Health & Lifestyle

କିଡନୀ ଷ୍ଟୋନ-ସୁଗାର କଣ୍ଟ୍ରୋଲ କରିବ ଆମ୍ବ ପତ୍ର

ମଧୁମେହ ରୋଗ, ବ୍ଲଡ଼ ସୁଗାରଏବଂ କିଡନୀ ଷ୍ଟୋନ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । କିନ୍ତୁ ଆମ୍ବ ପତ୍ରର ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି । ସୁଗାର କଣ୍ଟ୍ରୋଲ କରେ ଆମ୍ବ ପତ୍ର ।

09 August, 2022 2:43 PM IST By: Sudesna Nayak

ମଧୁମେହ (Diabetes)ରୋଗ, ବ୍ଲଡ଼ ସୁଗାର (Blood Sugar) ଏବଂ କିଡନୀ ଷ୍ଟୋନ (Kidney Stones)ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । କିନ୍ତୁ ଆମ୍ବ ପତ୍ର (Mango Leaves)ର ଅନେକ ସ୍ୱାସ୍ଥ୍ୟ ଉପକାରିତା ରହିଛି । ସୁଗାର (Sugar)କଣ୍ଟ୍ରୋଲ କରେ ଆମ୍ବ ପତ୍ର ।

ସୂଚନା ଅନୁଯାୟୀ, ମଣିଷ ସ୍ବାସ୍ଥ୍ୟ ପାଇଁ କେବଳ ଫଳ ନୁହେଁ ସେହି ଫଳର ପତ୍ର ମଧ୍ୟ ବ୍ୟବହାର ହୁଏ । ଆମ୍ବ (Mango) ଖାଇବା ପାଇଁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଆମ୍ବ ପତ୍ର (Mango Leaves)ର ଉପକାରିତା ବିଷୟରେ ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଆମ୍ବ ପତ୍ର (Mango Leaves)ରେ ଭିଟାମିନ୍ ଏ, ବି ଏବଂ ସି ରେ ଭରପୂର ଥାଏ ।

- ଆମ୍ବ ପତ୍ର (Mango Leaves)କୁ ଖାଇବା ଦ୍ବାରା କିଡନୀ ଷ୍ଟୋନ (Kidney Stones) କମିଥାଏ । ଆପଣ ଆମ୍ବ ପତ୍ର (Mango Leaves)ର ରସ ମଧ୍ୟ ପିଇ ପାରିବେ ।

-ଆମ୍ବ ପତ୍ର (Mango Leaves) ସମସ୍ତ ଚର୍ମ ସମସ୍ୟାର ସମାଧାନ କରିଥାଏ । ଆମ୍ବ ପତ୍ର (Mango Leaves) ରେ ପୋଷକ ତତ୍ତ୍ୱ ଭରପୂର ଥାଏ, ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବା ସହିତ ଚେହେରାକୁ ସତେଜ୍ ରଖେ ।

-ଯଦି ଆପଣଙ୍କ କେଶ ନଷ୍ଟ ହେଉଛି ତେବେ ଆପଣମାନେ ଆମ୍ବ ପତ୍ର (Mango Leaves) କୁ ବ୍ଯବହାର କରିପାରିବେ । ଆମ୍ବ ପତ୍ର (Mango Leaves)ରେ ଭିଟାମିନ୍ ଏ ଏବଂ ଭିଟାମିନ୍ ସି ଆପଣଙ୍କ କେଶ ବଢ଼ାଇବାରେ ସାହାଯ୍ୟ କରିବ ।

-ମଧୁମେହ (Diabetes)ରୋଗୀଙ୍କ ସୁଗାର (Sugar)କଣ୍ଟ୍ରୋଲ ପାଇଁ ଆମ୍ବ ପତ୍ର ବହୁତ ଭଲ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ଆମ୍ବ ପତ୍ର (Mango Leaves) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ନେବା ନିହାତି ଜରୁରୀ ।

ଏହି 5ଟି ବଡ ରୋଗରୁ ମୁକ୍ତି ଦିଏ ଭୃସଙ୍ଗ ପତ୍ର

Coconut Water:ମଧୁମେହ ରୋଗୀ ପିଉଛନ୍ତି କି ନଡ଼ିଆ ପାଣି?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)