1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶରୀରକୁ ସୁସ୍ଥ ରଖିବ ଗଙ୍ଗଶିଉଳୀ

ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ସମସ୍ତେ ପ୍ରୟାସ କରିଥାନ୍ତି । ସାମାନ୍ୟତମ ଦେହ ଅସୁସ୍ଥ ହେଲେ ଆମେ ତତ୍‌କ୍ଷଣାତ ଡାକ୍ତରଖାନା ଯିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏମିତି ଅନେକ ଔଷଧୀୟ ଗଛ ଆମ ଚାରିପାଖରେ ଥାଇ ମଧ୍ୟ ଆମେ ତାହାକୁ ଚିହ୍ନି ପାରନ୍ତି ନାହିଁ । ଠିକ୍ ସେହିଭଳି ରୋଗରୁ ଉପସମ ଦିଏ ଗଙ୍ଗଶିଉଳୀ । ଯାହା ଇଂରାଜୀରେ ନାଇଟ୍ ଜସମିନ୍ ନାମରେ ପରିଚିତ । ଏହା ଦେଖିବାକୁ ଯେତିକି ସୁନ୍ଦର ଏହାର ବାସ୍ନା ମଧ୍ୟ ସେତିକି ମନମୋହିତ l ଗଙ୍ଗଶୀଉଳୀ ଫୁଲ ସୁଗନ୍ଧିତ ଫୁଲମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ସୁନ୍ଦର ସୁଗନ୍ଧ ଦେବା ସହ ଅନେକ ରୋଗ ଭଲ କରିବାରେ ସହାୟ ହୁଏ ।

Tanushree Mahapatra
Tanushree Mahapatra
night jasmine will cure 5 diseases

night jasmine will cure 5 diseases

ସୁସ୍ଥ ଓ ନିରୋଗ ( healthy life )ଜୀବନଯାପନ ପାଇଁ ସମସ୍ତେ ପ୍ରୟାସ କରିଥାନ୍ତି । ସବୁବେଳେ ରୋଗରୁ ଦୂରେଇ ରହିବା ପାଇଁ ମଣିଷ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ୱନ କରିଥାଏ । ସାମାନ୍ୟତମ ଦେହ ଅସୁସ୍ଥ ହେଲେ ଆମେ ତତ୍‌କ୍ଷଣାତ ଡାକ୍ତରଖାନା ଯିବାକୁ ପସନ୍ଦ କରିଥାନ୍ତି। ମାତ୍ର ଏମିତି ଅନେକ ଔଷଧୀୟ ଗଛ ଆମ ଚାରିପାଖରେ ଥାଇ ମଧ୍ୟ ଆମେ ତାହାକୁ ଚିହ୍ନି ପାରନ୍ତି ନାହିଁ । ଶରୀରକୁ ସୁସ୍ଥ ରଖିବାକୁ କିଏ ଯୋଗ ବ୍ୟାୟାମ କରୁଛି ତ କିଏ ଫଳମୂଳ ଖାଉଛି । କିନ୍ତୁ, ମଣିଷ ମାତ୍ରେ ହିଁ ଶରୀରରେ ରୋଗବୈରାଗ ଲାଗି ରହିବା ସାଧାରଣ କଥା । ଭୟାନକ ରୋଗର ପ୍ରାଥମିକ ସ୍ତରରେ ସଠିକ୍ ଚିକିତ୍ସା କରାଗଲେ ଏହା ଅନେକ ମାତ୍ରାରେ ସଫଳ ହୋଇଥାଏ । ଔଷଧିୟ ବୃକ୍ଷ, ପତ୍ର ଓ ଫୁଲ ସାହାଯ୍ୟରେ ଏହା ସମ୍ଭବ ହୋଇଥାଏ ।

ଠିକ୍ ସେହିଭଳି ରୋଗରୁ ଉପସମ ଦିଏ ଗଙ୍ଗଶିଉଳୀ ( night jashmin ) । ଯାହା ଇଂରାଜୀରେ ନାଇଟ୍ ଜସମିନ୍ ନାମରେ ପରିଚିତ । ଏହା ଦେଖିବାକୁ ଯେତିକି ସୁନ୍ଦର ଏହାର ବାସ୍ନା ମଧ୍ୟ ସେତିକି ମନମୋହିତ l ଗଙ୍ଗଶୀଉଳୀ ଫୁଲ ( night jashmin flower )ସୁଗନ୍ଧିତ ଫୁଲମାନଙ୍କ ମଧ୍ୟରୁ ଅନ୍ୟତମ । ଏହା ସୁନ୍ଦର ସୁଗନ୍ଧ ଦେବା ସହ ଅନେକ ରୋଗ ଭଲ କରିବାରେ ସହାୟ ହୁଏ ।

