1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ତ୍ୱଚା ସମସ୍ୟା ଦୂର କରିବ ମାଣ୍ଡିଆ

ମିଲେଟ ଆଜି ଘରେ ଘରେ ପରିଚିତ । ଏହି ମିଲେଟ ବା ମାଣ୍ଡିଆ ଏବେ ଦେଶରେ ତଥା ଦେଶ ବାହାରେ ଓଡ଼ିଶାକୁ ପରିଚୟ ପ୍ରଦାନ କରିଛି l ମିଲେଟକୁ ପୁନର୍ଜୀବିତ କରିବା ପାଇଁ ଓଡିଶା ସରକାର ୨୦୧୭ ରେ ଓଡିଶା ମିଲେଟ ମିଶନ ଆରମ୍ଭ କରିଥିଲେ । ଏହା ପରେ ଚାଷୀ ଏହି ଚାଷ ପ୍ରତି ଅଧିକ ପ୍ରୋତ୍ସାହିତ ହୋଇଥିଲେ l

Tanushree Mahapatra
Tanushree Mahapatra
Millets can remove many skin problems , image source - pexels.com

Millets can remove many skin problems , image source - pexels.com

ମିଲେଟ ଆଜି ଘରେ ଘରେ ପରିଚିତ  । ଏହି ମିଲେଟ ବା ମାଣ୍ଡିଆ ଏବେ ଦେଶରେ ତଥା ଦେଶ ବାହାରେ ଓଡ଼ିଶାକୁ ପରିଚୟ ପ୍ରଦାନ କରିଛି l ମିଲେଟକୁ ପୁନର୍ଜୀବିତ କରିବା ପାଇଁ ଓଡିଶା ସରକାର ୨୦୧୭ ରେ ଓଡିଶା ମିଲେଟ ମିଶନ  ଆରମ୍ଭ କରିଥିଲେ । ଏହା ପରେ ଚାଷୀ ଏହି ଚାଷ ପ୍ରତି ଅଧିକ ପ୍ରୋତ୍ସାହିତ ହୋଇଥିଲେ l ତେବେ ଜାଣିଛନ୍ତି କି, ମାଣ୍ଡିଆ ଶରୀର ପାଇଁ କେତେ ଉପଯୋଗୀ ହୋଇଥାଏ ?

ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । କାରଣ ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ, ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ଓଜନ କମ୍‌ କରିବାରେ ବି ଏହା ବହୁତ ଭଲ ହୋଇଥାଏ । ମାଣ୍ଡିଆ ସ୍ୱାସ୍ଥ୍ୟ ସାଙ୍ଗକୁ କେଶ ଓ ତ୍ୱଚା ପାଇଁ ମଧ୍ୟ ଖୁବ ବଢ଼ିଆ ରହିଥାଏ । ମାଣ୍ଡିଆ ତ୍ୱଚାରେ ଚମକ ଆଣିବା ପାଇଁ ମଧ୍ୟ ବେଶ ସହାୟକ ହୋଇଥାଏ l

ତେବେ କେଶ ଓ ତ୍ୱଚା ଦୁହିଁଙ୍କ ପାଇଁ ଆପଣ ପ୍ରତିଦିଆ ମାଣ୍ଡିଆ ବ୍ୟବହାର କରି ପାରିବେ l ତେବେ କେଶ ପାଇଁ ପ୍ରଥମେ ଏକ ପାତ୍ରରେ ମାଣ୍ଡିଆ ଗୁଣ୍ଡ ନିଅନ୍ତୁ । ଏଥିରେ କିଛି ଅଁଳା ପେଷ୍ଟ ପକାଇ ଭଲ ଭାବେ ଏହାକୁ ମିକ୍ସ କରି ନିଅନ୍ତୁ । ଏହାପରେ ଆବଶ୍ୟକ ଅନୁସାରେ ମନ୍ଦାର ଫୁଲ ପାଣି ଏଥିରେ ପକାନ୍ତୁ । ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ନିଜ କେଶ ମୂଳରେ ଲଗାନ୍ତୁ ଏବଂ ଧୀରେ ଧୀରେ ମସାଜ କରନ୍ତୁ । ପାଖାପାଖି ଏହା କରିବାର ୧୦ରୁ ୧୫ ମିନିଟ୍‌ ପରେ ନିଜ କେଶ ଧୋଇ ନିଅନ୍ତୁ । ସେହିପରି ପ୍ରଥମେ ଦହିରେ ମାଣ୍ଡିଆ ପକାଇ ଅଳ୍ପ ସମୟ ପାଇଁ ତାହାକୁ ଭିଜେଇକି ରଖନ୍ତୁ । ଯେତେବେଳେ ଆପଣ ଦେଖିବେ ମାଣ୍ଡିଆ ହାଲୁକା ଏବଂ ନରମ ହୋଇଯିବ, ତେବେ ଏହାପରେ ଏହି ମିଶ୍ରଣକୁ ନିଜ ଚେହେରାରେ ଲଗାଇ ହାଲୁକା ହାତରେ ଧୀରେ ଧୀରେ ସ୍କ୍ରବ୍‌ କରନ୍ତୁ । ଏହାକୁ ପାଖାପାଖି ୧୫ରୁ ୨୦ ମିନିଟ୍‌ ପରେ ନିଜ ଚେହେରା ଲଗାଇ ରଖନ୍ତୁ ଏବଂ ପରେ ସଫା କରି ନିଅନ୍ତୁ ।

ତେବେ ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ଖୁବ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ ,ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ । ମାଣ୍ଡିଆ ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ l ଆପଣ ଯଦି ପ୍ରତିଦିନ ଏହାକୁ ନିଜ ଖାଇବାରେ ସାମିଲ କରୁଛନ୍ତି ତେବେ ଏହା ଓଜନ କମ୍‌ କରିବାରେ ବି ବହୁତ ଭଲ ହୋଇଥାଏ । ଅତ୍ୟଧିକ ଗରମରେ ଶରୀରକୁ ସୁସ୍ଥ ରଖିବା ପାଇଁ ଆଦିମ କାଳରୁ ମଣିଷ ବିଭିନ୍ନ ଖାଦ୍ୟ ଶସ୍ୟର ପ୍ରୟୋଗ କରି ଆସୁଛି । ସେହି ମଧ୍ୟରୁ ମାଣ୍ଡିଆ ଏକ ପ୍ରକାର ଶସ୍ୟ ଯାହା ଓଡ଼ିଶାରେ ପ୍ରାଚୀନ କାଳରୁ ଅମଳ କରାଯାଏ । ଶରୀରକୁ ଥଣ୍ଡା ରଖିବା ସହିତ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments