1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପିଆଜ କଣ୍ଟ୍ରୋଲ କରିବ ଶରୀରରେ ଡାଇବେଟିସ

ସମୟ ସହିତ ଖାଦ୍ୟକୁ ନେଇ ଧୀରେ ଧୀରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ ପାଲଟିଛି । ତେବେ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣ ନ ହେବାରୁ ରୋଗୀ ମେଦବହୁଳତା, ହୃତ୍‌ପିଣ୍ଡ ସମସ୍ୟା , କିଡ୍‌ନୀ ଆଦି ରୋଗର ଶିକାର ହୋଇଥାନ୍ତି ।

Tanushree Mahapatra
Tanushree Mahapatra
Onion can help control diabetes, image source - pexels.com

Onion can help control diabetes, image source - pexels.com

ସମୟ ସହିତ ଖାଦ୍ୟକୁ ନେଇ ଧୀରେ ଧୀରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପରିବର୍ତ୍ତନଶୀଳ ଜୀବନଶୈଳୀ ଏବଂ ଖାଦ୍ୟପେୟ ଜନିତ ସମସ୍ୟା ଏହାର ମୁଖ୍ୟ କାରଣ ପାଲଟିଛି । ତେବେ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରଣ ନ ହେବାରୁ ରୋଗୀ ମେଦବହୁଳତା, ହୃତ୍‌ପିଣ୍ଡ ସମସ୍ୟା , କିଡ୍‌ନୀ ଆଦି ରୋଗର ଶିକାର ହୋଇଥାନ୍ତି । ତେବେ ଆପଣ ଜାଣିଛନ୍ତି କି , ମଧୁମେହକୁ ନିୟନ୍ତ୍ରଣ କରିବାରେ ପିଆଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । 

କାରଣ ଏଥିରେ ଥିବା ଫ୍ଲାବୋନାଇଡ୍‌ସ ରକ୍ତ ଶର୍କରାର ମାତ୍ରା କମ୍‌ ରହିଥାଏ । କାରଣ ପିଆଜରେ ଅଧିକ ପରିମାଣର ଫାଇଭର୍‌ ମଧ୍ୟ ଥାଏ । ଯାହାକୁ ଖାଇବା ଦ୍ୱାରା ରକ୍ତଶର୍କରା ନିୟନ୍ତ୍ରିତ ହେବାରେ ସହାୟକ ହୁଏ ।

ତେବେ ପିଆଜରେ କାର୍ବୋହାଇଡ କମ୍‌ ଥିବାରୁ ଏହା ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମଧୁମେହ ରୋଗୀ ପିଆଜର ସାଲାଡ୍‌ କିମ୍ବା ସୁପ୍‌ ପିଇବା ଉଚିତ୍‌ । ତେବେ ଏହା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେବା ଜରୁରୀ ହୋଇଥାଏ । ପିଆଜ ଗୋଟିଏ ଭଲ ପରିବା ଅଟେ ଯାହା ପ୍ରତିଦିନ ପ୍ରତି ଖାଦ୍ୟରେ ବ୍ୟବହାର ହୁଏ । ଏହା ଭାରତରେ ମସଲା ଏବଂ ତରକାରୀ ରେ ବ୍ୟବହାର କରାଯାଏ ଅଧିକ ପରିମାଣରେ । ପିଆଜ ର ସ୍ୱାଦ ଖାଇବାକୁ ଟିକେ ରାଗ ଅଟେ । ଏହାକୁ କାଟିବା ଦ୍ୱାରା ଏଥିରେ ଥିବା ଗ୍ୟାସୋଲିନ୍ ଯୋଗୁଁ ଆଖି ପୋଡ଼ି ଥାଏ ଯେଉଁ କାରଣରୁ ଆଖିରୁ ପାଣି ବାହାରେ ।  ତେବେ ଜାଣିଛନ୍ତି କି ଏଥିରେ ବହୁତ ଔଷଧୀୟ ଗୁଣ ମଧ୍ୟ ରହିଛି । ଯେଉଁ ଔଷଧୀୟ ଗୁଣ ଗୁଡିକ ଅନେକ ଙ୍କୁ ଜଣା ନାହିଁ । 

ପିଆଜ ରେ ଅଧିକ ସଲଫର ଥିବା ଜଣାପଡିଛି । ଏହାକୁ ଅଧିକ ପରିମାଣରେ ଖାଇବା ଦ୍ୱାରା ଆମ ରକ୍ତ ବିଶୋଧନ ହୋଇଥାଏ । ଅନେକ ପ୍ରକାରର ଚର୍ମ ରୋଗ ମଧ୍ୟ ଦୂର ହୁଏ ପିଆଜ ଖାଇବା ଦ୍ୱାରା । ଦେହରେ ଜଳିୟ ଅଂଶକୁ ମହଜୁଦ ରଖେ ପିଆଜ । ପିଆଜ ମଧ୍ୟ ଆମକୁ ଗରମ ଦିନରେ ଡ଼ି ହାଇଡ୍ରେସନ ରୁ ରକ୍ଷା ଦେଇଥାଏ ।

ଯଦି ଦୁଇ ଚାମଚ ପିଆଜ ରସ ଉଷୁମ ପାଣି ସହ ମିଶାଇ ପିଆ ଯାଏ ପ୍ରତିଦିନ ତେବେ ପେଟ ସମସ୍ୟା ଦୂର ହୋଇଥାଏ l ଏହା କରିବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୁଏ  ଏବଂ ଆଖି ର ଶକ୍ତି ମଧ୍ୟ ବଢିଥାଏ । ପିଆଜ ରସ ଏବଂ  ମହୁ ଦୁଇ ଚାମଚ ମିଶାଇ ଖାଇଲେ କାଶ କଫ ଥଣ୍ଡା ଭଳି ରୋଗ ନାଶ ହୁଏ । ସେହିପରି ପିଆଜ ଶରୀର ର ଉଷ୍ମତା ବଢ଼ାଇବାରେ ସାହାଯ୍ୟ କରେ । ପିଲାଙ୍କୁ ଥଣ୍ଡା ରୁ ଦୁରେଇବା ପାଇଁ ମଧ୍ୟ ସକାଳୁ ଖାଲି ପେଟରେ ଏକ ଚାମଚ ପିଆଜ ରସ ଦେଲେ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ହୋଇଥାଏ  । ଶ୍ୱାସ ଥଣ୍ଡା କଫ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments