Health & Lifestyle

ଔଷଧ ଖାଇ ସୁସ୍ଥ ହେଲେ 18 କ୍ୟାନସର ରୋଗୀ

କ୍ୟାନସର ଔଷଧର ଗେବେଷଣାରେ ଚିକିତ୍ସା ବିଜ୍ଞାନକୁ ବଡ ସଫଳତା ମିଳିଛି । ଔଧରେ ଭଲ ହେଉଛି କ୍ୟାନସର । ଡୋଷ୍ଟାରଲିମ୍ୟାବ ନାମକ ଏକ ଔଷଧରୁ ଭଲ ହୋଇଛି 18 ଜଣ ମଳାଶୟ କର୍କଟ ରୋଗୀଙ୍କ କ୍ୟାନସର । ସମସ୍ତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କୁହାଯାଉଛି ।

12 June, 2022 5:22 PM IST By: Shuvanshu Kar

କ୍ୟାନସର ରୋଗର ନାଁ ଶୁଣିଲେ ମନରେ ଛନକା ପଶେ । ଏହି ରୋଗର ନିରାକରଣ ପାଇଁ ଅନେକ ଗବେଷଣା ଚାଲିଛି । କ୍ୟାନସର ହେଲେ ବଞ୍ଚିବାର ଆଶା କମ ଥାଏ । ହେଲେ ଏବେ କ୍ୟାନସରକୁ ମାତ ଦେବାକୁ ମିଳିଛି ଏକ ଔଷଧର ସନ୍ଧାନ ।

କ୍ୟାନସର ଔଷଧର ଗେବେଷଣାରେ ଚିକିତ୍ସା ବିଜ୍ଞାନକୁ ବଡ ସଫଳତା ମିଳିଛି । ଔଧରେ ଭଲ ହେଉଛି କ୍ୟାନସର । ଡୋଷ୍ଟାରଲିମ୍ୟାବ ନାମକ ଏକ ଔଷଧରୁ ଭଲ ହୋଇଛି 18 ଜଣ ମଳାଶୟ କର୍କଟ ରୋଗୀଙ୍କ କ୍ୟାନସର । ସମସ୍ତ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କୁହାଯାଉଛି ।

ଜୀବନ ନେଇପାରେ କଫି, ଅତ୍ୟଧିକ କଫି ପିଇବା ଦ୍ୱାରା ହୋଇପାରେ କ୍ୟାନ୍‌ସର, ଜାଣନ୍ତୁ...

କ୍ୟାନସର ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ କାକୁଡି ପାଣି, ପିଅନ୍ତୁ ପ୍ରତିଦିନ ...

18 ଜଣ କ୍ୟାନସର ମଳାଶୟ କର୍କଟରେ ଆକ୍ରାନ୍ତ ରୋଗୀଙ୍କ ଉପରେ ଡୋଷ୍ଟାରଲିମ୍ୟାବ ଔଷଧର ପରୀକ୍ଷା କରାଯାଇଥିଲା । 6 ମାସ ଧରି ଏହି ଔଧ ସେବନ କରିଥିଲେ ସମସ୍ତ ରୋଗୀ । ତେବେ 6 ମାସ ପରେ ସମସ୍ତ ରୋଗୀସୁସ୍ଥ ହୋଇଥିବା ଦେଖିବାକୁ ମିଳିଛି । ଏହା ଚିକିତ୍ସା ବିଜ୍ଞାନ ଇତିହାସରେ ପ୍ରଥମ ଘଟଣା ।

କ୍ୟାନସର ହେଲେ ଏହାର ଚିକିତ୍ସା ପାଇଁ ସେମିତି କୌଣସି ବଡ ଔଷଧ ଆଜିଯାଏଁ ବାହାରିପାରିନି । ତେବେ ରୋଗୀଙ୍କୁ କିଛି ଦିନ ବଞ୍ଚାଇ ରଖିବାକୁ କେମୋଥେରାପୀ କରାଯାଏ । ହେଲେ ଡୋଷ୍ଟାରଲିମ୍ୟାବ ଔଷଧରେ ଏହା ଭଲ ହେଉଥିବା ଦାବି କରାଯାଇଛି । ତେବେ ଏହା ଉପରେ ଅଧିକ ଗବେଷଣା ଚାଲିଛି । ଯଦି ଏହା ସଫଳ ହୁଏ, ତେବେ କ୍ୟାନସର ରୋଗୀଙ୍କ ପାଇଁ ବଡ ଉପହାର ସାବ୍ୟସ୍ତ ହେବ ।