1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବର୍ଷାଦିନେ ଖାଆନ୍ତୁନି ଏହି ଖାଦ୍ୟ, ନହେଲେ ହୋଇପାରନ୍ତି ସଂକ୍ରମଣର ଶିକାର

ବର୍ଷା ଦିନ ଆସିଲା ମାତ୍ରେ ଗରମରୁ ମୁକ୍ତି ମିଳିଯାଏ ସତ l କିନ୍ତୁ ବର୍ଷା ଦିନରେ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ । ଜଳ ଜନିତ ସମସ୍ୟା ଟିକେ ଅଧିକ ଦେଖିବାକୁ ମିଳେ l ଏପରି ପରିସ୍ଥିତିରେ ପ୍ରତି ବ୍ୟକ୍ତି ନିଜ ନିଜର ଖାଦ୍ୟପେୟ ପ୍ରତି ଖୁବ ଧ୍ୟାନ ଦେବା ଜରୁରୀ ହୋଇଥାଏ ।

Tanushree Mahapatra
Tanushree Mahapatra
Monsoon health tips avoid these 7 foods , image source - pexels.com

Monsoon health tips avoid these 7 foods , image source - pexels.com

ବର୍ଷା ଦିନ ଆସିଲା ମାତ୍ରେ ଗରମରୁ ମୁକ୍ତି ମିଳିଯାଏ ସତ l କିନ୍ତୁ ବର୍ଷା ଦିନରେ ଅନେକ ରୋଗ ହେବାର ସମ୍ଭାବନା ରହିଥାଏ । ଜଳ ଜନିତ ସମସ୍ୟା ଟିକେ ଅଧିକ ଦେଖିବାକୁ ମିଳେ l ଏପରି ପରିସ୍ଥିତିରେ ପ୍ରତି ବ୍ୟକ୍ତି ନିଜ ନିଜର ଖାଦ୍ୟପେୟ ପ୍ରତି ଖୁବ ଧ୍ୟାନ ଦେବା ଜରୁରୀ ହୋଇଥାଏ । ବର୍ଷା ଋତୁରେ କଣ ଖାଇବା ଅନୁଚିତ ଏବଂ କଣ ଉଚିତ ତାହା ଜାଣିବା ନିହାତି ଆବଶ୍ୟକ ହୋଇଥାଏ ।

ଆପଣମାନେ ଜାଣିଥିବେ ବର୍ଷା ଦିନେ ଡେଙ୍ଗୁ, ମ୍ୟାଲେରିଆ, ଥଣ୍ଡା ଜ୍ୱର ଓ ଫ୍ଲୁ ପରି ଅନେକ ରୋଗର ଆଶଙ୍କା ବଢ଼ିଯାଇଥାଏ l ଏହି କାରଣରୁ ଯୋଗୁଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ  ବର୍ଷାଦିନେ ଘରଦ୍ୱାର ପରିଷ୍କାର ରଖିବାକୁ ଏବଂ ପ୍ରତ୍ୟେକ ବ୍ୟକ୍ତି ନିଜ ପାଇଁ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଖାଇବାକୁ ସର୍ବଦା ପରାମର୍ଶ ଦିଅନ୍ତି । ବର୍ଷାଦିନେ ଅନେକ ଲୋକ ବାହାର ଖାଦ୍ୟ ଖାଇବା ଦ୍ୱାରା ସବୁଠାରୁ ଅଧିକ ସଂକ୍ରମଣ ରୋଗ ହୋଇଥାଏ ସେମାନଙ୍କୁ । ଅନ୍ୟପକ୍ଷରେ ବର୍ଷାଦିନେ କେଉଁପ୍ରକାର ଖାଦ୍ୟ ପଦାର୍ଥ ଖାଇବା ଅନୁଚିତ ସେ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ  ।

ତେବେ ବର୍ଷା ଦିନରେ ସବୁଜ ପତ୍ରଯୁକ୍ତ ଥିବା ପନିପରିବା ଯେପରିକି ପତ୍ର କୋବି, ଶାଗ, ପାଳଙ୍ଗ ଶାଗ ଆଦି ଖାଇବା ଅନୁଚିତ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ବର୍ଷାରେ ବ୍ୟାକ୍ଟେରିଆ ଏବଂ ଫଙ୍ଗସ୍ ସଂକ୍ରମଣର ଆଶଙ୍କା ଅଧିକ ବଢିଯାଏ । କାରଣ ଏହି ଦିନରେ ପତ୍ର ଯୁକ୍ତ ପନିପରିବାରେ ବିଭିନ୍ନ ପ୍ରକାର କୀଟପତଙ୍ଗ ଏବଂ ପୋକ ବଂଶ ବୃଦ୍ଧି କରିଥାନ୍ତି ଯାହା ଶରୀରକୁ ଯାଇ ରୋଗ ସୃଷ୍ଟି କରିଥାଏ । ତେଣୁ ବର୍ଷା ଦିନେ ଏସବୁ ଖାଦ୍ୟ ଖାଇବା ଦ୍ୱାରା ପେଟ ଖରାପ ହେବା ସହିତ ପେଟ ବିନ୍ଧା ମଧ୍ୟ ହୋଇଥାଏ ।

