ ଅଟେ। ଏହାର ପେଷ୍ଟକୁ ଲଗାଇବା ଦ୍ୱାରା ମୁହଁରେ ଚମକ ଆସିଥାଏ ଏବଂ ସଫା ହୋଇଥାଏ। ଏହାର ପେଷ୍ଟ ବ୍ୟତୀତ ଆପଣ ତେଜପତ୍ରକୁ ପାଣିରେ ଫୁଟାଇ ସେହି ପାଣିରେ ମୁହଁ ମଧ୍ୟ ଧୋଇ ପାରିବେ। ଏହା ଆହୁରି ଭଲ ଫଳ ଦେଇଥାଏ। ଯେଉଁମାନଙ୍କର ମୁହଁ ଶକ୍ତିଶାଳୀ ସୂର୍ଯ୍ୟ କିରଣ ଦ୍ୱାରା କଳା ପଡ଼ିଯାଏ, ସେମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପକାରୀ ଅଟେ। ମୁହଁକୁ ତେଜପତ୍ର ପାଣିରେ ଧୋଇବା ଦ୍ୱାରା ସନ୍ ଟ୍ୟାନ୍ ଦୂର ହୋଇଥାଏ ଏବଂ ମୁହଁର ଉଜ୍ଜ୍ବଳତା ବଜାୟ ରହିଥାଏ।

କେଶର ଦୃଢ଼ତା ବଜାୟ ରଖେ: ତେଜପତ୍ର ପାଣି କେଶକୁ ସୁନ୍ଦର ଏବଂ ଶକ୍ତିଶାଳୀ କରିଥାଏ। ତେଲରେ ତେଜପତ୍ର ପକାଇ ସେହି ତେଲକୁ କେଶରେ ଲଗାଇଲେ କେଶର ମୂଳ ମଜବୁତ ହୁଏ ଏବଂ ତେଜପତ୍ର ପାଣିରେ ଧୋଇବା ଦ୍ୱାରା କେଶ ନରମ ଏବଂ ସାଇନିଂ ହୋଇଥାଏ।

ରୁପି ସମସ୍ୟା ଦୂର ହୁଏ: ଯେଉଁମାନଙ୍କର କେଶରେ ରୁପି ଅଛି, ସେମାନେ ଏହି ପତ୍ରର ଏକ ପେଷ୍ଟ ଲଗାଇବା ଉଚିତ୍। ପେଷ୍ଟରେ ଦହି ମିଶ୍ରଣ କରି ଲଗାଇଲେ ବହୁତ ଭଲ ଫଳ ମିଳିଥାଏ। ଦାନ୍ତକୁ ଧଳା ରଖିବାରେ ସହାୟକ ହୋଇଥାଏ: ଦାନ୍ତ ପାଇଁ ତେଜପତ୍ର ପାଉଡର ଉପକାରୀ ଅଟେ। ପତ୍ରକୁ ଶୁଖାଇ ପାଉଡର ତିଆରି କରନ୍ତୁ। ଏହାକୁ ଟୁଥପେଷ୍ଟ ଭାବରେ ବ୍ୟବହାର କଲେ ଦାନ୍ତ ଉଜ୍ଜ୍ୱଳ ହୋଇଥାଏ ।

ଘରେ ଜଳାନ୍ତୁ ତେଜ ପତ୍ର !ଦେଖିବେ ଏହି ଚମତ୍କାରୀ ପରିବର୍ତନ ...

ଶୋଇବା ପୂର୍ବରୁ ପ୍ରତିଦିନ ଘରେ ଜଳାନ୍ତୁ ଗୋଟିଏ ତେଜ ପତ୍ର, ଦେଖିବେ ଏହାର ଫାଇଦା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)