Health & Lifestyle

ମଧୁମେହଠୁ ଦୂରରେ ରଖିବ ମିଲେଟ

ସ୍ୟ ଜାତୀୟ ସମସ୍ତ ଛୋଟ ମଞ୍ଜି ମଞ୍ଜି ଥିବା ଫସଲକୁ ମିଲେଟକୁହାଯାଏ | ମିଲେଟ ବିଶ୍ୱର ଜନଜାତି ଅଞ୍ଚଳରେ ଖୁବ ପ୍ରସିଦ୍ଧ ମାତ୍ର ଏହାର ବଜାରରେ ଚାହିଦା କମ |ସ୍ୱାସ୍ଥ୍ୟକର ହୋଇଥିବାରୁ ଏବେ ପୁର୍ନବାର ଏହାର ଚାହିଦା ବଢିବାର ଲାଗିଛି | ଏ

13 June, 2022 4:33 PM IST By: Rajashree

ଯଦି ଆପଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ଓ ନିଜ ଖାଦ୍ୟ ପେୟର ଉପଯୁକ୍ତ ଯତ୍ନ ନେବାକୁ ଯାଉଛନ୍ତି ତେବେ ପ୍ରତିଦିନ ନିଜ ଖାଦ୍ୟରେ ମିଲେଟ(Millet)ମିଶାନ୍ତୁ | ଶରୀରକୁ ସୁସ୍ଥ ରଖିବାରେ ମିଲେଟ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରେ |

ଶସ୍ୟ ଜାତୀୟ ସମସ୍ତ ଛୋଟ ମଞ୍ଜି ମଞ୍ଜି ଥିବା ଫସଲକୁ ମିଲେଟ (Millet benefits) କୁହାଯାଏ | ମିଲେଟ (Millet)ବିଶ୍ୱର ଜନଜାତି ଅଞ୍ଚଳରେ ଖୁବ ପ୍ରସିଦ୍ଧ ମାତ୍ର ଏହାର ବଜାରରେ ଚାହିଦା କମ |ସ୍ୱାସ୍ଥ୍ୟକର ହୋଇଥିବାରୁ ଏବେ ପୁର୍ନବାର ଏହାର ଚାହିଦା ବଢିବାର ଲାଗିଛି | ଏହା ଉଭୟ ମଣିଷ ଓ ପଶୁଖାଦ୍ୟ ଭାବେ ବ୍ୟବହାର କରାଯାଏ |
ଶତକଡା ୯୭ ଭାଗ ର ମିଲେଟ ଆଫ୍ରିକା ଓ ଏସିଆ ରେ ଚାଷ କରାଯାଏ | ବିଭିନ୍ନ ପୋଷକ ତତ୍ଵ,ଲବଣ ଇତ୍ୟାଦିରେ ଭରପୁର ଏହି ମିଲେଟ,ସ୍ୱାସ୍ଥ୍ୟ ପ୍ରତି ବେଶ ହିତକାରୀ |

ମିଲେଟର ପୋଷକ ତତ୍ଵ

ଏବେ ମିଲେଟ (Millet) ର ଚାହିଦା ବଢ଼ିବାରୁ ଭାରତ ଏବଂ ଅନ୍ୟ ରାଷ୍ଟ୍ର ମାନଙ୍କରେ ମିଲେଟ ଦ୍ୱାରା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଉଛି | ଦେଖାଯାଏ ଭାରତ ଦ୍ୱିତୀୟ ମଧୁମେହ ରାଷ୍ଟ୍ର ଭାବେ ଜଣାଶୁଣା ତେଣୁ ଏହି ଦିଗରେ ମଧ୍ୟ ମିଲେଟ(Millet) ବେଶ ଉପକାରୀ | ମିଲେଟ ଥିବା ପ୍ରଚୁର ମାତ୍ରାରେ ତନ୍ତୁ ,ମ୍ୟାଗନେସିଅମ,ଫସଫରସ ,ଲୌହ ,କ୍ୟାଲସିଅମ ,ଆଇରନ ,ପୋଟାସ ଇତ୍ୟାଦି ଭରି ରହିଥାଏ ଯାହା ମଧୁମୟଠୁ ଶରୀରକୁ ଦୂରରେ ରଖେ |

ଖାଦ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ,"ମିଲେଟ (Millet) ସ୍ୱାସ୍ଥ୍ୟ ପ୍ରତି ବେଶ ହିତକାରୀ ଏବଂ ତାହା ପେଟରେ ପଚିବା ଲାଗି ଖୁବକମ ପାଣିର ଦରକାର ହୋଇଥାଏ | ଏହା ବ୍ୟତୀତ ଏହାକୁ ବହୁତ ଦିନ ଲାଗି ସଂଗ୍ରହ କରି ରଖି ହେବ | ମିଲେଟକୁ ନିୟମିତ ଭୋଜନରେ ଗ୍ରହଣ କଲେ ଉପଯୁକ୍ତ ମାତ୍ରରେ ତନ୍ତୁ ,ସ୍ନେହସାର ଓ ପୃଷ୍ଟିସାର ମିଳିଥାଏ |

ମାଣ୍ଡିଆ ଜାତୀୟ ଫସଲ ଦେବ ଖାଦ୍ୟ ସୁରକ୍ଷା !!ମିଲେଟ ମିଶନ ..

ମିଲେଟ !କେମିତି କରେ ସ୍ୱାସ୍ଥ୍ୟ ରେ ଉନ୍ନତି??