ରୋଗରୁ ମୁକ୍ତି ଦେବ ( health benefits )ଗଙ୍ଗଶିଉଳୀ:-

ଏହି ଗଛର ପତ୍ର ଓ ଫୁଲକୁ ଚା’ରେ ଫୁଟାଇ ପିଇଲେ ଅନେକ ଦିନରୁ ଲାଗିରହିଥିବା କାଶ କିମ୍ୱା କଫରୁ ଉପସମ ମିଳିଥାଏ । ଏଥିରେ ଥିବା ଔଷଧିୟ ଗୁଣ କାଶ ଏବଂ ଜ୍ଜ୍ୱର ଭଲ କରିବାରେ ସହାୟ ହୁଏ ।

ଏଥିରୁ ତେଲ ( oil )ମଧ୍ୟ ତିଆରି କରାଯାଏ । ଷ୍ଟ୍ରେସ୍ ଦୂର କରିବାକୁ ଏହି ତେଲର ବ୍ୟବହାର କରାଯାଏ । ଏହାର ମାଲିସ କରିବା ଦ୍ୱାରା ଶରୀରରେ ସେରୋଟୋନିନର ପରିମାଣ ବଢ଼ିଥାଏ । ଯାହା ଶରୀରରୁ କ୍ଳାନ୍ତ ଦୂର କରିବାରେ ସହାୟ ହୁଏ । ଏଥିସହ ମାନସିକ କିମ୍ୱା ଶାରୀରିକ କାର୍ଯ୍ୟ କରିବାର କ୍ଷମତା ବୃଦ୍ଧି କରିଥାଏ ।

ଏହା ଆଣ୍ଟିବ୍ୟାକ୍ଟେରିଆଲ ( antibacterial )ଅର୍ଥାତ୍ ଶରୀରରେ ଆଲର୍ଜି ( alergy )ଦୂର କରିବାର ସହାୟ ହୁଏ । ଏହା ଶରୀରରେ କ୍ଷତିକାରକ ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରେ । ଏଥିସହ ଫଙ୍ଗାଲ ଇନଫେକ୍ସନ ବ୍ୟାପିବା ରୋକିବାରେ ସହାୟ ହୁଏ ।

ମହିଳାଙ୍କ ଋତୁସ୍ରାବ ସମୟରେ ଶରୀରରେ ହେଉଥିବା ପୀଡ଼ାରୁ ଉପଶମ ଦିଏ ଏହି ତେଲ ।

ଏହି ଗଛର ପତ୍ର, ଛାଲିର ମ୍ୟାଲେରିଆ, ଡେଙ୍ଗୁ ଏବଂ ଚିକେନଗୁନିଆ ଭଳି ରୋଗ ପାଇଁ ବହୁ ଲାଭଦାୟକ ।

ଏହାର ଆହୁରି ଅନେକ ଲାଭଦାୟକ ଉପଚାର ଅଛି ଯାହା ଆମକୁ ଅନେକ ରୋଗରୁ ମୁକ୍ତି ଦେବ  ।

ଗଙ୍ଗଶିଉଳି ରେ ଆଣ୍ଟି ଇମ୍ଫ୍ଲାମେଟରି ଗୁଣ ରହିଛି , ଯାହା ଗଣ୍ଠି ଯନ୍ତ୍ରଣା ପାଇଁ ଉପଯୋଗୀ ।

ପାଇଲ୍ସର ଉପଚାର ପାଇଁ ଗଙ୍ଗଶିଉଳି ରାମବାଣ ସଦୃଶ୍ୟ କାମକରେ। ପ୍ରତିଦିନ ଏହାର ମଞ୍ଜି ଖାଇବା ଦ୍ୱାରା ପାଇଲ୍ସ ରୋଗ ଠିକ୍ ହୋଇଥାଏ।

ଯେ କୌଣସି ଜ୍ଵର ପାଇଁ ଏହାକୁ ବ୍ୟବହାର କରି ପାରିବେ । ଡେଙ୍ଗୁ ପରେ ବ୍ଲଡ ରେ ପେଟଲେଟ୍ସ ସ୍ତର ବଢାଇବାରେ ଗଙ୍ଗଶିଉଳି ପତ୍ର ସାହାଯ୍ୟ କରିଥାଏ ।

