Health & Lifestyle

ରକ୍ତଚାପ କମାଏ କଖାରୁ ମଞ୍ଜି

କଖାରୁ ଏପରି ଏକ ପନିପରିବା ଯାହା ସମଗ୍ର ବିଶ୍ୱରେ ବହୁଳ ଭାବରେ ବ୍ୟବହୃତ ହୁଏ, ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ବୋଲି ବିବେଚନା କରାଯାଏ, ଖାଇବା ଯେତିକି ସ୍ୱାଦିଷ୍ଟ ରାନ୍ଧିବା ବହୁତ ସହଜ । ଏହାର ହଜମ କରିବାରେ କୌଣସି ଅସୁବିଧା ନାହିଁ। ଆଉ ସବୁଠାରୁ ଭଲ କଥା ହେଲା କଖାରୁ ମଞ୍ଜି । ରୋଷେଇ କଲା ବେଳେ ସମସ୍ତେ କଖାରୁ ମଞ୍ଜିକୁ ଫୋପାଡି ଦିଅନ୍ତି, କିନ୍ତୁ ଏହି ମଞ୍ଜିର ମଧ୍ୟ ବହୁ ଉପକାରୀ ଗୁଣ ରହିଛି । ଯଦି ଆପଣ ଏହାର ଲାଭ ବିଷୟରେ ଜାଣିବେ ତେବେ ଆଉ କଖାରୁ ମଞ୍ଜିକୁ ଫୋପାଡିବେ ନାହିଁ ।

23 November, 2022 11:49 AM IST By: Sudesna Nayak

କଖାରୁ (pumpkin)ଏପରି ଏକ ପନିପରିବା ଯାହା ସମଗ୍ର ବିଶ୍ୱରେ ବହୁଳ ଭାବରେ ବ୍ୟବହୃତ ହୁଏ, ଏହା ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ବୋଲି ବିବେଚନା କରାଯାଏ, ଖାଇବା ଯେତିକି ସ୍ୱାଦିଷ୍ଟ ରାନ୍ଧିବା ବହୁତ ସହଜ । ଏହାର ହଜମ କରିବାରେ କୌଣସି ଅସୁବିଧା ନାହିଁ। ଆଉ ସବୁଠାରୁ ଭଲ କଥା ହେଲା କଖାରୁ ମଞ୍ଜି । ରୋଷେଇ କଲା ବେଳେ ସମସ୍ତେ କଖାରୁ ମଞ୍ଜିକୁ ଫୋପାଡି ଦିଅନ୍ତି, କିନ୍ତୁ ଏହି ମଞ୍ଜିର ମଧ୍ୟ ବହୁ ଉପକାରୀ ଗୁଣ ରହିଛି । ଯଦି ଆପଣ ଏହାର ଲାଭ ବିଷୟରେ ଜାଣିବେ ତେବେ ଆଉ କଖାରୁ ମଞ୍ଜି (pumpkin seed)କୁ ଫୋପାଡିବେ ନାହିଁ ।

-୨୮ ଗ୍ରାମ୍‌ କଖାରୁ ମଞ୍ଜିରେ୧୫୧ କ୍ୟାଲୋରି,୧୭ ଗ୍ରାମ୍‌ ଫାଇବର, ୭ ଗ୍ରାମ୍‌ ପ୍ରୋଟିନ୍‌, ୪ ଗ୍ରାମ୍‌ ମନୋସାଚ୍ୟୁରେଟେଡ ଫ୍ୟାଟ୍‌,୬ ଗ୍ରାମ ଓମେଗା-୬ ଫ୍ୟାଟ୍‌, ମାଙ୍ଗାନିଜ, ମ୍ୟାଗ୍ନେସିୟମ, ଫସ୍‌ଫରସ ରହିଛି । ଏଥିରେ ଥିବା ଫାଇଟୋଷ୍ଟେରଲ ବ୍ଲଡ୍‌ କୋଲେଷ୍ଟରଲ୍‌ କମ କରିବାରେ ସାହାଯ୍ୟ କରେ ।

-କଖାରୁ ମଞ୍ଜି (pumpkin seed)ରୁ ପ୍ରସ୍ତୁତ ହେଉଥିବା ତେଲ ଖାଇବା ଦ୍ୱାରା ପ୍ରୋଷ୍ଟେଟ ଓ ୟୁରିନାରି ସମସ୍ୟା ବି ଦୂର ହୋଇଯାଏ । ଏହା ରକ୍ତଚାପ କମ୍‌ (high blood pressure) କରିବାରେ ମଧ୍ୟ ସାହାଯ୍ୟ କରେ ।

-କଖାରୁ ମଞ୍ଜି (pumpkin seed) ଖାଇଲେ ଋତୁସ୍ରାବ ଜନିତ ସମସ୍ୟା ଦୂର ହୋଇଯାଏ ।

-କଖାରୁ ମଞ୍ଜି (pumpkin seed)ମାନସିକ ସ୍ତରରେ ଉନ୍ନତି ଆଣିଥାଏ । କାରଣ ଏଥିରେ ମ୍ୟାଗ୍ନେସିୟମ୍ ଥାଏ ଯାହା ମନକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ ।

-କଖାରୁ ମଞ୍ଜି (pumpkin seed)କୁ ଆପଣ ସୁପ୍‌ରେ ମଧ୍ୟ ମିଶାଇ ଖାଇ ପାରିବେ । ଏହାଦ୍ୱାରା ନା କେବଳ ସୁପ୍‌ର ସ୍ୱାଦ ବଢ଼ିଥାଏ, ବରଂ ସ୍ୱାସ୍ଥ୍ୟକୁ ମଧ୍ୟ ଅନେକ ଫାଇଦା ମିଳି ପାରିଥାଏ । କଖାରୁ ମଞ୍ଜି (pumpkin seed)କୁ ଆପଣ ସାଲାଡରେ ବି ପକାଇ ଖାଇ ପାରିବେ । ଏହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରିବ ।

-କଖାରୁ ମଞ୍ଜି (pumpkin seed)ରେ ଭିଟାମିନ୍ ଇ ମିଳିଥାଏ, ଯାହା ହିଁ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ।

-କଖାରୁ ମଞ୍ଜି (pumpkin seed) ବା ତେଲରେ ଥିବା ମନୋସାଚ୍ୟୁରେଟେଡ୍‌ ଫ୍ୟାଟ୍‌ ଓ ଓମେଗା-୬ ଫ୍ୟାଟ୍‌ ହାର୍ଟକୁ ସୁସ୍ଥ ରଖେ ।

-କଖାରୁ ମଞ୍ଜି (pumpkin seed)ରାତି ଅନିଦ୍ରାର ସମସ୍ୟାରୁ ମୁକ୍ତି ଦେବ । ଏହାକୁ ଖାଇବା ଫଳରେ ଇନସୋମାନିଆ ଦୂର ହୋଇଯାଇଥାଏ ।

ଏହି ପ୍ୟାନ୍‌ରେ ରୋଷେଇ କରୁଛନ୍ତି କି?

Thyroid ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ଏହି 5ଟି ଜିନିଷ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)