ରାତିରେ ବାରମ୍ବାର ପରିସ୍ରା (night time urine problem)ଯିବାକୁ ସମସ୍ତଙ୍କୁ ବିରକ୍ତି ଲାଗିଥାଏ । ଏହାଦ୍ୱାରା ଠିକ୍ରେ ନିଦ ହୋଇ ନ ଥାଏ । ଯଦି ଆପଣ ରାତିରେ ଥରେ କିମ୍ବା ୨ ଥରରୁ ଅଧିକ ପରିସ୍ରା ଯାଉଛନ୍ତି ତେବେ ଏହା ଆପଣଙ୍କ ରୋଗର ଲକ୍ଷଣ ହେଇଥାଏ । ବିଶେଷଜ୍ଞଙ୍କ କହିବା ମୁତାବକ ରାତିରେ ଅତିବେଶିରେ ୨ ଥରରୁ ଅଧିକ ପରିସ୍ରା କରିବା ମଧୁମେହ (diabetes), ଉଚ୍ଚ ରକ୍ତଚାପ (blood pressure), ଏବଂ ଅନ୍ୟ ବଡ ବଡ ରୋଗର ସଙ୍କେତ ହେଇଥାଏ ।
ଜାଣିରଖନ୍ତୁ ଯେ, ରାତିରେ ବାରମ୍ବାର ପରିସ୍ରା ଲାଗିବା ଲୁଣ (salt)ଖାଇବା ଉପରେ ନିର୍ଭର କରିଥାଏ । ଲୁଣ (salt)ଅଧିକ ଖାଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଯାଇଥାଏ ।
ରାତିରେ ଅତିବେଶିରେ ୨ ଥରରୁ ଅଧିକ ପରିସ୍ରା କରିବା ମଧୁମେହ (diabetes), ଉଚ୍ଚ ରକ୍ତଚାପ (blood pressure), ଏବଂ ଅନ୍ୟ ବଡ ବଡ ରୋଗର ସଙ୍କେତ ହେଇଥାଏ ।
ଜାଣି ରଖନ୍ତୁ ଯେ, ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ରାତିରେ ବାରମ୍ବାର ପରିସ୍ରା ଯିବାକୁ ପଡିଥାଏ । ଏହାର ସବୁଠୁ ବଡ କାରଣ ଏହା ଯେ ଏହି ସମୟରେ ୟୁଟ୍ରସ ବଡ ହେବାକୁ ଲାଗେ, ଯାହା କାରଣରୁ ମୂତ୍ରାଶୟ ଉପରେ ଚାପ ପଡିଥାଏ । ତେଣୁ ଏହି ସମୟରେ ମହିଳାମାନଙ୍କୁ ବାରମ୍ବାର ପରିସ୍ରା ଯିବାକୁ ପଡିଥାଏ ।
ପ୍ରକାଶ ଥାଉ ଯେ, ପଚାଶ ବର୍ଷ ପରେ ଅନେକ ଲୋକଙ୍କୁ ରାତି ଅଧରେ ଉଠି ପରିସ୍ରା (night time urine problem)କରିବା ଅଭ୍ୟାସ ହୋଇଯାଇଥାଏ ।
ମୂତ୍ର ରଙ୍ଗରୁ ଜାଣନ୍ତୁ ଶରୀରର ରୋଗ; ଏପରି ହିଁ ଜାଣିପାରେ ଆପଣ ସୁସ୍ଥ କି ଅସୁସ୍ଥ!
ଏହି ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ହାନିକାରକ କ୍ଷୀର,ନଚେତ ସିଧାସଳଖ ପଡିବେ ମୃତ୍ୟୁ ମୁଖରେ...
Share your comments