1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସ ପାଇଁ ଉପକାରୀ କନ୍ଦମୂଳ

କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ । ତାହା ହୁଏତ ସଭିଏଁ ଜାଣିନଥିବେ । ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ପୋଷକ ତତ୍ତ୍ୱ ରହିଛି । ଏଥିରେ ଫାଇବର, ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ, ଲବଣ ଭରପୂର ମାତ୍ରାରେ ରହିଛି।

Sudesna Nayak
Sudesna Nayak
sweet potato for health benefits

sweet potato for health benefits

କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ବେଶ ହିତକାରକ । ତାହା ହୁଏତ ସଭିଏଁ ଜାଣିନଥିବେ । ଏଥିରେ ସ୍ୱାସ୍ଥ୍ୟ ଉପକାରୀ ବହୁ ପୋଷକ ତତ୍ତ୍ୱ ରହିଛି । ଏଥିରେ ଫାଇବର, ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ, ଲବଣ ଭରପୂର ମାତ୍ରାରେ ରହିଛି । ଏହାସହ ଏଥିରେ ସାମାନ୍ୟ ପରିମାଣରେ କ୍ୟାଲୋରୀ ରହିଛି । ଏହାକୁ ଖାଇବା ଦ୍ୱାରା ଶରୀରରେ କୋଲେଷ୍ଟେରୋଲ ମାତ୍ରା ନିୟନ୍ତ୍ରଣ ହୋଇରହିଥାଏ।

ଶୀତ ଋତୁରେ କନ୍ଦମୂଳ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କନ୍ଦମୂଳରେ ଅଧିକ କ୍ୟାଲୋରୀ ଥାଏ । ଯଦି ଆପଣ ଡାଇବେଟିସ୍‌ ରୋଗରେ ପୀଡ଼ିତ, ତେବେ ଡାକ୍ତର ଆପଣଙ୍କୁ ଆଳୁ ନଖାଇବା ପାଇଁ ପରାମର୍ଶ ଦେଇଥାନ୍ତି। ଏହାର କାରଣ, ଆଳୁରେ ଅଧିକ ମାତ୍ରାରେ ‘ଗ୍ଲାଇକେମିକ୍‌ ଏସିଡ୍‌’ ରହିଛି । ଅଧିକ ‘ଗ୍ଲାଇକେମିକ୍‌ ଏସିଡ୍‌’ ଥିବା ଖାଦ୍ୟ ଖାଇଲେ, ମେଟାବଲାଇଜ୍‌ଡ ହୋଇଥାଏ ଏବଂ ଶରୀରରେ ସୁଗାର୍‌ର ମାତ୍ରା ବଢ଼ି ଯାଇଥାଏ । କିନ୍ତୁ ଏହାର ଅର୍ଥ ନୁହେଁ କି, ଆପଣ ଅନ୍ୟ ମିଠା ଲାଗୁଥିବା ଫଳ ମୂଳ ଆଦି ଖାଇବା ସଂପୂର୍ଣ୍ଣ ଛାଡ଼ିଦେବେ। କନ୍ଦମୂଳ ବା ମିଠା ଆଳୁକୁ ନିଜ ଖାଦ୍ୟରେ ସାମିଲ୍‌ କରନ୍ତୁ, ଏହାଦ୍ୱାରା ଆପଣଙ୍କ ଶରୀରରେ ସୁଗାର୍‌ ନିୟନ୍ତ୍ରଣରେ ରହିବ।

କନ୍ଦମୂଳରେ ଫାଇବର୍‌ ଏବଂ ଭିଟାମିନ୍‌ ସି’,ଏ’ ଓ ଜିଙ୍କ୍‌ ପରି ଆଣ୍ଟିଅକ୍ସିଡାଣ୍ଟ୍‌ ରହିଛି । ଏଥିରେ ଭିଟାମିନ୍‌ ବି’, ଆଇରନ୍‌, ପୋଟାସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ମଧ୍ୟ ଅଧିକ ମାତ୍ରାରେ ରହିଛି ।

କନ୍ଦମୂଳ ଖାଇବାର ସଠିକ୍ ସମୟ : ସାଧାରଣତ ଲୋକମାନେ କନ୍ଦମୂଳକୁ ସିଜେଇ କିମ୍ବା ଫ୍ରାଏ କରି ଖାଇବାକୁ ପସନ୍ଦ କରନ୍ତି । ଏଥିରେ ପ୍ରୋଟିନ୍, ଫାଇବର, ଭିଟାମିନ୍ ବି, ଭିଟାମିନ୍ ସି, ଭିଟାମିନ୍ ଡି, କ୍ୟାଲସିୟମ୍ ଭରପୂର ମାତ୍ରାରେ ରହିଥାଏ, ଯାହା ଦିନସାରା ଶରୀରର ଆବଶ୍ୟକତା ପାଇଁ ଯଥେଷ୍ଟ । ଯଦି ଆପଣ ରାତିରେ କନ୍ଦମୂଳ ଖାଆନ୍ତି, ତେବେ ଏହି କାରଣରୁ ଆପଣଙ୍କ ଓଜନ ଶୀଘ୍ର ବଢିପାରେ ।

ତେଣୁ ଆସନ୍ତୁ ଜାଣିବା କନ୍ଦମୂଳ ଖାଇବାର ଉପଯୁକ୍ତ ସମୟ କଣ ହେବା ଉଚିତ୍ ।

ଜଳଖିଆ ଖାଇବା ସମୟରେ କନ୍ଦମୂଳ ଖାଇବା ଉଚିତ

ଯଦି ଆପଣ ସକାଳେ ଜଳଖିଆ ଖାଇବା ସମୟରେ କନ୍ଦମୂଳ ଖାଆନ୍ତି, ତେବେ ଏହା ଆପଣଙ୍କୁ ଦିନସାରା ଶକ୍ତି ପ୍ରଦାନ କରିବାରେ ସାହାଯ୍ୟ କରେ । ଏଥିରେ ଭିଟାମିନ୍ ବି, ଭିଟାମିନ୍ ସି ଭରପୂର ମାତ୍ରାରେ ଥାଏ ।

ରାତିରେ ବତୁରାଇ ସକାଳୁ ଖାଆନ୍ତୁ,ପାଖ ମାଡିବନି ରୋଗ

ହାର୍ଟ ଏବଂ ବ୍ରେନ୍ ପାଇଁ ଲାଭଦାୟକ ନଡିଆ ତେଲ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