ସେହିପରି ବର୍ଷା ଦିନେ ତେଲ ଓ ମସଲାଯୁକ୍ତ ଖାଦ୍ୟ କମ୍ କହିବେ ସେତିକି କମ୍ ସଂକ୍ରମଣ ରୋଗ ଆପଣଙ୍କୁ ହେବ । କାରଣ ଏପରି ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ଫ୍ୟାଟ୍ ସହିତ ପିତ୍ତ ଅଂଶ ବଢିଥାଏ ଯାହା ଶରୀର ଲାଗି ଖୁବ କ୍ଷତିକାରକ ହୋଇଥାଏ । ଏଣୁ ବର୍ଷା ଦିନ ମାନଙ୍କରେ ତେଲରେ ପ୍ରସ୍ତୁତ ପକୁଡି, ସମୋସା କିମ୍ବା ଅନ୍ୟ କୌଣସି ତେଲ ଛଣା ଖାଦ୍ୟ ଠାରୁ ଦୂରେଇ ରହନ୍ତୁ । ଏପରି ଖାଦ୍ୟ ଖାଇବା ଦ୍ୱାରା ଡାଇରିଆର କାରଣ ହେବା ସହିତ ଏହା ଆପଣଙ୍କ ପାଚନ ତନ୍ତ୍ରକୁ ବି ଖରାପ କରିପାରେ । ବର୍ଷା ଦିନରେ ଛତୁ ନ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି । କାରଣ ଏହା ସିଧା ମାଟିରୁ ଅମଳ ହୋଇଥାଏ ଯାହା ସଂକ୍ରମଣ ହେବାର ଆଶଙ୍କାକୁ ବଢ଼ାଇଥାଏ ।

ଅନ୍ୟପଟେ ବର୍ଷାଦିନେ ସି’ ଫୁଡ୍ ଖାଦ୍ୟ ଯେପରିକି ମାଛ, ଚିଙ୍ଗୁଡି ଓ କଙ୍କଡା ଆଦୌ ଖାଆନ୍ତୁ ନାହିଁ  କାରଣ ଏହା ହେଉଛି ତାଙ୍କ ପ୍ରଜନନ ସମୟ । ଏଣୁ ବର୍ଷା ଦିନରେ ଏହା ଖାଇବା ଦ୍ୱାରା ଫୁଡ୍ ପଏଜନିଂର ଆଶଙ୍କା ମଧ୍ୟ ବଢିଯାଏ । ଏହି ସମୟରେ ଆମ ପାଚନ ତନ୍ତ୍ର ମଧ୍ୟ ଖୁବ ଦୂର୍ବଳ ରହିଥାଏ । ଯେଉଁଥିପାଇଁ ଆମେ ଏହି ସମୟରେ ନନ୍ ଭେଜ୍ ଖାଦ୍ୟ ଖାଇବା ଦ୍ୱାରା ଏହା ଆମ ଶରୀର ସହଜରେ ହଜମ କରିପାରି ନ ଥାଏ । ଆପଣଙ୍କ ପାଇଁ ସାଲାଡ ବହୁତ ଲାଭଦାୟକ ହୋଇଥାଏ ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସବଳ ରଖେ । କିନ୍ତୁ ବର୍ଷା ଦିନରେ ଏହା ଖାଇବା ଅନୁଚିତ  ହୋଇଥାଏ । କାରଣ ଏଥିରେ କଞ୍ଚା ପରିବା ବ୍ୟବହାର କରାଯାଇଥାଏ । କାରଣ ବର୍ଷାଦିନରେ କୌଣସି ବି କଞ୍ଚା ପରିବା ଖାଇବା ଅନୁଚିତ ହୋଇଥାଏ । ଏହା ସହିତ ଆପଣ ଫଳ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ କାଟି ରଖନ୍ତୁ ନାହିଁ କାରଣ ଏଥିରେ ଖୁବ ଶୀଘ୍ର ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଏ l

ଜାଣନ୍ତୁ ଗୋବରରୁ କେଉଁ କେଉଁ ବିଜନେସ କରି ଆପଣ ହୋଇପାରିବେ ଲାଭବାନ..

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments