1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଲାଲ ପିଜୁଳି : ଜାଣନ୍ତୁ ଏହାକୁ ଖାଇବାର ଫାଇଦା

ଫଳ ମଧ୍ୟରେ ପିଜୁଳି ଖାଇବାକୁ ସ୍ୱାଦିଷ୍ଟ । ତେବେ ଜାଣିଛନ୍ତି କି ? ଏହାକୁ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ପ୍ରାୟତଃ ବଜାରରେ ଧଳା ପିଜୁଳି ଅଧିକ ମିଳିଥାଏ । ପିଜୁଳିକୁ ଲୋକେ କାଟି ସେଥିରେ କଳାଲୁଣ କିମ୍ବା ଚାଟ ମସଲା ମିଶାଇ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ପିଜୁଳିକୁ ଖାଦ୍ୟ ଖାଇବା ପରେ ସେବନ କରିବା ଦ୍ୱାରା ଉଚିତ ଫାଇଦା ମିଳିଥାଏ ।

Tanushree Mahapatra
Tanushree Mahapatra
Red guava are healthier than white guava, image source - pexels.com

Red guava are healthier than white guava, image source - pexels.com

ଫଳ ମଧ୍ୟରେ ପିଜୁଳି ଖାଇବାକୁ ସ୍ୱାଦିଷ୍ଟ । ତେବେ ଜାଣିଛନ୍ତି କି ? ଏହାକୁ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ । ପ୍ରାୟତଃ ବଜାରରେ ଧଳା ପିଜୁଳି ଅଧିକ ମିଳିଥାଏ । ପିଜୁଳିକୁ ଲୋକେ କାଟି ସେଥିରେ କଳାଲୁଣ କିମ୍ବା ଚାଟ ମସଲା ମିଶାଇ ଖାଇବାକୁ ପସନ୍ଦ କରିଥାନ୍ତି । ତେବେ ପିଜୁଳିକୁ ଖାଦ୍ୟ ଖାଇବା ପରେ ସେବନ କରିବା ଦ୍ୱାରା ଉଚିତ ଫାଇଦା ମିଳିଥାଏ । ଏହା ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଠିକ ଭାବରେ ହୋଇଥାଏ  ଶରୀରର ।

ପ୍ରାୟତଃ ଲୋକେ ଧଳା ପିଜୁଳି ଅଧିକ ଖାଇଥାନ୍ତି ଏବଂ ତାହାର ଫାଇଦା ମାଫଷ ଜାଣିଛନ୍ତି । ତେବେ ଆପଣ ଜାଣିଛନ୍ତି କି ଲାଲ ପିଜୁଳି ଖାଇବାର କ’ଣ ରହିଛି ଫାଇଦା l ଲାଲ ପିଜୁଳି ଖାଇବାର ଫାଇଦା ରହିଛି ଅନେକ ଉପକାରିତା । ସାଧାରଣତଃ ବର୍ଷା ଦିନରେ ହିଁ ଲାଲ ପିଜୁଳି ଅଧିକ ବଜାରରେ ମିଳିଥାଏ । ଲାଲ ପିଜୁଳି  ଧଳା ପିଜୁଳି ତୁଳନାରେ ଅଧିକ ଲାଭଦାୟକ । 

ଲାଲ ପିଜୁଳିରେ ‘ଭିଟାମିନ ସି’ ଅଧିକ ରୁ ଅଧିକ ପରିମାଣରେ ରହିଛି । ଏଥିରେ ଆଣ୍ଟି ଅକ୍ସିଡେଟ ଗୁଣ ମଧ୍ୟ ଭରପୁର ହୋଇ ରହିଛି । ଡାଇବେଟିସ ଲୋକଙ୍କ ପାଇଁ ଏହି ଲାଲ ପିଜୁଳି ଅଧିକ ଲାଭଦାୟକ ଅଟେ । ଲାଲ ପିଜୁଳି ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ଶର୍କରାର ସ୍ତର ମଧ୍ୟ କମ ହୋଇଥାଏ । ଯାହାଦ୍ୱାରା ଜଣେ ସୁସ୍ଥ ବ୍ୟକ୍ତିର ଡାଇବେଟିସର ସ୍ତର ନିୟନ୍ତ୍ରଣରେ ରୁହେ । ସେହିପରି ଲାଲ ପିଜୁଳି ଖାଇବା ଦ୍ୱାରା ଶରୀରେ ଲୌହର ମଧ୍ୟ ଦୂର ହୋଇଥାଏ । କାରଣ ପିଜୁଳିରେ ଲୌହର ମାତ୍ରା ଅଧିକ ରହିଥାଏ । ସବୁଠାରୁ ବଡ଼ କଥା ହେଲା ଏହାକୁ ଖାଇବା ଦ୍ୱାରା ପ୍ରୋଷ୍ଟେଟ କେନସର ହେବାର ବିପଦ କମିଯାଏ । ଏହା ଖାଇଲେ ଶରୀରରେ ଟ୍ୟୁମର ତିଆରି ହେବାର ଯେଉଁ ପ୍ରକ୍ରିୟା ରହିଛି ତାହାକୁ ମଧ୍ୟ  ଅଟକାଇଥାଏ । ସେହିପରି ଲାଲ ପିଜୁଳିରେ ଅଧିକ ମାତ୍ରାରେ ପୋଟାସିୟମ ରହିଛି ଯାହା ଶରୀରକୁ ନିହାତି ଆବଶ୍ୟକ । କାରଣ ଏହା ରକ୍ତଚାପ ରୋଗୀଙ୍କ ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ ।

ଏଥିରେ ଫାଇବର ମଧ୍ୟ ପରିମାଣ ବହୁତ ଥାଏ । ଏହି ଫଳରେ ପାଣିର ମାତ୍ରା କମ ଥାଏ । ଏହାକୁ ଖାଇବା ଦ୍ୱାରା ଜଣେ ମଣିଷର କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଲାଲ ପିଜୁଳି ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ବୃଦ୍ଧି ପାଇଥାଏ । ଧଳା ପିଜୁଳି ତୁଳନାରେ ଲାଲ ପିଜୁଳିରେ ଆଣ୍ଟି ଅକ୍ସିଡେଣ୍ଟସ ଅଧିକ ହୋଇଥାଏ । ଏହାକୁ ଖାଇବା ଦ୍ୱାରା ତ୍ୱଚା ସମ୍ବନ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । 

ଖାଲି ପେଟରେ ପିଜୁଳି ଖାଇବାର ଅନେକ କିଛି ଲାଭଦାୟକ ଗୁଣ ରହିଛି । ସକାଳେ ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଖାଇବାକୁ ବିଶେଷଜ୍ଞଙ୍କ ପରାମର୍ଶ ଦେଇଥାଆନ୍ତି । ଏହି କାରଣରୁ ଲୋକେ ଅଧିକାଂଶ ଫଳ ରସ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇଥାଆନ୍ତି । ସକାଳେ ଖାଲି ପେଟରେ ପିଜୁଳି ଖାଇବା ଦ୍ୱାରା ଖାଦ୍ୟ ଶୀଘ୍ର ହଜମ ହୋଇଥାଏ । ଓଜନ ହ୍ରାସ ମଧ୍ୟ ହୋଇଥାଏ । ସେହିପରି ପିଜୁଳି ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଫାଇବର ପେଟ ପାଇଁ ଖୁବ ଉପକାରୀ ହୋଇଥାଏ । ଅନେକ ସମୟରେ ବିଭିନ୍ନ ଖାଦ୍ୟ କାରଣରୁ ପାଚନ ତନ୍ତ୍ର ଉପରେ କୁପ୍ରଭାବ ପକାଇଥାଏ । ତେଣୁ ଏହିସବୁ ସମସ୍ୟା  ପାଇଁ ସକାଳେ ଖାଲି ପେଟରେ ପିଜୁଳି ଖୁବ ଉପକାରୀ।

ଅନେକ ସମୟରେ ଆମେ ବିଭିନ୍ନ ଖାଦ୍ୟ କାରଣରୁ ପାଚନ ତନ୍ତ୍ର ଉପରେ ପ୍ରଭାବ ପଡିଥାଏ । ତେଣୁ ଏହି ସମସ୍ତ ସମସ୍ୟା ଦୂର ପାଇଁ ସକାଳେ ଖାଲି ପେଟରେ ପିଜୁଳି ଖାଇବା ଉପକାରୀ । ଏଥିରେ ଥିବା ଫାଇବର ଓଜନ ହ୍ରାସ ହେବାରେ କରିବାରେ ସହାୟକ ହୋଇଥାଏ । ସେହିପରି ପିଜୁଳି ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ମଧୁମେହ ରୋଗୀମାନେ ଖାଲିପେଟରେ ପିଜୁଳି ଖାଇବା ଅନୁଚିତ ହୋଇଥାଏ । ଥଣ୍ଡାଜ୍ୱର ସମସ୍ୟା ଥିଲେ ପିଜୁଳି ଖାଆନ୍ତୁ ନାହିଁ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments