Health & Lifestyle

ଖାଦ୍ୟ ଖାଇବା ପରେ କରନ୍ତୁନି ଏହି ୬ଟି କାମ ; ନଚେତ ଭୋଗିବେ ସମସ୍ୟା, ଜାଣନ୍ତୁ...

ଆମେ ଖାଦ୍ୟ ଖାଇବା ପରେ ଏପରି କିଛି କରିଥାଉ ଯାହା ଆମ ଶରୀର ପାଇଁ ଠିକ୍ ନୁହେଁ । ଆୟୁର୍ବେଦ ମଧ୍ୟ ଏହା କରିବାକୁ ଆମକୁ ବାରଣ କରେ । ସେଥିପାଇଁ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ନିଜକୁ କିଛି ଅନାବଶ୍ୟକ କାମ କରିବା ଠାରୁ ହିଁ ଦୂରେଇ ରଖିବା ଜରୁରୀ ।

04 February, 2022 12:00 PM IST By: Sudesna Nayak

ଆମେ ଖାଦ୍ୟ ଖାଇବା (Eating Food) ପରେ ଏପରି କିଛି କରିଥାଉ ଯାହା ଆମ ଶରୀର ପାଇଁ ଠିକ୍ ନୁହେଁ । ଆୟୁର୍ବେଦ (Ayurveda) ମଧ୍ୟ ଏହା କରିବାକୁ ଆମକୁ ବାରଣ କରେ । ସେଥିପାଇଁ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ନିଜକୁ କିଛି ଅନାବଶ୍ୟକ କାମ କରିବା ଠାରୁ ହିଁ ଦୂରେଇ ରଖିବା ଜରୁରୀ ।

ଅନେକ ଥର ଖାଦ୍ୟ ଖାଇବା (Eating Food) ପରେ ଆମକୁ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରିବାକୁ ପଡେ, ଯେଉଁଥିରେ ଓଜନ ବୃଦ୍ଧି (Fat),ଫେଟ ଫୁଲିବା, ହଜମ ସଠିକ ନ ହେବା ଆଦି ସମସ୍ୟା ସାମିଲ ରହିଛି । ଏହାର କାରଣ ମଧ୍ୟ ଆମେ ସ୍ୱୟଂ ହୋଇଥାଉ । ଆମେ ଖାଦ୍ୟ ଖାଇବା (Eating Food)ପରେ ଏପରି କିଛି କରିଥାଉ ଯାହା ଆମ ଶରୀର ପାଇଁ ଠିକ୍ ନୁହେଁ ଓ ଆୟୁର୍ବେଦ (Ayurveda) ମଧ୍ୟ ଏହା କରିବାକୁ ବାରଣ କରେ । ସେଥିପାଇଁ ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ଆମେ ନିଜକୁ କିଛି ଅନାବଶ୍ୟକ କାମ କରିବା ଠାରୁ ଦୂରେଇ ରଖିବା ଜରୁରୀ ଅଟେ ।

1. ଖାଇବା ପରେ ଶୋଇବା ଉଚିତ ନୁହେଁ ,ଜାଣନ୍ତୁ...

ଯଦି ଆପଣମାନେ ଖାଇବା (Eating Food) ପରେ ଶୋଇପଡନ୍ତି, ତେବେ ଏହା ଆପଣମାନଙ୍କ ଶରୀରରେ କଫ ଓ ଚର୍ବି ବଢାଇଥାଏ । ଶୋଇବା ସମୟରେ ଆମ ଶରୀରର ମେଟାବୋଲିଜିମ୍ କମିଯାଏ ଓ ଏହା ସହିତ ହଜମ ପ୍ରକ୍ରିୟା ମଧ୍ୟ ମନ୍ଥର ହୋଇଯାଏ । ଏଥିରୁ ଆମ ଦ୍ୱାରା ଖିଆଯାଇଥିବା ଖାଦ୍ୟ ମଧ୍ୟ ହଜମ ହୁଏ ନୁହେଁ । ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ ଖାଇବା ପରେ ଆପଣମାନଙ୍କୁ ୧୦୦ ପାଦ ଚାଲିବା ଆବଶ୍ୟକ ଓ ମୋଡ଼ି ହୋଇ ଶୋଇବା ଉଚିତ ।

2.ଖାଇବା ପରେ ପାଣି ପିଇବା ଉଚିତ ନୁହେଁ ,ଜାଣନ୍ତୁ...

ଆୟୁର୍ବେଦ ଅନୁଯାୟୀ, ଯଦି ଆପଣ ପାଣି ପିଇବାକୁ ଚାହାଁନ୍ତି, ତେବେ ଆପଣ ଏହାକୁ ଭୋଜନ ମଝିରେ ପିଇବା ଉଚିତ୍ ଏବଂ ଖାଇବା (Eating Food)ପୂର୍ବରୁ ପିଇବା ଉଚିତ୍ । କିନ୍ତୁ ଖାଇବା ପରେ ନୁହେଁ । ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଇବା ଦ୍ୱାରା ହଜମ ଶକ୍ତି କମିଯାଏ ଓ ଏହା ଆପଣମାନଙ୍କ ଶରୀର ଉପରେ କୌଣସି ଭଲ ପ୍ରଭାବ ପକାଇବ ନାହିଁ । ଏହା ଆପଣଙ୍କୁ ମୋଟା ମଧ୍ୟ କରିଥାଏ ।

3.ଖାଇବା ପରେ ଖରାରେ ବାହାରିବା ଉଚିତ ନୁହେଁ ,ଜାଣନ୍ତୁ...

ଯଦି ଆପଣ ଖାଇବା (Eating Food) ପରେ ତୁରନ୍ତ ସୂର୍ଯ୍ୟକିରଣ ସ୍ପର୍ଶରେ ଆସନ୍ତି, ତେବେ ଏହା ଆପଣମାନଙ୍କ ମୁଖ୍ୟ ଅଙ୍ଗକୁ ରକ୍ତ ପ୍ରବାହକୁ ହ୍ରାସ କରିଥାଏ । ଆପଣଙ୍କ ପେଟ ସହିତ ମଧ୍ୟ ସମାନ ଘଟଣା ଘଟେ । ଏହି କାରଣରୁ ଆପଣଙ୍କର ମେଟାବୋଲିଜିମ୍ ମନ୍ଥର ହୋଇଯିବ ଓ ଆପଣ ଖାଉଥିବା ଜିନିଷରୁ ଆପଣଙ୍କର ଶରୀରକୁ କମ୍ ପୋଷଣ ମିଳିବ । ଏହି କାରଣରୁ ଆପଣମାନଙ୍କ ଶରୀରର କିଛି କୋଷ ଓ ଟିସୁ ମଧ୍ୟ ନଷ୍ଟ ହେବାକୁ ଲାଗେ ।

୪. ଭୋଜନ ପରେ ଦୀର୍ଘ ସମୟ ଧରି ପହଁରିବା, ବ୍ୟାୟାମ କରିବା କିମ୍ବା ଚାଲିବା ଉଚିତ ନୁହେଁ ,ଜାଣନ୍ତୁ...

ଆପଣମାନଙ୍କୁ ପ୍ରାୟତଃ ଲାଗୁଥିବ ଯେ ଯଦି ଆପଣ ଖାଦ୍ୟ ଖାଇବା (Eating Food)ପରେ କିଛି ସମୟ ବ୍ୟାୟାମ କରନ୍ତି, ତେବେ ଆପଣମାନଙ୍କର ଖାଦ୍ୟ ହଜମ ହେବ । କିନ୍ତୁ ବାସ୍ତବରେ ଏହା ବିପରୀତ ଅଟେ । ଖାଦ୍ୟ ଖାଇବା ପରେ ଯଦି ଆପଣ ଅଧିକ ଶାରୀରିକ କାର୍ଯ୍ୟକଳାପ କରନ୍ତି ତେବେ ଆପଣମାନଙ୍କର ହଜମ ପ୍ରକ୍ରିୟା ମନ୍ଥର ହୋଇଯାଏ । ଯେଉଁଥିପାଇଁ ଆପଣଙ୍କର ପେଟ ଫୁଲିଯାଏ, ଆପଣଙ୍କୁ ପର୍ଯ୍ୟାପ୍ତ ପୋଷଣ ମିଳି ନଥାଏ ।

୫. ଖାଇବା ପରେ ଅଧ୍ୟୟନ ଉଚିତ ନୁହେଁ ,ଜାଣନ୍ତୁ...

ଖାଦ୍ୟ ଖାଇବା ପରେ ଆପଣଙ୍କର ସ୍ନାୟୁ ହଜମ ପାଇଁ ପେଟ ପ୍ରତି ଅଧିକ ପ୍ରତିକ୍ରିୟା ଆରମ୍ଭ କରେ । ତେଣୁ, ଖାଦ୍ୟ ଖାଇବା (Eating Food)ପରେ ତୁରନ୍ତ ଆପଣ ଏପରି କୌଣସି କାର୍ଯ୍ୟକଳାପ କରିବା ଉଚିତ୍ ନୁହେଁ, ଯାହା ଆପଣମାନଙ୍କ ମସ୍ତିଷ୍କ ଉପରେ କୌଣସି ପ୍ରଭାବ ପକାଇଥାଏ । ଏଥିରେ ପଢିବା, ସ୍ମରଣ କରିବା ଇତ୍ୟାଦି ଜିନିଷ ସାମିଲ ରହିଛି ।

୬. ଖାଇବା ପରେ ଗାଧୋଇବା ଉଚିତ ନୁହେଁ ,ଜାଣନ୍ତୁ...

ପ୍ରତ୍ୟେକ କାର୍ଯ୍ୟର ଏକ ସମୟ ଅଛି ଓ ଯଦି ଆପଣ ଠିକ୍ ସମୟରେ କିଛି କରନ୍ତି ନାହିଁ, ଏହା ଆପଣମାନଙ୍କ ଶରୀରକୁ କ୍ଷତି ପହଞ୍ଚାଇପାରେ । ସେଥିପାଇଁ ଖାଇବା (Eating Food)ପରେ ଆପଣ ପ୍ରାୟ ୨ ଘଣ୍ଟା ପାଇଁ ଗାଧୋଇବା ଉଚିତ୍ ନୁହେଁ । ଯଦି ଆପଣ ଖାଦ୍ୟ ଖାଇବା ପରେ ସ୍ନାନ କରନ୍ତି, ତେବେ ଆପଣଙ୍କ ଶରୀରର ଅଗ୍ନି ଉପାଦାନ ସକ୍ରିୟ ହୋଇନଥାଏ । ଏହି କାରଣରୁ ଆପଣଙ୍କ ଶରୀରର ହଜମ ପ୍ରକ୍ରିୟା ମନ୍ଥର ହୋଇଯାଏ ।

ଜୀବନ ନେଇପାରେ ଗାଜର, ଜାଣନ୍ତୁ କାରଣ...

ଖାଲିପେଟରେ ପଇଡ ପାଣିରେ ମହୁ ମିଶାଇ ପିଅନ୍ତୁ, ବଡ ବଡ ରୋଗରୁ ମିଳିବ ମୁକ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)