1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କ୍ୟାନସର ଭଳି ବଡ ବଡ ରୋଗରୁ ମୁକ୍ତି ଦିଏ କାକୁଡି ପାଣି, ପିଅନ୍ତୁ ପ୍ରତିଦିନ ...

ପ୍ରାୟତଃ ଲୋକମାନେ କାକୁଡି ଖାଇବାକୁ ପସନ୍ଦ କରନ୍ତି । କାକୁଡିର ଥଣ୍ଡା ପ୍ରଭାବ ରହିଥାଏ, ଯାହା ଶରୀରକୁ ଡିହାଇଡ୍ରେସନରୁ ରକ୍ଷା କରିଥାଏ । ଏହା ବ୍ୟତୀତ କାକୁଡି ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

Sudesna Nayak
Sudesna Nayak
diabetics people drink cucumber water

diabetics people drink cucumber water

ପ୍ରାୟତଃ ଲୋକମାନେ କାକୁଡି (Cucumber) ଖାଇବାକୁ ପସନ୍ଦ କରନ୍ତି । କିନ୍ତୁ କାକୁଡି ପାଣି (Cucumber Water)ସ୍ୱାଦ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ । କାକୁଡିର ଥଣ୍ଡା ପ୍ରଭାବ ରହିଥାଏ, ଯାହା ଶରୀରକୁ ଡିହାଇଡ୍ରେସନ (Dehydration) ରୁ ରକ୍ଷା କରିଥାଏ । ଏହା ବ୍ୟତୀତ କାକୁଡି ପାଣି ପିଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

କାକୁଡି ପାଣି (Cucumber Water) ପିଇବାର ଲାଭ,ଜାଣନ୍ତୁ...

୧. କାକୁଡି ପାଣି (Cucumber Water)ଖାଇବା ଦ୍ୱାରା ମାଂସପେଶୀ ମଜବୁତ ହୁଏ । ଏଥିରେ ଥିବା ସିଲିକା ଶରୀରର ସଂଯୋଜକ ଟିସୁକୁ ସୁସ୍ଥ ରଖେ । ବ୍ୟାୟାମ କରିବା ପରେ ଏହାକୁ ଖାଇବା ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।

୨. କାକୁଡି ପାଣି (Cucumber Water)ପିଇବା ଦ୍ୱାରା ପେଟର ଉତ୍ତାପ କମିଯାଏ ଓ ପାଟିର ତଳ ଭାଗରେ ଜମା ହୋଇଥିବା ଜୀବାଣୁ ମଧ୍ୟ ନଷ୍ଟ ହୋଇଯାଏ, ଯାହା ଦ୍ୱାରା ପାଟିରୁ ଦୁର୍ଗନ୍ଧ ଆସି ନଥାଏ ।

୩. ଏହି ପାନୀୟରେ ବହୁତ କମ୍ କ୍ୟାଲୋରୀ ଥାଏ । ଏପରି ପରିସ୍ଥିତିରେ ଏହାକୁ ପିଇବା ଶରୀରର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

୪. କାକୁଡି (Cucumber)ରେ ଭିଟାମିନ୍ ଏ, ସି, ବି 6, ମ୍ୟାଗ୍ନେସିୟମ୍ ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଶରୀରରେ ପୋଷକ ତତ୍ତ୍ୱର ଅଭାବ ପୂରଣ କରିଥାଏ । ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ଏହି ସମସ୍ତ ପୋଷକ ତତ୍ତ୍ୱ ଜରୁରୀ ହୋଇଥାଏ ।

୫. କାକୁଡି ପାଣି (Cucumber Water)ଖାଇବା ଦ୍ୱାରା ମୁହଁର ଦାଗ ଓ ବ୍ରଣର ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ସିଲିକା ଚେହେରାର ରଙ୍ଗକୁ ସୁଧାରିବାରେ ମଧ୍ୟ ସାହାଯ୍ୟ କରେ ।

ଏହା ବ୍ୟତୀତ କାକୁଡି (Cucumber)ରୁ ମିଳୁଥିବା ପ୍ରୋଟିନ୍ ଆମ ଶରୀରକୁ କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢ଼ିବା ପାଇଁ କ୍ଷମତା ଯୋଗାଇଥାଏ । କ୍ୟାନସର (CANCER) କୋଶିକାରେ ଟ୍ୟୁମର ବିକାଶକୁ ରୋକିଥାଏ । ଏଥିପାଇଁ ଏହାକୁ କ୍ୟାନସର ବିରୋଧି ଫଳ କୁହାଯାଇଥାଏ । କାକୁଡିକୁ ଖାଇ କ୍ୟାନସର (CANCER)ଭଳି ରୋଗରୁ ନିଜକୁ ସୁରକ୍ଷିତ ରଖିପାରିବେ।

କାକୁଡିରୁ ବାହାରୁ ଥିବା ପାଣି ଓ ଫାଇବର ଆମ ଶରୀରରେ ହଜମ ଶକ୍ତିକୁ ହିଁ ଠିକ୍ କରିଥାଏ । ଯଦି ଆପଣ ଗ୍ୟାସ୍, ପେଟ ଜଳିବା ଭଳି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଗୋଟିଏ ଗ୍ଲାସ୍ କାକୁଡି ଜୁସ (Cucumber Water)ରୁ ଆପଣଙ୍କୁ ଆଶ୍ୱସ୍ତି ମିଳିପାରିବ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି କାକୁଡି ପାଣି (Cucumber Water)ପିଅନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ଚା' ସହ ଭୁଲରେ ବି ଖାଆନ୍ତୁ ନାହିଁ ଏହି ସବୁ ,ଭୋଗି ପାରନ୍ତି ସମସ୍ୟା

ବ୍ଲଡ଼ ସୁଗାର କଣ୍ଟ୍ରୋଲ କରେ ଏହି ଜୁସ, ସକାଳ ସମୟରେ ମାତ୍ର ଗୋଟିଏ ଗ୍ଲାସ ପିଅନ୍ତୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments