1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Weight Loss: ଓଜନ କମାଇବ ମେଥି ପାଣି !

କାରଣ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ l ଯାହା ଶରୀର ପାଇଁ ଖୁବ ଉପକାରୀ l

Tanushree Mahapatra
Tanushree Mahapatra
side effects of fenugreek water, image source - pexels

side effects of fenugreek water, image source - pexels

ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ମେଥି ବ୍ୟବହୃତ ହୁଏ l ଖାଦ୍ୟ ସହିତ ଏହାର ରହିଛି ଅନେକ ଉପକାରୀ ଗୁଣ l ଅଧିକାଂଶ ଲୋକ ଏହାକୁ ଓଜନ ହ୍ରାସ ପାଇଁ ମଧ୍ୟ ବ୍ୟବହାର କରନ୍ତି l ଦୈନନ୍ଦିନ ଆପଣ ସକାଳୁ ଉଠି ମେଥି ପାଇଁ ପିଇ ପାରିବେ l କାରଣ ଏଥିରେ ରହିଛି ଅନେକ ଔଷଧୀୟ ଗୁଣ l

ଯାହା ଶରୀର ପାଇଁ ଖୁବ ଉପକାରୀ l ମେଥିରେ ଫାଇବର, ଫସଫରସ୍ ଏବଂ ଆଇରନ୍ ଭରପୂର ରହିଥାଏ । ଯାହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ମୋଟା ଲୋକଙ୍କୁ । ଓଜନ ବୃଦ୍ଧି ହେତୁ ଅନେକ ଲୋକ ହୃଦୟ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ହୁଅନ୍ତି l ଏପରି ପରିସ୍ଥିତିରେ, ଫିଟ୍ ରହିବା ଅତ୍ୟନ୍ତ ଜରୁରୀ ହୋଇପଡ଼େ l ଏହି ସମୟରେ ଆପଣ ମେଥି ପାଣି ପିଇ ପାରିବେ l

ମେଥି ଅଧିକ ଖାଇବା ଉଚିତ ନୁହେଁ। ଏହାର ଅତ୍ୟଧିକ ବ୍ୟବହାର ହେତୁ ଆପଣ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି l ଏହାର ଅତ୍ୟଧିକ ବ୍ୟବହାର ଦ୍ୱାରା ଡାଇରିଆ, ପେଟ ରୋଗ ଏବଂ ଗ୍ୟାସ୍ ହୋଇପାରେ l ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ (NIH) ଅନୁଯାୟୀ, ହଜମ ପାଇଁ ମେଥି ଖାଇବା ସର୍ବୋତ୍ତମ, କିନ୍ତୁ ଏହାକୁ ଅଧିକ ଖାଇବା ଭୁଲ ହୋଇପାରେ l ଏହା ବ୍ୟତୀତ, ଶରୀରର ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରିଥାଏ, କିନ୍ତୁ ଅତ୍ୟଧିକ ବ୍ୟବହାର ଦ୍ୱାରା ସୁଗାର ସ୍ତର ଶୀଘ୍ର ହ୍ରାସ ପାଇପାରେ l ଏହାକୁ ନିୟନ୍ତ୍ରଣ କରିବା ପାଇଁ ଯଦି ଆପଣ ଔଷଧ ନିଅନ୍ତି ତେବେ ଆପଣ ମେଥି ପାଣିର ଅତ୍ୟଧିକ ବ୍ୟବହାରରୁ ଦୂରେଇ ରହିବା ଉଚିତ୍ l କମ୍ ଚିନି ସ୍ତର ମଧ୍ୟ ଅତ୍ୟନ୍ତ ବିପଜ୍ଜନକ ବୋଲି ପ୍ରମାଣିତ ହୋଇପାରେ l ତେଣୁ ଏହି ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ l

କେବଳ ଚିନି ନୁହେଁ, ଏହା ରକ୍ତଚାପ ରୋଗୀଙ୍କ ପାଇଁ ବିପଜ୍ଜନକ ମଧ୍ୟ ପ୍ରମାଣିତ ହୋଇପାରେ | ମେଥି ପତ୍ରରେ କମ୍ ପରିମାଣର ସୋଡିୟମ୍ ଥାଏ l ଯାହାର ଅତ୍ୟଧିକ ବ୍ୟବହାର ସୋଡିୟମ୍ ସ୍ତରକୁ ହ୍ରାସ କରିପାରେ, ଯାହା ଉଚ୍ଚ ରକ୍ତଚାପକୁ ବଢ଼ାଇବାରେ ସହାୟକ ହୋଇଥାଏ l ଯଦି ଆପଣ ଉଚ୍ଚ ରକ୍ତଚାପର ରୋଗୀ ତେବେ ଆପଣ ମେଥି ବ୍ୟବହାରକୁ ଟିକେ ହ୍ରାସ କରିବା ଉଚିତ୍ l

ଏହା ବ୍ୟତୀତ ମେଥି ପାଣି ଅତ୍ୟଧିକ ବ୍ୟବହାର ଶ୍ୱାସକ୍ରିୟାରେ ମଧ୍ୟ ସମସ୍ୟା ସୃଷ୍ଟି କରିପାରେ l ଏହାର ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ଫୁସଫୁସକୁ କ୍ଷତିରୁ ରକ୍ଷା କରିପାରିବ । ଯଦି ଆପଣ ଏହାକୁ ଅତ୍ୟଧିକ ବ୍ୟବହାର କରନ୍ତି ତେବେ ଏହା ଶ୍ୱାସ ନେବାରେ ଅସୁବିଧା ସୃଷ୍ଟି କରିପାରେ l ମେଥି ପାଣି ଗରମ ପ୍ରକୃତି ହେତୁ ଗର୍ଭବତୀ ମହିଳାମାନେ ମଧ୍ୟ ଏହାର ବ୍ୟବହାରରୁ ଦୂରେଇ ରହିବା ଉଚିତ୍ l ସେହି ମହିଳାମାନେ ଯେଉଁମାନେ ସନ୍ତାନ ପ୍ରାପ୍ତ କରିବାକୁ ଚାହାଁନ୍ତି ସେମାନେ ମଧ୍ୟ ଏଥିରୁ ଦୂରେଇ ରହିବା ଉଚିତ୍ l ଏହାର ଅତ୍ୟଧିକ ବ୍ୟବହାର ଗର୍ଭବତୀ ହେବାରେ ବିଳମ୍ବ ଘଟାଏ l ଏହା ବ୍ୟତୀତ ଏହା ଜନ୍ମଗତ ତ୍ରୁଟି ମଧ୍ୟ ସୃଷ୍ଟି କରିପାରେ l

ଅଧିକ ପଢ଼ନ୍ତୁ

ଚାଷୀଙ୍କ ପାଇଁ ୱେବ୍ ପୋର୍ଟାଲ ଓ ବ୍ଲଗ୍ ସାଇଟ୍ ଉନ୍ମୋଚନ

ARAKU COFFEE: କାହିଁକି ଏତେ ଖାସ ଅରାକୁ କଫି ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