ଗଙ୍ଗଶିଉଳୀ ବା ଶେଫାଳି ବା ନାଇଟ ଜସମିନ ବା ଇଂରାଜୀରେ ‘କୁଇନ୍‌ ଅଫ ନାଇଟ୍‌’ ( queen of night ) ବାସରୋପୁଲ୍‌ ଟ୍ରି କହାଯାଏ ଏବଂ ଉଦ୍ଭିଦ ବିଜ୍ଞାନ ପରିଭାଷାରେ ନିକ୍ଟାନ୍‌ଥେସ୍‌ ଆରବୋରଟ୍ରିସ୍‌ଟିସ୍‌ ‌।  ଓଡ଼ିଆରେ ଶେଫାଳୀ କହୁଥିବାବେଳେ ସଂସ୍କୃତରେ ଏହାକୁ ଶେଫାଳିକା, ରଜନୀହାର, ଶୀତ ମଞ୍ଜରୀ କୁହାଯାଏ । ଗଙ୍ଗଶିଉଳୀର ପତ୍ର ଗୁଡ଼ିକ ସ୍ୱାଦ ଅନୂଯାୟୀ ଖୁବ ପିତା l ଏଥିରେ ଏକ ପ୍ରକାର ଜୈବିକ ରସ ବା ଆଲାକାଲଏଡ୍ ରହିଛି । ଏହାର ଫୁଲର ପାଖୁଡ଼ା ଧଳା ନାଲି ମିଶା ହଳଦିଆ । ଔଷଧିରେ କେବଳ ପତ୍ର ଫୁଲ ନୁହେଁ ମୂଳ ସମେତ ପଞ୍ଚାଙ୍ଗ ବ୍ୟବହୃତ ହୁଏ । ଗଙ୍ଗଶିଉଳି ଫୁଲ ଶାଢ଼ୀରେ ରଙ୍ଗ ଦେବା ପାଇଁ ବ୍ୟବହୃତ ହୁଏ । ପ୍ରାଚୀନ କାଳରେ ବୌଦ୍ଧ ସନ୍ନ୍ୟାସୀମାନେ ବସ୍ତ୍ରକୁ ଗୈରିକ କରିବା ପାଇଁ ଏହିଫୁଲର ରଙ୍ଗ ବ୍ୟବହାର କରୁଥିଲେ । ହିନ୍ଦୁ ବିଶ୍ୱାସ ଅନୁଯାୟୀ ସ୍ୱର୍ଗର ପାଞ୍ଚଟି ମନୋବାଞ୍ଛା ପୂରଣକାରୀ ଫୁଲ ମଧ୍ୟରୁ ଗଙ୍ଗଶିଉଳି ଗୋଟିଏ ।

‘ବିଷ୍ଣୁ ପୁରାଣ’ ବର୍ଣ୍ଣିତ କିମ୍ବଦନ୍ତୀ ଅନୁଯାୟୀ ଜଣେ ଅପୂର୍ବ ସୁନ୍ଦରୀ ରାଜ-କନ୍ୟା ସୂର୍ଯ୍ୟଦେବଙ୍କୁ ପ୍ରେମ ନିବେଦନ କଲେ । ସୂର୍ଯ୍ୟଦେବ ଦିନେ ତାଙ୍କୁ ଆଦର ସହକାରେ କହିଲେ ‘ତୁମେ ପ୍ରାସାଦ ଛାଡ଼ି ମୋପାଖକୁ ଚାଲିଆସ ।’ ରାଜକନ୍ୟା ସୂର୍ଯ୍ୟଙ୍କ କଥା ମାନି ତାଙ୍କ ପାଖକୁ ଚାଲିଗଲେ । କିଛିଦିନ ପରେ ସୂର୍ଯ୍ୟଦେବ, ତାଙ୍କୁ ଛାଡ଼ିଦେଇ ନିଜଲୋକକୁ ଚାଲିଗଲେ । ରାଜକନ୍ୟା ଜଣକ ଦୁଃଖରେ ମୃତ୍ୟୁବରଣ କଲେ । ତାଙ୍କୁ ଦାହକଲା ପରେ ତାଙ୍କ ଭସ୍ମରେ ଗୋଟିଏ ଗଛ ବଢ଼ିଲା । ତା’ଶାଖାପ୍ରଶାଖାରେ ସୁନ୍ଦର କମଳା ରଙ୍ଗର ଫୁଲ ଫୁଟିଲା । କିନ୍ତୁ ଏହି ଫୁଲ ସୂର୍ଯ୍ୟଙ୍କ ଉତ୍ତାପ ସହ୍ୟ କରିପାରେନାହିଁ । ସେଥି ପାଇଁ ସୂର୍ଯ୍ୟ ଆକାଶରୁ ଅପସରିଯିବା ପରେ ଏହି ଫୁଲ ଫୁଟେ ଓ ସକାଳୁ ସୂର୍ଯ୍ୟଙ୍କ କିରଣ ପଡ଼ିବା ପୂର୍ବରୁ ଝଡ଼ିଯାଏ । ଅନ୍ୟଏକ ଜନଶ୍ରୁତି ଅନୁଯାୟୀ ଗଙ୍ଗଶିଉଳି ଫୁଲର ସମ୍ଭାର ନେଇ ସୂର୍ଯ୍ୟଙ୍କ ସହିତ ଅଭିସାର ରଚିବାକୁ ପ୍ରତିରାତିରେ ପ୍ରତୀକ୍ଷା କରେ, ପରିଶେଷରେ ଧୈର୍ଯ୍ୟଚ୍ୟୁତି ଘଟେ । ସୂର୍ଯ୍ୟୋଦୟ ପୂର୍ବରୁ ଫୁଲଗୁଡ଼ିକ ଝରିପଡ଼େ ଏବଂ ପ୍ରତିଦିନ ଏହାର ପୁନରାବୃତ୍ତି ଘଟେ ।

ଜାଣିଲେ ଆଶ୍ଚର୍ଯ୍ୟ ହେବେ !!ସାଲାଡ଼ ରେ ଖାଇପାରିବେ ଏହି ଫୁଲ !

ବିନା ମାଟିରେ ବଢୁଛି ଗଛ,ଫୁଟୁଛି ଫୁଲ; ହେବେ ଲାଭବାନ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments